ପୁରୁଷମାନଙ୍କ ପାଇଁ ହେଲ୍ଥ ଟିପ୍ସ : ପୁରୁଷ ମାନଙ୍କ ଶରୀରରେ ଦେଖାଦେଇଥିବା ଏହି ଲକ୍ଷଣ ହୋଇପାରେ ପ୍ରାଣଘାତୀ,ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

0

Get real time updates directly on you device, subscribe now.

ପୁରୁଷମାନଙ୍କ ଜୀବନ ସଦାବେଳେ ଦୈଡାଦୈଡି ରହିଥାଏ|ବେଳେବେଳେ ଏପରି ହୋଇଥାଏ ଯେ ବିଛଣାରୁ ଉଠିବା ପରେ ଆମକୁ ଜୋରରେ ଜ୍ୱର ବା କୈାଣସି ଅଂଶରେ ଜୋରରେ ପିଡା ହୋଇଥାଏ|ପୁରୁଷ ସାଧାରଣତଃ ଏହି ସମସ୍ୟାକୁ ଅଣଦେଖା କରିଥାନ୍ତି|କିନ୍ତୁ ପୁରୁଷଙ୍କୁ ଖାସ ଧ୍ୟାନ ଦେବା ଆବଶ୍ୟକ ଏହାକୁ ଅଣଦେଖା ଅନାବଶ୍ୟକ,କାରଣ ହୋଇପାରେ ଏହି ଲକ୍ଷଣଗୁଡ଼ିକ ସାଧାରଣ ଜଣାପଡୁଥାଏ କିନ୍ତୁ କୈାଣସି ଖତରନାକ ବିମାରୀର ସଙ୍କେତ ହୋଇପାରେ|ଚାଲନ୍ତୁ ଜାଣିବା ପୁରୁଷଙ୍କ କେଉଁ ଲକ୍ଷଣଗୁଡ଼ିକ ଅଣଦେଖା କରିବା ଅନୁଚିତ୍:

ଛୋଟ ଶ୍ୱାସ ଆସିବା:

ଅଚାନକ ଛୋଟ ଶ୍ୱାସ ଆସିବା ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ହୋଇପାରେ|ଯଦି ଆପଣଙ୍କୁ ସିଢି ଚଢିବାରେ ଶ୍ୱାସ ନେଵାରେ ସମସ୍ୟା ହୋଇଥାଏ ବା ଆପେଆପେ ଥକ୍କା ଅନୁଭୂତ ହୁଏ ଏହାକୁ ଗମ୍ଭୀରତା ସହ ନିଅନ୍ତୁ|ଏହା ହାର୍ଟ ଫେଲ ବା ହୃଦୟ ସମ୍ବନ୍ଧୀୟ ବେମାରର ଲକ୍ଷଣ ହୋଇପାରେ|

ଜୋରରେ ଓଜନ ହ୍ରାସ ପାଇବା:

ଶରୀରରେ ଜୋରରେ ଓଜନ ହ୍ରାସ ପାଇବା ଠିକ ନୁହେଁ|ଯଦି ଆପଣ ଓଜନ ହ୍ରାସ ପାଇଁ ଚାହାନ୍ତି ନାହିଁ କିନ୍ତୁ ଆପେଆପେ ଯଦି ଓଜନ ହ୍ରାସ ପାଇଥାଏ ଏହା କ୍ୟାନସରର ସଙ୍କେତ ହୋଇଥାଏ|ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ|

ଛାତିରେ ଯନ୍ତ୍ରଣା:

ବହୁବାର ଲୋକମାନେ ଛାତିରେ ହେଉଥିବା ଯନ୍ତ୍ରଣାକୁ ଅଣଦେଖା କରନ୍ତି, ଏଥିପାଇଁ ଠିକରେ କାମ କରି ପାରନ୍ତି ନାହିଁ|ଏହା ହାର୍ଟ ଆଟାକର କାରଣ ହୋଇପାରେ|

ଜୋରରେ ଜ୍ୱର ଆଣିବା:

କାହାକୁ ଯଦି ଲମ୍ବା ସମୟ ପର୍ଯ୍ୟନ୍ତ ୧୦୩ ଡିଗ୍ରୀରୁ ଅଧିକ ଜ୍ୱର ଆଣୁଛି ତେବେ ଖତରନାକ ହୋଇପାରେ|ଏଭଳି ଫଳରେ ଆପଣଙ୍କୁ ନିମୋନିଆ , ମସ୍ତିଷ୍କ ଜ୍ବର ହୋଇପାରେ|ଦୀର୍ଘ ସମୟ ପର୍ଯ୍ୟନ୍ତ କୈାଣସି ଜ୍ୱର ବେମାରର ଲକ୍ଷଣ ଅଟେ|ଏହାକୁ ଅଣଦେଖା କରନ୍ତୁ ନାହିଁ|

Leave A Reply

Your email address will not be published.