ଡ୍ରଗ୍ ଇନ୍ସପେକ୍ଟରଙ୍କ ଘରୁ ମିଳିଲା 4 କୋଟି 11 ଲକ୍ଷ ଟଙ୍କା ନଗଦ କ୍ୟାଶ, ସକାଳୁ ଗଣିବା ଆରମ୍ଭ ହୋଇ ଶେଷ ହେଲା ସନ୍ଧ୍ୟାରେ

0

Get real time updates directly on you device, subscribe now.

ଏହି ଡ୍ରଗ ଇନ୍ସପେକ୍ଟରଙ୍କୁ କଳାଧନ କମାଇବାର କିମଗ କୁହାଗଲେ ଅତ୍ୟୁକ୍ତି ହେବନାହିଁ କାରଣ ଏହି ଅଫିସର ଜଣକ ମାତ୍ର 11 ବର୍ଷର ଚାକିରୀ ଭିତରେ ଏତେ କଳାଧନ ଏକତ୍ରିତ କରିଥିଲେ ଯେ, ଯାଞ୍ଚ କରିବାକୁ ଯାଇଥିବା ଟିମ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛି। ଆପଣଙ୍କୁ ଜଣାଇଦେଉଛୁ କି, ବିହାରର ରାଜଧାନୀ ପାଟନାରେ ଥିବା ଡ୍ରଗ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ଘରେ ବ୍ୟୁରୋ ଶନିବାର ଦିନ ଛାପା ମାରିଥିଲା। ଏହି ଛାପା ଜରିଆରେ ପ୍ରଚୁର ମାତ୍ରାରେ କ୍ୟାଶ, ସୁନା ଗହଣା ଓ ଫ୍ଲାଟ, ଜମିର ପଟା ମଧ୍ୟ ଜବତ କରାଯାଇଥିଲା।

ଜବତ କରାଯାଇଥିବା ଟଙ୍କାକୁ ବ୍ୟୁରୋ କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହି ଟଙ୍କା ଏତେ ଅଧିକ ଥିଲା ଯେ, ଦୁଇଟି ମେସିନ ଲାଗିବା ସହିତ ମଧ୍ୟ ଟଙ୍କା ଗଣିବାରେ ସକାଳୁ ସନ୍ଧ୍ୟା ହୋଇଗଲା। ଏହାକୁ ଗଣିବା ପାଇଁ 6 ଘଣ୍ଟାର ଦୀର୍ଘ ସମୟ ଲାଗିଥିଲା। ଏହି ଟଙ୍କାକୁ ସୋମବାର ଦିନ ଡ଼ିଆଇଜିଙ୍କ ଯାଞ୍ଚ ଆଧାରରେ ଖାତାରେ ଜମା କରାଯିବ।

ଡ୍ରଗ ଇନ୍ସପେକ୍ଟରଙ୍କ ଘରେ ରେଡ଼:-

ଡ୍ରଗ ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ଘରେ ଶନିବାର ଦିନ ମୋଟ 19 ଘଣ୍ଟାର ରେଡ଼ ମରାଗଲା। ଛାପା ମରାଯାଉଥିବା ସମୟରେ 4 କୋଟି 11 ଲକ୍ଷ ଟଙ୍କାର କ୍ୟାଶ ମିଳିଥିଲା। କୌଣସି ଡ୍ରଗ ଇନ୍ସପେକ୍ଟରଙ୍କ ଘରୁ 4 କୋଟି 11 ଲକ୍ଷ ଟଙ୍କା ମିଳିଥିବାରୁ ବର୍ତ୍ତମାନ ଏହା ରେକର୍ଡ଼ ହୋଇଯାଇଛି। ଏହାବ୍ୟତୀତ ଏକ କିଲୋ ସୁନା, କେତେକ ଜମିର କାଗଜପତ୍ର, ବ୍ୟାଙ୍କରେ ଜମା ଥିବା ରାଶି ଓ କେତେକ ଚାରି ଚକିଆ ଯାନ ମଧ୍ୟ ଜବତ କରାଯାଇଥିଲା। ଜିତେନ୍ଦ୍ର କୁମାର 2011 ମସିହାରେ ଡ୍ରଗ ଇନ୍ସପେକ୍ଟର ଭାବରେ କାମ କରିବା ଆରମ୍ଭ କରିଥିଲେ ଓ ଚାକିରୀ ଆରମ୍ଭ ହେବା ମାତ୍ରକେ ସେ ଭ୍ରଷ୍ଟାଚାରରେ ଲିପ୍ତ ହୋଇଗଲେ ଓ ଚାକିରୀ କରିବାର 11 ବର୍ଷ ଭିତରେ ସେ ଅବୈଧ ସମ୍ପତ୍ତି ଠୁଳ କରିଦେଇଥିଲେ।

ମୂଳ ରୂପରେ ବିହାରର ଜାହାନାବାଦ ଜିଲ୍ଲା ଘୋଷି ଥାନାକ୍ଷେତ୍ର ଦରିଆପୁର ରେ ରହୁଥିବା ଜିତେନ୍ଦ୍ର କୁମାର ନିଜର କଳାଧନ ଯୋଗୁଁ ପାଟନା ଓ ଗୟା ବ୍ୟତୀତ କେତେକ ସହରରେ ଫ୍ଲାଟ କିଣିଛନ୍ତି। ଜିତେନ୍ଦ୍ର କୁମାରଙ୍କ ବିପକ୍ଷରେ 1.59 କୋଟିରୁ ଅଧିକ ରୋଜଗାର ଉପରେ କେସ ଦାରଜ ହୋଇଥିଲା। ଛାପାମାରୀ ପରେ ଏହି ରାଶି ବହୁତ ଥିବାର ଜଣାପଡ଼ିଛି।

ଛାପା ମରାଯାଉଥିବା ସମୟରେ ସମ୍ପତ୍ତି ଗୁଡ଼ିକର କାଗଜପତ୍ର ମଧ୍ୟ ମିଳିଥିଲା। କୁହାଯାଇଛି ଜିତେନ୍ଦ୍ର କୁମାରଙ୍କ ଘରେ ରଖାଯାଇଥିବା ଗୋଦରେଜ ଆଲମୀରାକୁ ଯେତେବେଳେ ଖୋଲାଗଲା ସେତେବେଳେ 2000 ଟଙ୍କିଆ, 500 ଟଙ୍କିଆ, 200 ଟଙ୍କିଆ ଓ 100 ଟଙ୍କିଆ ବିଡ଼ା ବିଡ଼ା ନୋଟ ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.