କୁକୁଡ଼ାକୁ ଘାରିଲା ମଦ ନିଶା, ମଦ ନପିଇଲେ ଜଳ-ଅନ୍ନ ଗ୍ରହଣ କରୁନାହିଁ। ଜାଣନ୍ତୁ ମଦ ପିଇବାର ଅଭ୍ୟାସ କେମିତି ହେଲା

0

Get real time updates directly on you device, subscribe now.

ମଦ ନିଶା କେବଳ ମଣିଷକୁ ନୁହେଁ ଜାନୁଆରକୁ ଯଦି ଏହା ଲାଗିଥାଏ ତାହେଲେ ଏହାସହ ଥିବା ମଣିଷକୁ ବହୁତ ସମସ୍ୟା ହୋଇଥାଏ। ପରିବାରରେ ଜଣେ ମଦୁଆ ଯଦି ରହିଥାଏ, ସାରା ପରିବାରକୁ ଏହି ଅସୁବିଧା ସହିବାକୁ ପଡ଼େ। ଏବେ ଏକ ପରିବାର ଯିଏକି କୁକୁଡ଼ା ପାଳିଛନ୍ତି ତାଙ୍କୁ ମଧ୍ୟ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। କୁକୁଡ଼ା ମାନଙ୍କ ଭିତରୁ ଜଣେ କୁକୁଡ଼ାକୁ ମଦ ପିଇବାର ଅଭ୍ୟାସ ହୋଇଗଲା ଓ ସେ ବର୍ତ୍ତମାନ ବିନା ମଦ ପିଇଲେ ଜଳ-ଅନ୍ନ ଗ୍ରହଣ କରୁନାହିଁ ଯେଉଁଥିରେ କୁକୁଡ଼ା ମାଲିକ ଚିନ୍ତାରେ ପଡିଯାଇଛନ୍ତି।

ମହାରାଷ୍ଟ୍ରର ମଦୁଆ କୁକୁଡ଼ା:-

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ପିପାରି ଗ୍ରାମରେ ଜଣେ ବ୍ୟକ୍ତି କୁକୁଡ଼ା ପାଳନ କରିଥାଏ। ଏମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ଅଛି ଯାହାକୁ ସକାଳ ହେବା ମାତ୍ରକେ ମଦ ଦରକାର ହୋଇଥାଏ। ଯଦି ତାକୁ ମଦ ନଦିଆଯାଏ ତାହେଲେ ସେ ସେଦିନ କିଛିବି ଖାଏନାହିଁ ଓ ଜଳ ମଧ୍ୟ ଛୁଏଁନାହିଁ। ଭାଉ କାତୋରେ ନାମକ ଏହି କୁକୁଡ଼ା ଚାଷୀ କେବେବି ମଦ ପିଇନାହିଁ କିନ୍ତୁ ନିଜ କୁକୁଡ଼ା ପାଇଁ ସେ ନିତିଦିନ ମଦ ଦୋକାନକୁ ଯାଉଛି।

କୁକୁଡ଼ାକୁ ଏହିପରି ଭାବରେ ମଦର ଅଭ୍ୟାସ ହୋଇଗଲା:-

ଏହା ଶୁଣିବାପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ ଯେ, କୁକୁଡ଼ାକୁ ମଦର ଅଭ୍ୟାସ କେମିତି ହେଲା? ଭାଉଙ୍କ କହିବାକଥା ହେଲା, କିଛି ସମୟ ପୂର୍ବରୁ ଯେତେବେଳେ କୌଣସି କାରଣ ବଶତଃ ତାଙ୍କ କୁକୁଡ଼ା ମରି ଯାଉଥିଲେ ସେତେବେଳେ ଭାଉଙ୍କୁ ଜଣେ ଉପଦେଶ ଦେଲେ କି, ମଦ ଦେବା ଦ୍ୱାରା କୁକୁଡ଼ା ମାନଙ୍କ ରୋଗ ଭଲ ହୋଇଯିବ। ତାଙ୍କ କଥାମାନି ଭାଉ କୁକୁଡ଼ାଙ୍କୁ ମଦ ଦେଲେ ଓ ଯାହାଦ୍ୱାରା ରୋଗ ଠିକ ହୋଇଗଲା ଓ କୁକୁଡ଼ା ମାନେ ସାମାନ୍ୟ ହୋଇଗଲେ କିନ୍ତୁ ଏମାନଙ୍କ ମଧ୍ୟରୁ ଗୋଟିଏ କୁକୁଡ଼ା ଥିଲା ଯାହାକୁ ମଦର ଅଭ୍ୟାସ ଲାଗି ଯାଇଥିଲା ଓ ସେ ଦିନେ ମଦ ନପିଇଲେ କିଛିବି ଖାଏନାହିଁ। ବାଧ୍ୟ ହୋଇ ତାକୁ ମଦ ପିଇବାକୁ ଦିଆଯାଇଥାଏ।

ପ୍ରତ୍ୟେକ ମାସରେ 2000 ଟଙ୍କାର ମଦ ପିଇଥାଏ କୁକୁଡ଼ା:-

ଭାଉଙ୍କ ଏହି ମଦୁଆ କୁକୁଡ଼ା ପ୍ରତିଦିନ ମଦ ପିଉଛି ଓ ଭାଉଙ୍କ ମୁତାବିକ, କୁକୁଡ଼ାଟି ତାଙ୍କର ପରିବାରର ସଦସ୍ୟ ପରି ହୋଇଯାଇଛି ଓ ସେ ତାଙ୍କର ଖୟାଲ ମଧ୍ୟ ରଖୁଛନ୍ତି। ତାଙ୍କର କହିବାନୁଯାୟୀ, କୁକୁଡ଼ା ପ୍ରତିମାସରେ 2000 ଟଙ୍କାର ମଦ ପିଉଛି।

ପଶୁ ଡକ୍ଟର ଦେଲେ ଉପଦେଶ:-

ଭାଉ ମଦ ଖର୍ଚ୍ଚ ଯୋଗୁଁ ଚିନ୍ତାରେ ପଡ଼ି ପଶୁ ଡାକ୍ତରଙ୍କ ପାଖରେ ପହଁଚିଲେ ଓ ଡ଼କ୍ଟରଙ୍କୁ ସବୁକଥା ଜଣାଇଲେ। ଏଥିରେ ଡ଼କ୍ଟର ପରାମର୍ଶ ଦେଲେ କି, କୁକୁଡ଼ାକୁ ଭିଟାମିନ ସି ବଟିକା ପ୍ରତିଦିନ ଦିଆଯାଉ ଯାହାକି ମଦ ଭଳି ବାସ୍ନା ମଧ୍ୟ କରିବ ଓ ଧୀରେଧୀରେ ମଦର ପରିମାଣ କମାଇ ଏହାକୁ ଦେବ।

Leave A Reply

Your email address will not be published.