ଛାତ୍ରଛାତ୍ରୀ ଙ୍କ ପାଇଁ ଆସିଲା ବଡ଼ ଖବର।ପାଞ୍ଚ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବ ରେଲୱେ

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ।ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ଏକ ବିଜ୍ଞପ୍ତି ଜାରି କରି ହଜାର ହଜାର ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି ।

*ଖାଲିଥିବା ପଦବୀ ବିବରଣୀ:-

କାଟିହାର ଓ ଟିଡିଏଚ୍ ୱାର୍କଶପ ପାଇଁ ୯୧୯ ଟି ପୋଷ୍ଟ

ଆଲିପୁରଦ୍ୱାର ପାଇଁ ୫୨୨ ଟି ପୋଷ୍ଟ,

ରଙ୍ଗିଆ ପାଇଁ ୫୫୧ ଟି ପୋଷ୍ଟ,

ଲୁମ୍ଡିଙ୍ଗ ପାଇଁ ୧୧୪୦ ଟି ପୋଷ୍ଟ,

ତିନ୍ସୁକିଆ ପାଇଁ ୫୪୭ ଟି ପୋଷ୍ଟ,

ନ୍ୟୁ ବଙ୍ଗାଇଗାଓଁ ୱାର୍କଶପ ପାଇଁ ୧୧୧୦ ଟି ପୋଷ୍ଟ ଡିବ୍ରୁଗଡ ୱାର୍କଶପ ପାଇଁ ୮୪୭ ଟି ପୋଷ୍ଟ

*ଶିକ୍ଷାଗତ ଯୋଗ୍ୟତା:-

ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଦଶମ ଶ୍ରେଣୀପାସ୍ କରିଥିବା ଆବଶ୍ୟକ । ଏହା ସହିତ, ପ୍ରାର୍ଥୀ ସମ୍ପୃକ୍ତ ଟ୍ରେଡ଼ରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ । ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ରହିବା ଉଚିତ୍ ।

*ଚୟନ ପ୍ରକ୍ରିୟା:-

ଯୋଗ୍ୟତା ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ ।

*ଜରୁରୀ ତାରିଖ:-

ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍ ରଖାଯାଇଛି

*ଆବେଦନ ଶୁଳ୍କ:-

ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଶୁଳ୍କ ବାବଦରେ ୧୦୦ ଟଙ୍କା ଜମା କରିବାକୁ ପଡିବ ।ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ https://nfr.indianrailways.gov.in/ ଭିଜିଟ୍ କରି ଆବେଦନ କରିବାକୁ ପଡିବ । ଏହି ନିଯୁକ୍ତି ଡ୍ରାଇଭରେ ୫୬୩୬ ଟି ପୋଷ୍ଟ ପୂରଣ ହେବ ।

Leave A Reply

Your email address will not be published.