ମାଗଣା ରାସନକୁ ନେଇ ନୂଆ ନିୟମ ଲାଗୁ । ସରକାରଙ୍କ କଡ଼ା କଟକଣା । ଫସିଯିବେ ନକଲି କାର୍ଡଧାରୀ

0

Get real time updates directly on you device, subscribe now.

ରାସନ କାର୍ଡର ହିତାଧିକାରୀ ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣ ଜଣେ ରାସନ କାର୍ଡ ହୋଲଡର ତ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ ଅଟେ । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ କିଛି ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି । ସରକାର କରୋନା ମହାମାରୀ ବେଳେ ଗରିବ ଲୋକ ମାନଙ୍କ ପାଇଁ ମୁକ୍ତ ରାସନର ବ୍ୟବସ୍ଥା ଆରମ୍ଭ କରିଥିଲେ । ହେଲେ ଗତ ଦିନରେ ସରକାର ଜାଣିବାକୁ ପାଇଲେ କି ଲକ୍ଷ ଲକ୍ଷ  ଅଯୋଗ୍ୟ ଲୋକ ବି ସରକାରଙ୍କ ପକ୍ଷରୁ ମାଗଣାରେ ମିଳୁଥିବା ରାସନର ଫାଇଦା ନେଉଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ।

ତେବେ ନୂଆ ନିୟମ ଅନୁସାରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି । ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ‘ୱନ୍ ନେସନ୍, ୱନ ରାସନ କାର୍ଡ’ ଓ-ଏନ୍-ଓ-ଆର୍-ସି ଯୋଜନା କାର୍ଯ୍ୟକାରୀ ହୋଇସାରିଛି ।

କୋଟି କୋଟି ହିତାଧିକାରୀ ଅର୍ଥାତ୍ ଏନ୍ଏଫ୍ଏସଏ ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଯାଇ ଲାଭ ଉଠାଉଛନ୍ତି । ସେଥିପାଇଁ ମାଗଣା ରାସନର ଅବଧିକୁ ସରକାର ବୃଦ୍ଧି ମଧ୍ୟ କରିଛନ୍ତି । ତେବେ ଏହାରି ମଧ୍ୟରେ ଅଯୋଗ୍ୟ ବ୍ୟକ୍ତି ରାସନ କାର୍ଡ ବାତିଲ ନକଲେ ଯାଞ୍ଚ ପରେ ଖାଦ୍ୟ ବିଭାଗ ଟିମ୍‌ ଏହାକୁ ରଦ୍ଦ କରିଦେବେ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.