ଗମ୍ଭୀର ହେଉଚି ରାଇମୋହନ ଙ୍କ ତଦନ୍ତ । ମୃତ୍ୟୁ ପୂର୍ବରୁ ଫ୍ୟାମିଲି ଗ୍ରୁପରେ ବାଏ ଲେଖିଥିଲେ ରାଇମୋହନ

0

Get real time updates directly on you device, subscribe now.

ଅଭିନେତା ରାଇମୋହନ ପରିଡ଼ାଙ୍କ ଆ-ତ୍ମହ-ତ୍ୟା ଘଟଣାକୁ ନେଇ ସାରା ଓଲିଉଡ଼ ଏବେ ସ୍ତବ୍ଧ ହୋଇଯାଇଛି । ତାଙ୍କର ଆତ୍ମହତ୍ୟାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ କାଲି ସକାଳ ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାର ସ୍ଥିତ ତାଙ୍କ ବାସଭବନରେ ଜମିଥିଲା ଭିଡ଼ । କାରଣ ନିଆଁ ଭଳି ମାଡ଼ି ଯାଇଥିଲା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଖବର ।ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ରାଇମୋହନ ପରିଡା ଙ୍କ ସୁନ୍ଦର ଅଭିନୟ କାରଣ ରୁ ସାରା ଓଡିଶା ର ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ । ତେବେ ରାଇମୋହନ ପରିଡା ଙ୍କ ପରିବାର ରେ ତାଙ୍କର ସ୍ତ୍ରୀ ଏବଂ ତାଙ୍କର ଦୁଇ ଝିଅ ରହିଥିଲେ ।

ହେଲେ ପାରିବାରିକ କଳହ କିମ୍ବା ଅନ୍ୟ କୈଣସି କାରଣ ଯୋଗୁଁ ଆ-ତ୍ମ-ହ-ତ୍ୟା କରିଛନ୍ତି ତାହା ବର୍ତମାନ ସମୟ ରେ ଜଣା ପଡି ନାହିଁ । ଆଉ ବର୍ତମାନ ତାଙ୍କର ମୃ-ତ ଦେହ କୁ ତାଙ୍କ ଘରୁ ପୋଲିସ ଉଦ୍ଧାର କରିଛି ।ତାଙ୍କୁ କେପିଟାଲ ହସ୍ପିଟାଲ ନେବା ପରେ ତାଙ୍କୁ ମୃ-ତ ବୋଲି ଡାକ୍ତର ଘୋଷଣା କରିଛନ୍ତି ।ତେବେ ରାଇମୋହନ ପରିଡା ଙ୍କ ଆତ୍ମହତ୍ୟା ର ତଦନ୍ତ କରୁଚି ପୋଲିସ୍।ତାଙ୍କ ସମ୍ପର୍କୀୟ, ପଡ଼ୋଶୀଙ୍କ ବୟାନ ରେକର୍ଡ ହେବ । ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରାଯିବ ।

ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଗତ ୨୪ ତାରିଖରେ ମୃତ୍ୟୁ ପୂର୍ବରୁ ରାଇମୋହନ ପତ୍ନୀଙ୍କୁ ଦିନ ୧୧ଟା ୫୭ ମିନିଟ୍‌ରେ ଶେଷ ଥର ଫୋନ କଲ୍‌ କରିଥିଲେ । ଏହାପୂର୍ବରୁ ଦିନ ୧୧ଟା ୧୮ରେ ଫ୍ୟାମିଲି ଗ୍ରୁପରେ ବାଏ ମେସେଜ ଦେଇଥିଲେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.