ସ୍ତ୍ରୀଙ୍କ ନାମରେ ଖୋଲନ୍ତୁ ଏହି ଏକାଉଣ୍ଟ, ହେବ ନାହିଁ ପଇସାର ଅସୁବିଧା, ପ୍ରତ୍ୟେକ ମାସରେ ଆସିବ ୪୫୦୦୦ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

0

Get real time updates directly on you device, subscribe now.

କେନ୍ଦ୍ର ସରକାରଙ୍କ ଯୋଜନା ସାଧାରଣ ଜନତାଙ୍କ ପାଇଁ ବରଦାନ ପ୍ରମାଣିତ ହେଉଅଛି। ଏହି ଯୋଜନାର ଲାଭ ଉଠାଇ ଲୋକ ନିଜ ଜୀବନର ଆଗାମୀ ସମୟକୁ ସୁଧାରିବାରେ ପ୍ରୟାସ କରୁଛନ୍ତି। ଏହି ଯୋଜନାରେ ଏମିତି ଅଲଗା ଅଲଗା ପ୍ରକାର ଯୋଜନା ସାମିଲ ଅଛି। ଯେମିତିକି ଯଦି ଆପଣ ସେଭିଂ କଥା ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଅନେକ ସେଭିଂ ଯୋଜନା ମଧ୍ୟ ଅଛି। ଯଦି ଆପଣ ନିଜର ବୃଦ୍ଧ ସମୟକୁ ସେଭିଂ କରି ରଖିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଧ୍ୟ ବଢିଆ ଯୋଜନା ଅଛି।

ଯଦି ଆପଣ ନିଜର ସ୍ତ୍ରୀଙ୍କ ନାମରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମଧ୍ୟ ଖାସ ଯୋଜନା ଅଛି। ସ୍ତ୍ରୀଙ୍କ ନାମରେ ଛୋଟ ନିବେଶ କରିବା ପରେ ୪୫୦୦୦ ଟଙ୍କା ମାସିକ ପେନସନର ଲାଭ ଦିଆଯିବ। ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଏକ ଖାତା ଖୋଲିବାକୁ ପଡ଼ିବ। ଏହି ସ୍କିମ ଅନ୍ତର୍ଗତ ଆପଣଙ୍କୁ ରେଗୁଲାର ଆୟ ମଧ୍ୟ ହେବ। ଅର୍ଥାତ ଆପଣଙ୍କୁ ରେଗୁଲାର ପେନସନ ମଧ୍ୟ ମିଳିବ।

ଆପଣଙ୍କୁ ଜଣାଇଦେଉଛୁକି ଏନପିଏସରେ ଖାତା ଖୋଲିବା ଉପରେ ଆପଣଙ୍କ ସ୍ତ୍ରୀଙ୍କୁ ୬୦ ବର୍ଷ ପୂରଣ ହେବା ପରେ ଏକ ରାଶି ମିଳିବ। ଏହାସହିତ ପେନସନ ରୂପରେ ପ୍ରତ୍ୟେକ ମାସ ରେଗୁଲାର ଆୟ ମଧ୍ୟ ରହିବ। ଆପଣ ଏନପିଏସ ଖାତାରେ ସୁବିଧା ଅନୁସାରେ ପ୍ରତ୍ୟେକ ମାସ କିମ୍ବା ବର୍ଷକୁ ପଇସା ଜମା କରିପାରିବେ।

ଆପଣ କେବଳ ୧୦୦୦ ଟଙ୍କାରୁ ମଧ୍ୟ ସ୍ତ୍ରୀଙ୍କ ନାମରେ ଏନପିଏସ ଏକାଉଣ୍ଟ ଖୋଲିପାରିବେ। ୬୦ବର୍ଷ ବୟସରେ ଏନପିଏସ ଏକାଉଣ୍ଟ ମେଚ୍ୟୁର ହୋଇଯାଏ। ନୂଆ ନିୟମ ଅନ୍ତର୍ଗତ ଆପଣ ଚାହିଁଲେ ସ୍ତ୍ରୀଙ୍କ ବୟସ ୬୫ବର୍ଷ ପର୍ଯ୍ୟନ୍ତ ଏନପିଏସ ଏକାଉଣ୍ଟ ଚଲାଇପାରିବେ।

ଏଥିରେ ସବୁଠାରୁ ଖାସ କଥା ହେଉଛିକି ଏନପିଏସ ଏକାଉଣ୍ଟ ସହିତ ଆପଣ ଏହା ମଧ୍ୟ ସୁନିଶ୍ଚିତ କରିପାରିବେକି ଆପଣଙ୍କ ସ୍ତ୍ରୀଙ୍କୁ ପ୍ରତ୍ୟେକ ମାସ କେତେ ପେନସନ ମିଳିବ। ଏଥିରେ ଆପଣଙ୍କ ସ୍ତ୍ରୀ ଯେତେବେଳେ ୬୦ ବର୍ଷ ବୟସ ଅତିକ୍ରମ କରିବେ, ସେତେବେଳେ ପେନସନର ଲାଭ ଦିଆଯିବ।

ପ୍ରତ୍ୟେକ ମାସ ହେବ ୪୫୦୦୦ ଟଙ୍କା ଆୟ?:-

ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ସ୍ତ୍ରୀଙ୍କର ବୟସ ୩୦ ବର୍ଷ ଓ ଆପଣ ତାଙ୍କର ଏନପିଏସ ଏକାଉଣ୍ଟରେ ପ୍ରତ୍ୟେକ ମାସ ୫୦୦୦ ଟଙ୍କା ନିବେଶ କରନ୍ତି। ଯଦି ତାଙ୍କୁ ନିବେଶ ଉପରେ ବାର୍ଷିକ ୧୦ ପ୍ରତିଶତ ରିଟର୍ନ ମିଳେ ତେବେ ୬୦ ବର୍ଷ ବୟସରେ ତାଙ୍କର ଏକାଉଣ୍ଟରେ ସମୁଦାୟ ୧.୧୨ କୋଟି ହୋଇଯିବ। ଏଥିରେ ତାଙ୍କୁ ପାଖାପାଖି ୪୫ଲକ୍ଷ ଟଙ୍କା ମିଳିଯିବ। ଏହା ବ୍ୟତୀତ ତାଙ୍କୁ ପ୍ରତ୍ୟେକ ମାସରେ ୪୫୦୦୦ ଟଙ୍କା ପାଖାପାଖି ମିଳିବା ଆରମ୍ଭ ହୋଇଯିବ। ସବୁଠାରୁ ଖାସ କଥା ହେଉଛିକି ଏହି ପେନସନ ତାଙ୍କୁ ଆଜୀବନ ମିଳିବ।

Leave A Reply

Your email address will not be published.