ପଞ୍ଚମ ଶ୍ରେଣୀ ପିଲା ୩କ ପଣିକିଆ କହିପାରିଲେନି ବୋଲି ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ ।

0

Get real time updates directly on you device, subscribe now.

ଜାଣିବାକୁ ମିଳିଛି ଯେ ଦଣ୍ଡ ଶୁଣାଇଲେ ଗଣ ଶିକ୍ଷା ମନ୍ତ୍ରୀ । ବାଲେଶ୍ୱରରେ ଗଣଶିକ୍ଷାମନ୍ତ୍ରୀଙ୍କ ସ୍କୁଲ ପରିଦର୍ଶନ ବେଳେ ରୋଚକ ସ୍ଥିତି ପିଲାଏ ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ । ଏବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ । ତୃତୀୟ ଶ୍ରେଣୀରେ ପାଠ ପଢ଼ି ମଧ୍ୟ ସ୍କୁଲ ପିଲାଏ ୩ୟକ ପଣକିଆ ଜାଣି ନାହାଁନ୍ତି । ପଣକିଆ କହିଲା ବେଳେ ଥଙ୍ଗଉଛନ୍ତି ।

ତେବେ ଆମ ଗଣଶିକ୍ଷା ମନ୍ତ୍ରୀଙ୍କ ବାଲେଶ୍ୱର ମହାବୀର ନୋଡାଲ୍ ୟୁପି ସ୍କୁଲ୍‌କୁ ଅଚାନକ ଗସ୍ତ ବେଳେ ଏହି ଚିତ୍ର ସାମ୍ନାକୁ ଆସିଛି । ଯାହା ପରେ ୧୫ ଦିନରେ ୧୫ କ ପଣକିଆ ଶିଖାଇବାକୁ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ରୋଚକ କଥା ହେଉଛି ଯେ ସ୍କୁଲ୍‌ରେ ତଦାରଖ କରି ବାହାରୁ ବାହାରୁ ବିନା ହେଲ୍‌ମେଟ୍‌ଟ୍‌ରେ ବାଇକ୍‌ରେ ବୁଲିବା ଅଭି-ଯୋଗରେ ଟ୍ରାଫିକ୍ ପୋ-ଲିସ୍ ହାବୁଡ଼ରେ ପଡ଼ିଗଲେ । ଦ-ଣ୍ଡ ବି ଗଣିଲେ ଉଭୟ ମନ୍ତ୍ରୀ ଓ ବିଧାୟକ ।

ସୂଚନା ଅନୁସାରେ, ପାଠ ପଢା କେମିତି ଚାଲିଛି ଓ ପିଲାଏ କେତେ ଦକ୍ଷ ହେଲେଣି, ତାକୁ ଜାଣିବା ପାଇଁ ସକାଳୁ ସକାଳୁ ଗଣଶିକ୍ଷା ମନ୍ତ୍ରୀ ସ୍କୁଲ୍‌ରେ ପହଞ୍ଚି ପିଲାଙ୍କୁ କ୍ଲାସ୍ ରୁମ୍‌ରେ ପଣକିଆ ପଚାରିଥିଲେ । ଚାରି ପାଞ୍ଚ ଜଣ ପିଲାଙ୍କୁ ପଚାରିଥିଲେ ସୁଦ୍ଧା କେହି ସମ୍ପୂର୍ଣ୍ଣ ପଣକିଆ କହି ପାରିନଥିଲେ । ଆଉ ଏଥିରେ କ୍ଷୁବ୍ଧ ହୋଇ ମନ୍ତ୍ରୀ ଡିଇଓଙ୍କ ଜରିଆରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ସହ ଦରମା ବନ୍ଦ ପାଇଁ ନି-ର୍ଦ୍ଦେଶ ଦେଇଛନ୍ତି । ୧୫ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି ।

ଏହାସହ ୧୫ ଦିନ ଭିତରେ ପିଲାଙ୍କୁ ୧୫ କ ପଣକିଆ ମୁଖସ୍ତ କରାଇବା ଲାଗି ଟାସ୍କ ମଧ୍ୟ ଦେଇଛନ୍ତି । ଆଜି ସକାଳୁ ସକାଳୁ ଜିଲ୍ଲାର ୫ଟି ସ୍କୁଲ୍‌କୁ ଅଚାନକ ଗସ୍ତରେ ଯାଇଥିଲେ ଗଣଶିକ୍ଷା ମନ୍ତ୍ରୀ ସେ ଭି ପୁଣି ବିନା ହେଲମେଟରେ । ତେବେ ଗୋଟିଏ ପଟେ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ କର୍ତ୍ତବ୍ୟରେ ଅବହେଳା ପାଇଁ ମନ୍ତ୍ରୀ କା-ର୍ଯ୍ୟାନୁ-ଷ୍ଠାନ ନେଇଥିବା ବେଳେ ଅନ୍ୟପଟେ ବିନା ହେଲମେଟ୍‌ରେ ସ୍ଥାନୀୟ ବିଧାୟକଙ୍କ ସହ ବାଇକ୍‌ରେ ବୁଲି ଦ-ଣ୍ଡ ଗଣିଛନ୍ତି ଖୋଦ୍ ମନ୍ତ୍ରୀ ।

Leave A Reply

Your email address will not be published.