ପ୍ରାଇଭେଟ କମ୍ପାନୀରେ ସପ୍ତାହକୁ ତିନୋଟି ଛୁଟି ସହିତ ରିଟାୟାରମେଣ୍ଟ ସମୟରେ ମିଳିବ ମୋଟା ଅଙ୍କର ଟଙ୍କା, ଜୁଲାଇରେ ଲାଗୁହେବ ଏହି ଲେବର କୋଡ଼

0

Get real time updates directly on you device, subscribe now.

କେନ୍ଦ୍ରରେ ମୋଦି ସରକାର ଲେବର କୋଡ଼କୁ ନେଇ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରିପୋର୍ଟ କଥା କହିବାକୁ ଗଲେ ଏହି ନିୟମ ଜୁଲାଇ ମାସରୁ ଲାଗୁ ହୋଇଯିବ। ନୂଆ ଆଇନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ଓ ଶ୍ରମ ଆଇନରେ ସୁଧାର ମଧ୍ୟ ଆସିବ। ଏଥିରେ ସାଲାରୀ ଷ୍ଟ୍ରକ୍ଚର ପରିବର୍ତ୍ତନ ହେବା ସହିତ କାର୍ଯ୍ୟ କରିବାର ସଂସ୍କୃତିରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ। ଯଦି ନୂଆ ଲେବର କୋଡ଼ ଲାଗୁ ହୁଏ ତାହେଲେ ଏହି 6ଟି ବଡ଼ ପରିବର୍ତ୍ତନ ହୋଇପାରେ।

ପିଏଫ ଏବଂ ଗ୍ରାଚୁଟିରେ ବୃଦ୍ଧି:-

ନୂଆ ଲେବର କୋଡ଼ ଅନ୍ତର୍ଗତ ଜୁଲାଇରୁ ସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ପିଏଫ ଓ ଗ୍ରାଚୁଟିରେ ଅଧିକ ରାଶି ଜମା ହେବ ଯାହାଦ୍ୱାରା ରିଟାୟାରମେଣ୍ଟ ସମୟରେ ତାଙ୍କୁ ଅଧିକ ଟଙ୍କା ମିଳିବ। ଏଥିରେ ଇନ ହ୍ୟାଣ୍ଡ ସାଲାରୀ ଓ ଭତ୍ତା ମଧ୍ୟ କମିଯିବ। କୁହାଯାଉଛି ବେସିକ ସାଲାରୀ ଓ ଭତ୍ତା 50-50 ଅନୁପାତରେ ରଖାଯିବ।

ସପ୍ତାହରେ ତିନିଦିନ ଅଫ:-

ବ୍ୟକ୍ତିଗତ ଇନଷ୍ଟିଚ୍ୟୁଟ ଓ କମ୍ପାନୀ ଦ୍ୱାରା କର୍ମଚାରୀଙ୍କୁ ସାପ୍ତାହିକ ଅଫ ମଧ୍ୟ ବଢ଼ାଇବାର ପ୍ରବଧାନ ରହିଛି। କର୍ମଚାରୀଙ୍କ ଠାରୁ ସପ୍ତାହକୁ 48 ଘଣ୍ଟାର କାମ ନିଆଯିବା ସହିତ 3 ଦିନର ଅଫ ମଧ୍ୟ ରଖାଯିବ।

ପ୍ରତିଦିନ କାମ କରିବାର ଘଣ୍ଟା ବଢ଼ିବ:-

ନୂଆ ଲେବର କୋଡ଼ ଅନୁସାରେ ପ୍ରତିଦିନ କାମ କରିବାର ସମୟ 8 ଘଣ୍ଟାରୁ 12 ଘଣ୍ଟା କରିଦିଆଯିବ ଓ ସପ୍ତାହକୁ ତିନିଦିନର ଛୁଟି ମିଳିବ।

ଚାକିରୀ ଛାଡିବାପରେ ଦୁଇଦିନରେ ସେଟଲମେଣ୍ଟ:-

ଯଦି କର୍ମଚାରୀ ଚାକିରୀ ଛାଡ଼ନ୍ତି ତାହେଲେ କମ୍ପାନୀକୁ ଦୁଇଦିନ ଭିତରେ କର୍ମଚାରୀଙ୍କୁ ଫୁଲ ଆଣ୍ଡ ଫାଇନାଲ ସେଟଲମେଣ୍ଟ କରିବାକୁ ହେବ। ଏହାର ଅର୍ଥ ଏହାକି ଯେ, ଚାକିରୀ ଛାଡ଼ିବାର ଦୁଇଦିନ ଭିତରେ କର୍ମଚାରୀଙ୍କୁ ଏହାର ଫୁଲ ଟଙ୍କା ମିଳିବ, ବର୍ତ୍ତମାନ ଏଥିରେ ଦୁଇମାସ ଲାଗି ଯାଉଛି।

ଇନହ୍ୟାଣ୍ଡ ସାଲାରୀ କମିଯିବ:-

ନୂଆ ଲେବର କୋଡ଼ ଯଦି ଲାଗୁ ହୁଏ ତାହେଲେ କର୍ମଚାରୀଙ୍କ ଇନହ୍ୟାଣ୍ଡ ସାଲାରୀ ଓ ଟେକ ହୋମ ସାଲାରୀ କମିଯିବ। ଏହାର କାରଣ ଏହାକି ଯେ, ପିଏଫ ଓ ଗ୍ରାଚୁଟିରେ ଅଧିକ ଯୋଗଦାନ କାରଣରୁ କର୍ମଚାରୀଙ୍କୁ ମିଳିବାକୁ ଯାଉଥିବା ଭତ୍ତା କମିଯିବ।

କର୍ମଚାରୀଙ୍କ ସୋସିଆଲ ସିକ୍ୟୁରିଟି ମଧ୍ୟ ବୃଦ୍ଧି ପାଇବ:-

ନୂଆ ଲେବର କୋଡ଼ରେ ପ୍ରଥମରୁ ଲାଗୁ ଶ୍ରମ କାନୁନର ଅବହେଳାକୁ ଧ୍ୟାନ ଦିଆଯାଇଛି। ନୂଆ କୋଡ଼ରେ ପରିଶ୍ରମ, ସାମାଜିକ ସୁରକ୍ଷା ଲ, ବ୍ୟାପାରିକ ସମ୍ଵନ୍ଧ ଓ ଆକୁପେସନ ସେଫ୍ଟି ସହିତ ଜଡ଼ିତ ପ୍ରବଧାନ କରାଯାଇଛି। ଏଥିରେ ଗିଗ ୱାର୍କର୍ସ ଲାଭ ମିଳିବ।

ନୂଆ ଲେବର କୋଡ଼କୁ ନେଇ କେନ୍ଦ୍ର ସରକାର ଏବେଯାଏଁ କୌଣସି ପ୍ରକାରର ନୋଟିଫିକେସନ ଏବେଯାଏଁ ଜାରି କରିନାହାନ୍ତି। କିନ୍ତୁ ସୂତ୍ରରୁ ଖବର ଏହା ମିଳିଛି ଯେ, ଆଗାମୀ ମାସରେ ଏହାକୁ ଲାଗୁ କରିବା ପାଇଁ ଫଇସଲା କରାଯାଇଛି।

Leave A Reply

Your email address will not be published.