ବିବାହିତ ମହିଳାଙ୍କର ଥିଲେ ଦୁଇଜଣ ପ୍ରେମିକ, ନ୍ୟୁଡ଼ ଭିଡିଓ ତିଆରି କରି ସ୍ବାମୀ ପାଖକୁ ପଠାଇଲେ, ତାପରେ ଏମିତି ଡିମାଣ୍ଡ କଲେ ଯେ ମୁଣ୍ଡ ବୁଲାଇଦେଲା

0

Get real time updates directly on you device, subscribe now.

ସ୍ବାମୀ ଏବଂ ସ୍ତ୍ରୀର ସମ୍ପର୍କ ବିଶ୍ୱାସ ଓ ଭରଷାର କାନ୍ଥ ଉପରେ ରହିଥାଏ । କିନ୍ତୁ ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଏମିତି ଠକିଲା ଯେ ତାର ପାଦ ତଳୁ ମାଟି ଖସିଗଲା । ସ୍ତ୍ରୀ ପ୍ରଥମେ ନିଜ ପ୍ରେମିକ ଦ୍ଵାରା ନିଜର ଅଶ୍ଳୀଳ ଭିଡିଓ ତିଆରି କରାଇଲା । ତାପରେ ଏହାକୁ ସ୍ବାମୀ ମୋବାଇଲକୁ ପଠାଇ ଦେଲା । ଏହାପରେ ମହିଳା ସ୍ଵାମୀ ଠାରୁ ଏମିତି କିଛି ଜିନିଷ କରିବାକୁ କହିଲା, ଯାହା ବିଷୟରେ ଆପଣ ଚିନ୍ତା ମଧ୍ୟ କରିପାରିବେ ନାହିଁ ।

ଏହି ପୁରା ମାମଲା ବିହାରର ମୁଙ୍ଗର ଜିଲ୍ଲାର ହବେଲି ଖଡ଼ଗପୁରର ଅଟେ । ଏଠାରେ ଜଣେ ବ୍ୟକ୍ତିଙ୍କର 2019 ରେ ବିବାହ ହୋଇଥିଲା । ଏହି ବିବାହ ପରେ ତାଙ୍କର ଦେଢ଼ ବର୍ଷର ପୁଅଟିଏ ମଧ୍ୟ ଅଛି । ବ୍ୟକ୍ତି ପାଟଣାରେ ରାଜମିସ୍ତ୍ରୀ ଭାବେ କାମ କରନ୍ତି । ସ୍ବାମୀ ନଥିବା ସମୟରେ ସ୍ତ୍ରୀର ସୋନୁ ଏବଂ ରାଜୁ ନାମକ ଦୁଇ ପ୍ରେମିକ ସହିତ ଚକ୍କର ଚାଲିଥିଲା । ତାକୁ ନିଜ ପ୍ରେମିକ ସହିତ ବୁଲିବା ଏବଂ ଅଏସ କରିବାକୁ ଭଲ ଲାଗେ । ତେବେ ଏଥିପାଇଁ ତାର ପଇସା ମଧ୍ୟ ଦରକାର୍ ପଡୁଥିଲା । ଏପରି ପରିସ୍ଥିତିରେ ସେ ନିଜ ସ୍ୱାମୀକୁ ହିଁ ଠକିବାକୁ ପ୍ଲାନ୍ କଲା ।

ପ୍ରେମିକ ଦ୍ଵାରା ତିଆରି କରାଇଲା ନ୍ୟୁଡ ଭିଡିଓ, ସ୍ୱାମୀକୁ ପଠାଇଲା :-

ମହିଳା ନିଜ ପ୍ରେମିକ ରାଜୁ ଦ୍ଵାରା ନିଜର ନ୍ୟୁଡ ଭିଡିଓ ତିଆରି କରାଇଲା । ତାପରେ ସ୍ୱାମୀକୁ କହିଲା ଯେ ସେ ସାଇବର ଏକ୍ସ୍ପର୍ଟଙ୍କ ଜାଲରେ ଫସି ଯାଇଛି । ସେ ଭିଡିଓ କଲ ଦ୍ଵାରା ମୋର ଅଶ୍ଳୀଳ ଭିଡିଓ କରିନେଲେ । ବର୍ତ୍ତମାନ ସେମାନେ ଦେଢ଼ ଲକ୍ଷ ଟଙ୍କା ମାଗୁଛନ୍ତି । ପଇସା ନଦେଲେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବେ । ମହିଳାଙ୍କ ଏହି କଥା ଶୁଣି ସ୍ୱାମୀର ମୁଣ୍ଡ ବୁଲାଇଦେଲା । ତାପରେ ସ୍ତ୍ରୀ ତାଙ୍କୁ ସମ୍ଭାଳିଲା ଏବଂ ପୁଣି ସେଇ କଥା କହିଲା ।

ବୋକା ବନାଇ ଠକି ନେଇଗଲା ଦେଢ଼ ଲକ୍ଷ ଟଙ୍କା :-

ସ୍ବାମୀ ଅସହାୟ ହୋଇ ସ୍ତ୍ରୀକୁ ଦେଢ଼ ଲକ୍ଷ ଟଙ୍କା ଦେଇଦେଲେ । କିନ୍ତୁ ଏଥିରେ ମଧ୍ୟ ସ୍ତ୍ରୀର ମନ ପୁରିଲା ନାହିଁ । ସେ ସ୍ୱାମୀକୁ ଆହୁରି 50 ହଜାର ଟଙ୍କା ମାଗିଲା । ପୁଣିଥରେ ସେହି ଅଶ୍ଳୀଳ ଭିଡିଓ ଭାଇରାଲ୍ କରିବା କଥା କହିଲା । ତେବେ ଏଥର ସ୍ବାମୀ ପଇସା ଦେବାକୁ ମନା କରିଦେଲା ।

ରାଗରେ ସ୍ତ୍ରୀ ପାଟିରୁ ସତ ବାହାରି ପଡ଼ିଲା ଯେ ଏହି ଭିଡିଓ ମୋ ବୟଫ୍ରେଣ୍ଡ୍ ହିଁ ତିଆରି କରିଛି । ପଇସା ଦିଅ, ନହେଲେ ସେ ଭାଇରାଲ୍ କରିଦେବ । ସ୍ବାମୀ ତଥାପି ପଇସା ଦେଲା ନାହିଁ । ତାପରେ ସ୍ତ୍ରୀ ପ୍ରେମିକକୁ କହି ନିଜ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ମଧ୍ୟ କରିଦେଲା ।

ନ୍ୟାୟ ଭିକ୍ଷା କରୁଛି ସ୍ବାମୀ :-

ଏହାପରେ ପୀଡିତ ସ୍ବାମୀ ନ୍ୟାୟ ଭିକ୍ଷା କରି ଡିଏମ୍, ଏସପି ଏବଂ ଡିଆଇଜି ତିନି ଜଣଙ୍କ ପାଖେ ପହଞ୍ଚିଲା । ସ୍ବାମୀ କହିଲା ଯେ ମୋର ଏମିତି ବଦମାସ ସ୍ତ୍ରୀ ଦରକାର୍ ନାହିଁ । ମୋର ଛାଡ଼ପତ୍ର କରାଇ ଦିଅ । ମୋ ପିଲାକୁ ମଧ୍ୟ ଫେରାଇ ଦିଅ ।

Leave A Reply

Your email address will not be published.