ଏକାବେଳେ 7ଟି ପିଲାର ବାପା ହେଲା ଅଟୋ ଡ୍ରାଇଭର, ହସ୍ପିଟାଲ୍ କହିଲା – ଏପରି ଚମତ୍କାର ଆଗରୁ କେବେ ଦେଖିନଥିଲା

0

Get real time updates directly on you device, subscribe now.

କୁହନ୍ତି ନା ଭଗବାନ ଯେତେବେଳେ ବି ଦିଅନ୍ତି, ଛପର ଫାଡ଼ି ଦିଅନ୍ତି । ନିକଟରେ ଜଣେ ମହିଳା ଏକାବେଳେ ଚାରୋଟି ପିଲାକୁ ଜନ୍ମ ଦେଇଛନ୍ତି, ଏହାପୂର୍ବରୁ ମଧ୍ୟ ସେ ତିନୋଟି ପିଲାର ମା ହୋଇ ସାରିଛନ୍ତି । ଖୁସବୁ ନାମକ ମହିଳା ବର୍ତ୍ତମାନ ମୋଟ 7 ଟି ପିଲାର ମା ହୋଇଛନ୍ତି । ଏହି ମାମଲା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି ।

ନିକଟରେ ଆଗ୍ରାରେ ଜଣେ ମହିଳା ଏକାବେଳେ ଚାରୋଟି ପିଲାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ସବୁ ପିଲାଙ୍କ ଅବସ୍ଥା ଠିକ୍ ନାହିଁ ବୋଲି କୁହାଯାଉଛି । ଏପରି ପରିସ୍ଥିତିରେ ତାଙ୍କର ନବଜାତ ସଘନ ଚିକିତ୍ସା କକ୍ଷରେ ଚିକିତ୍ସା ଚାଲିଛି । କୁହାଯାଇଛି ଯେ ପିଲାଙ୍କ ଜନ୍ମ ସମୟ ପୂର୍ବରୁ ହୋଇଛି । ଏହି କାରଣରୁ ସେମାନଙ୍କ ଅବସ୍ଥା ଠିକ୍ ନାହିଁ ।

ଡାକ୍ତର ସୂଚନା ଦେଇ କହିଛନ୍ତି ଯେ ପ୍ରିମେଚ୍ୟୋର ଡେଲିଭରି ହେବା କାରଣରୁ ପିଲାଙ୍କର ପୂର୍ଣ୍ଣ ବିକାଶ ହୋଇପାରି ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆଗ୍ରାର ଥାନା ଏତ୍ମାଦୌଲାର ପ୍ରକାଶ ନଗରରେ ରହୁଥିବା ମନୋଜ କୁମାର ଏବଂ ତାଙ୍କ ସ୍ତ୍ରୀ ଖୁସବୁ ପୂର୍ବରୁ ତିନୋଟି ପିଲାଙ୍କ ବାପାମାଆ ଅଟନ୍ତି । ଦମ୍ପତ୍ତିଙ୍କର 3 ଟି ଝିଅ ଅଛନ୍ତି ।

ମନୋଜ ଆଗ୍ରାରେ ଅଟୋ ଚଳାଇ ନିଜ ପରିବାର ପୋଷିଥାଏ । ପୂର୍ବରୁ 3 ଟି ଝିଅ ଥିବା କାରଣରୁ ମନୋଜ ଏଥର ଗୋଟିଏ ପୁଅ ଚାହୁଁଥିଲେ । ଭାଗ୍ୟର ଖେଳ ଦେଖନ୍ତୁ, ଭଗବାନ ତାଙ୍କ କଥା ଶୁଣିଲେ ଏବଂ ଗୋଟିଏ ପୁଅ ମଧ୍ୟ ଜନ୍ମ ହେଲା । ଏହାସହିତ ସେ ଆଉ ତିନି ଝିଅଙ୍କ ବାପା ହୋଇଗଲେ ।

ପୁଅ ଚାହୁଁଥିବା ମନୋଜ କୁମାରଙ୍କୁ ପୁଅ ତ ମିଳିଲା, ତା ସହିତ ଆଉ ତିନୋଟି ଝିଅ ମଧ୍ୟ ମିଳିଗଲା । ମନୋଜ କୁମାର ଏବଂ ତାଙ୍କ ସ୍ତ୍ରୀ ଖୁଶବୁ ବର୍ତ୍ତମାନ ମୋଟ ସାତଟି ପିଲାଙ୍କ ବାପାମାଆ ହୋଇଛନ୍ତି । ଆପଣଙ୍କୁ ସୂଚନା ପାଇଁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଆଗ୍ରାର ଯମୁନା କଲୋନୀ ରାମବାଗର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ନିକଟରେ ଖୁସବୁ ହସ୍ପିଟାଲରେ ଏକାବେଳେ ଚାରିଟି ପିଲାଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଛି । ସବୁ ସ୍ଥାନର ଲୋକମାନେ ଏହି ବିଷୟରେ କଥା ହେଉଛନ୍ତି । ସେହିପରି ଡାକ୍ତର କହିଛନ୍ତି ଯେ ଏହି ଡେଲିଭରି ସହଜ ନଥିଲା । କାରଣ ପିଲାଙ୍କ ଜନ୍ମ ସମୟ ପୂର୍ବରୁ ହୋଇଛି । ସବୁ ପିଲା ପ୍ରିମେଚ୍ୟୋର୍ ଅଟନ୍ତି । ବର୍ତ୍ତମାନ ସମସ୍ତଙ୍କୁ ନବଜାତ ସଘନ ଚିକିତ୍ସା କକ୍ଷରେ ରଖାଯାଇଛି ।

ଏକାବେଳେ ଚାରିଟି ପିଲାଙ୍କ ଜନ୍ମ ଦ୍ଵାରା ଡାକ୍ତରଙ୍କ ସହିତ ହସ୍ପିଟାଲର ଡାଇରେକ୍ଟର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଛନ୍ତି ନେ ଆଗ୍ରାର ଯମୁନା କଲୋନୀ ରାମବାଗର ଗୋଟିଏ ଘରୋଇ ହସ୍ପିଟାଲ ପରିଚାଳନା କରିବାର 10 ବର୍ଷ ହୋଇଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ ଏପରି ଚମତ୍କାର ଦେଖିନାହାନ୍ତି ।

Leave A Reply

Your email address will not be published.