ଗୁଗଲରେ ଭୁଲରେ ମଧ୍ୟ ସର୍ଚ୍ଚ କରନ୍ତୁ ନାହିଁ ଏହି ୪ଟି ଜିନିଷ, ଜେଲ ଯିବାକୁ ପଡ଼ିପାରେ!

0

Get real time updates directly on you device, subscribe now.

ଗୁଗଲ ସର୍ଚ୍ଚର ବ୍ୟବହାର ପାଖାପାଖି ସମସ୍ତ ଇଣ୍ଟରନେଟ ୟୁଜର୍ସ କରନ୍ତି। ଗୁଗଲ ସର୍ଚ୍ଚ ଜରିଆରେ ଆପଣ ଅନେକ ସୂଚନା ହାସିଲ କରିପାରିବେ। ଦେଶ ଦୁନିଆର ଭଲ ଖାଇବା ମଧ୍ୟ ଆପଣ ସର୍ଚ୍ଚ କରିପାରିବେ। କିନ୍ତୁ ଗୁଗଲ ସର୍ଚ୍ଚ ମଧ୍ୟ ଅସୁବିଧା ପକାଇପାରେ।

କିଛି ଜିନିଷକୁ ଭୁଲରେ ମଧ୍ୟ ଗୁଗଲ ଉପରେ ସର୍ଚ୍ଚ କରିବା ଅନୁଚିତ। ଏଥିରେ ଆପଣ ଆଇନଗତ ରୂପରେ ଫସିବା ସହିତ ଜେଲ ମଧ୍ୟ ଯାଇପାରନ୍ତି। ଆଜି ଆମେ ଆପଣଙ୍କୁ ଏମିତି ସର୍ଚ୍ଚ ଟର୍ମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଭୁଲରେ ମଧ୍ୟ କେବେ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ।

ଘରେ ବମ ତିଆରି କରିବାର ଉପାୟ:-

ବମ ତିଆରି କରିବାର ଉପାୟ କେବେ ମଧ୍ୟ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ଯାହାଫଳରେ ଆପଣ ସୁରକ୍ଷା ଏଜେନ୍ସୀଙ୍କ ରାଡାରରେ ଆସିଯିବେ। ବମ ତିଆରି କରିବାର ଉପାୟ ଆପଣ ଯଦି ଗୁଗଲରେ ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏହି କାରଣରୁ ଏହି ଟର୍ମକୁ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ।

ଚାଇଲ୍ଡ ପର୍ନ:-

ଭାରତରେ ଚାଇଲ୍ଡ ପର୍ନୋଗ୍ରାଫି ପାଇଁ ଶକ୍ତ ଆଇନ ଅଛି। ଏହି କାରଣରୁ ଏହି ଟର୍ମକୁ ଭୁଲରେ ମଧ୍ୟ ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ। ଏଥିରେ ଆପଣଙ୍କୁ ଜେଲ ମଧ୍ୟ ହୋଇପାରେ। ଗୁଗଲ ଉପରେ ଏମିତି ସର୍ଚ୍ଚ କରିବା କ୍ରାଇମ କ୍ୟାଟାଗୋରୀ ମଧ୍ୟରେ ଆସେ।

ବ୍ୟାଙ୍କ କଷ୍ଟମର କେୟାର ନମ୍ୱର:-

ଗୁଗଲ ସର୍ଚ୍ଚ ଜରିଆରେ ବ୍ୟାଙ୍କ କଷ୍ଟମର କେୟାର ନମ୍ବରକୁ କେବେ ଖୋଜନ୍ତୁ ନାହିଁ। ଯାହାଫଳରେ ଆପଣ ହଇରାଣ ହୋଇଯିବେ। ଅନେକ ଥର ଫ୍ରଡଷ୍ଟାର୍ସ ଫେକ ବ୍ୟାଙ୍କ ନମ୍ବରକୁ ଲିଷ୍ଟ କରି ତାହାକୁ ଗୁଗଲରେ ସର୍ଚ୍ଚ ରେଜଲ୍ଟରେ ରେଙ୍କ କରିପାରିବେ। ଏହି ନମ୍ୱର ଉପରେ ଯେତେବେଳେ ୟୁଜର୍ସ କଲ କରନ୍ତି ସେତେବେଳେ ତାଙ୍କର ଡିଟେଲ୍ସ ହାସିଲ କରି ଫ୍ରଡ କରିବାକୁ ଚେଷ୍ଟା କରନ୍ତି।

ଏପ୍ସ ଓ ସଫ୍ଟୱେୟର ଡାଉନଲୋଡ କରିବା ପାଇଁ ଗୁଗଲରେ ସର୍ଚ୍ଚ:-

କେବେବି ଗୁଗଲରେ ସର୍ଚ୍ଚ କରି କୌଣସି ଥାର୍ଡ ପାଟି ଏପ ଓ ସଫ୍ଟୱେୟର ନିଜର ଡିଭାଇସରେ ଡାଉନଲୋଡ କରନ୍ତୁ ନାହିଁ। ଏହା ଜରିଆରେ ମାଲୱେୟରକୁ ଆପଣଙ୍କ ଡିଭାଇସରେ ଇନଷ୍ଟୋଲ କରାଯାଇପାରେ। ସେଥିପାଇଁ ଏପ୍ସକୁ ସବୁବେଳେ ଅଫିସିଆଲ ଷ୍ଟୋରରୁ ଡାଉନଲୋଡ କରନ୍ତୁ।

Leave A Reply

Your email address will not be published.