ଛାତ ଉପରେ ମାଗଣା ସୋଲାର ପ୍ୟାନେଲ ଲଗାଇ ବିଜୁଳୀ ବିଲକୁ କରନ୍ତୁ ବିଦାୟ, ଅନଲାଇନରେ କରନ୍ତୁ ଆବେଦନ

0

Get real time updates directly on you device, subscribe now.

ବଜାରରେ ପ୍ରତ୍ୟେକ ଜିନିଷର ମୂଲ୍ୟ ତୀବ୍ର ଭାବରେ ବୃଦ୍ଧି ପାଉଛି। ଓ ସାଧାରଣ ଲୋକ ଏହି ମହଙ୍ଗାଇରେ ହନ୍ତସନ୍ତ ହେଉଛନ୍ତି। ରୋଷେଇ ଠାରୁ ଆରମ୍ଭ କରି ବିଜୁଳୀ ପର୍ଯ୍ୟନ୍ତ ସମସ୍ତ ମୂଲ୍ୟର ବୃଦ୍ଧି ହେଉଅଛି।

ଥଣ୍ଡା ହେଉ କିମ୍ୱା ଗରମ, ଆମେ ବିଜୁଳୀର ପ୍ରୟୋଗ କରିଥାଉ। ଯାହାପରେ ଆମେ ଏକ ମୋଟା ବିଲର ସାମ୍ନା କରିବାକୁ ପଡେ। ଆମେ ଆପଣଙ୍କ ପାଇଁ ଏହି ସମସ୍ୟାର ସମାଧାନ ନେଇ ଆସିଛୁ।

ଆପଣଙ୍କ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ପାରିବୁ। ଓ ସେଥିରୁ ମାଗଣାରେ ବିଜୁଳୀ ପାଇପାରିବୁ। ସୋଲାର ପ୍ୟାନେଲ ଲଗାଇବାରେ ସରକାର ମଧ୍ୟ ଆର୍ଥିକ ସାହାଯ୍ୟ କରିବେ। ଏହାଫଳରେ ଲୋକ ବିଜୁଳୀ ସେଭିଂ କରିବା ସହିତ ବିଲରୁ ମଧ୍ୟ ମୁକ୍ତି ପାଇବେ।

ସୋଲାର ରୁଫଟପ ଯୋଜନାରୁ ମିଳିବ ୨୫ବର୍ଷ ପର୍ଯ୍ୟନ୍ତ ବିଜୁଳୀ:-

ନିଜ ଘରର ଛାତ ଉପରେ ସୋଲାର ରୁଫଟପ ଲଗାଇ ଆପଣ ବିଜୁଳୀର ବିଲକୁ ୩୦ ରୁ ୫୦ ପ୍ରତିଶତ କମ କରିପାରିବେ। ସୋଲାର ରୁଫଟପ ୨୦-୨୫ ବର୍ଷ ପର୍ଯ୍ୟନ୍ତ ବିଜୁଳୀ ମିଳିବ।

ଏହି ସୋଲାର ରୁଫଟପ ଯୋଜନାରେ ଖର୍ଚ୍ଚ ୫-୬ ବର୍ଷରେ ଦିଆଯିବ। ଏହାପରେ ଆଗାମୀ ୨୦-୨୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ସୋଲାରରୁ ମାଗଣାରେ ବିଜୁଳୀ ପାଇପାରିବେ।

ସୋଲାର ରୁଫଟପ ସୋଲାର ପ୍ଲାଣ୍ଟ ସ୍କିମ କଣ ଜାଣନ୍ତୁ?:-

ସୋଲାର ରୁଫଟପ ଯୋଜନା ଅନ୍ତର୍ଗତ ଆଗାମୀ ଖର୍ଚ୍ଚର ଭୁଗତାନ ୫-୬ ବର୍ଷ ମଧ୍ୟରେ ଦିଆଯିବ। ଏହାପରେ ଆଗାମୀ ୨୦-୨୫ ବର୍ଷ ପର୍ଯ୍ୟନ୍ତ ସୋଲାର ଏନର୍ଜି ପ୍ୟାନେଲରୁ ମାଗଣା ସୋଲାର ଏନର୍ଜି ମିଳିବ।

ଏହି ସୋଲାର ପ୍ୟାନେଲ ଯୋଜନାର ଲାଭ ନେବା ପାଇଁ ଆପଣଙ୍କୁ ବିଦ୍ୟୁତ ବିତରଣ କମ୍ପାନୀର କାର୍ଯ୍ୟାଳୟ ସହିତ ସମ୍ପର୍କ କରିବାକୁ ହେବ। ଅଧିକ ସୂଚନା ପାଇଁ ଆପଣ mnre.gov.in ଉପରେ ଭିଜିଟ କରିପାରିବେ।

ଅନଲାଇନରେ ମାଗଣାରେ ସୋଲାର ରୁଫଟପ ଯୋଜନା ପାଇବା ପାଇଁ କେମିତି ଆବେଦନ କରିବେ?:-

– ପ୍ରଥମେ ଆପଣଙ୍କୁ solarrooftop.gov.in ରେ ଯାଆନ୍ତୁ।

– ଏହା ପରେ ଆପଣଙ୍କୁ Apply for Solar panel ଉପରେ କ୍ଲିକ୍ କରନ୍ତୁ।

– ପୁଣି ଆପଣ ରାଜ୍ୟର ଚୟନ କରନ୍ତୁ ଓ ଆବେଦନ ପତ୍ରକୁ ସଠିକ ଭାବରେ ଭରିଦିଅନ୍ତୁ।

– ଏହିପରି ଆପଣ Solar Rooftop Subsidy Scheme ପାଇଁ ସହଜରେ ଆବେଦନ କରିପାରିବେ, ଯାହାପରେ କମ୍ପାନୀ ଆପଣଙ୍କୁ ସମ୍ପର୍କ କରିବ।

ସୋଲାର ପ୍ୟାନେଲ ଲଗାଇବା ପାଇଁ ସ୍ଥାନ ଆବଶ୍ୟକ:-

ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଆପଣଙ୍କୁ ଅଧିକ ସ୍ଥାନର ଆବଶ୍ୟକ ନାହିଁ। ୧ କିଲୋୱାଟ ସୌର ଶକ୍ତି ପାଇଁ ୧୦ବର୍ଗମିଟର ସ୍ଥାନ ଆବଶ୍ୟକ।

କେନ୍ଦ୍ର ସରକାର ୩ କିଲୋୱାଟ ପର୍ଯ୍ୟନ୍ତ ସୋଲାର ରୁଫଟପ ପ୍ଲାଣ୍ଟ ଉପରେ ୪୦ ପ୍ରତିଶତ ଓ ୧୦ କିଲୋୱାଟ ପର୍ଯ୍ୟନ୍ତ ୨୦ ପ୍ରତିଶତ ସବସିଡି ଦିଅନ୍ତି। ସୋଲାର ରୁଫଟପ ସବସିଡି ଯୋଜନା ପାଇଁ ଆପଣ ବିଦ୍ୟୁତ ବିତରଣ କମ୍ପାନୀର ନିକଟତର କାର୍ଯ୍ୟାଳୟre ସମ୍ପର୍କ କରିପାରିବେ।

ସୋଲାର ରୁଫଟପ ଯୋଜନାରେ ବିଜୁଳିରେ ଏତିକି ବିଲ କମ ଆସିବ:-
ସୋଲାର ରୁଫଟପ ସୋଲାର ପ୍ୟାନେଲ ସ୍କିମ ପ୍ରଦୂଷଣକୁ କମ କରିବା ସହିତ ପଇସା ମଧ୍ୟ ବଞ୍ଚାଇଥାଏ। ଗୃପ ହାଉସିଂରେ ସୋଲାର ପ୍ୟାନେଲରେ ବିଜୁଳୀ ଲଗାଇବାରେ ବିଜୁଳୀର ଖର୍ଚ୍ଚକୁ ୩୦ପ୍ରତିଶତ ରୁ ୫୦ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଇପାରିବ।

ସୋଲାର ରୁଫଟପ ଯୋଜନା ସ୍କିମ ଅନ୍ତର୍ଗତ କେନ୍ଦ୍ର ସରକାର ୫୦୦kW ପର୍ଯ୍ୟନ୍ତ ସୋଲାର ରୁଫଟପ ପ୍ଲାଣ୍ଟ ଲଗାଇବା ପାଇଁ ୨୦ ପ୍ରତିଶତ ସବସିଡି ଦେଉଅଛି।

ସୋଲାର ରୁଫଟପ ସ୍କିମ ଟୋଲ ଫ୍ରି ନମ୍ୱର:-

ସୋଲାର ରୁଫଟପ ହେଲ୍ପଲାଇନ ନମ୍ୱର ୧୮୦୦-୧୮୦-୩୩୩୩ ଉପଲବ୍ଧ ଅଛି। ଯାହା ସାହାଯ୍ୟରେ ସୋଲାର ରୁଫଟପ ଲଗାଇଲେ ବହୁତ ସାହାଯ୍ୟ ହୋଇଯିବ। ସୋଲାର ରୁଫଟପ ପ୍ୟାନେଲରେ ସାମିଲ ଏଜେନ୍ସୀକୁ ରାଜ୍ୟ ଅନୁସାରେ ସୂଚୀକୁ ମଧ୍ୟ ଅଧିକାରୀକ ୱେବସାଇଟ ଉପରେ ଦେଖାଯାଇପାରିବ।

ସୋଲାର ରୁଫଟପ ସବସିଡି ଯୋଜନା ଭାରତ ସରକାରଙ୍କ ଅକ୍ଷୟ ଓ ନବୀକରଣ ଉର୍ଯା ମନ୍ତ୍ରାଳୟ ଦ୍ବାରା ସଞ୍ଚାଳିତ ହୁଏ। ଯଦି ଆପଣ ସୋଲାର ପ୍ଲାଣ୍ଟ ଲଗାଇବା କଥା ଭାବୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସବର୍ଣ୍ଣ ସୁଯୋଗ।

Leave A Reply

Your email address will not be published.