ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ କେତେ ଟଙ୍କା ଦରମା ପାଇବେ ? ତାଙ୍କୁ କି କି ସୁବିଧା ମିଳିବ ? ଜାଣନ୍ତୁ ସବୁକିଛି

0

Get real time updates directly on you device, subscribe now.

ଓଡ଼ିଶାର ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ହେବାପରେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ଏବଂ ସୁବିଧା ସୁଯୋଗକୁ ନେଇ ଓଡ଼ିଆରେ ବର୍ତ୍ତମାନ ଅଧିକ ଚର୍ଚ୍ଚା ହେବାକୁ ଲାଗିଛି । ଯଦି ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି ଏବଂ ଭାରତର ରାଷ୍ଟ୍ରପତି ହୁଅନ୍ତି, ତେବେ ସେ କେତେ ଟଙ୍କା ଦରମା ପାଇବେ ଏବଂ କଣ କଣ ଅତିରିକ୍ତ ସୁବିଧା ପାଇବେ ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଛି ।

କେତେ ଟଙ୍କା ଦରମା ଏବଂ କଣ କଣ ଅତିରିକ୍ତ ସୁବିଧା :-

ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା 5 ଲକ୍ଷ ଟଙ୍କା ଅଟେ । ରହିବା ପାଇଁ ରାଷ୍ଟ୍ରପତି ଭବନ ମିଳିବ, ଯେଉଁଠାରେ କି 340 ଟି ବଖରା ଘର ରହିଛି । ଚିକିତ୍ସା ପାଇଁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସୁବିଧା ମିଳିବ । ଚଢିବା ପାଇଁ ସୁରକ୍ଷା ସମ୍ପନ୍ନ ମର୍ସିଡିଜ୍ ବେଞ୍ଚ ଏସ-600 ମିଳିବ

ଭାରତର ରାଷ୍ଟ୍ରପତି କେବଳ କ୍ଷମତାରେ ଥିବା ପର୍ଯ୍ୟନ୍ତ ସୁବିଧା ପାଇଥାନ୍ତି ତାହା ନୁହେଁ, ବରଂ ପାଞ୍ଚବର୍ଷର କାର୍ଯ୍ୟକାଳ ସରିବାପରେ କେତେ ଟଙ୍କା ପେନସନ ଆକାରରେ ମିଳେ ଏବଂ କଣ୍ କଣ୍ ସୁବିଧା ମିଳେ ତାହା ମଧ୍ୟ ଏଠାରେ ଜାଣନ୍ତୁ ।

କାର୍ଯ୍ୟକାଳ ସରିବାପରେ ରାଷ୍ଟ୍ରପତିଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ପେନସନ ମିଳେ । ସ୍ତ୍ରୀ କିମ୍ବା ସ୍ବାମୀ ଥିଲେ ମାସିକ 30 ହଜାର ଟଙ୍କା ଆର୍ଥିକ ରାଶି ମିଳେ । ରହିବା ପାଇଁ ଟାଇପ- ଥ୍ରୀ ବର୍ଗର ଗୋଟିଏ ବଙ୍ଗଳା ମିଳେ । ଫୋନରେ କଥା ହେବାପାଇଁ ଲ୍ୟାଣ୍ଡ ଲାଇନ ଏବଂ ମୋବାଇଲ ସୁବିଧା ମାଗଣାରେ ମିଳେ । ପୂର୍ବତନ ରାଷ୍ଟ୍ରପତିଙ୍କ ଯତ୍ନ ନେବାପାଇଁ 5 ଜଣ ବ୍ୟକ୍ତିଗତ ସହାୟତା ଦିଆଯାଏ । କର୍ମଚାରୀଙ୍କ ଖର୍ଚ୍ଚ ପାଇଁ ବାର୍ଷିକ 60 ହଜାର ଟଙ୍କା ମିଳେ । ମାଗଣା ଟ୍ରେନ ଏବଂ ବିମାନ ସେବାର ସୁବିଧା ମିଳେ ।

ଯଦି ଏନଡିଏ ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ଅନ୍ୟ ରାଷ୍ଟ୍ରପତିଙ୍କ ଭଳି ତାଙ୍କୁ ମଧ୍ୟ ଏହି ସମସ୍ତ ସୁବିଧା ଭାରତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ।

Leave A Reply

Your email address will not be published.