ସପ୍ତମ ବେତନ କମିଶନ:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ ଖୁସିଖବର, ୪୦ହଜାର ପର୍ଯ୍ୟନ୍ତ ବଢ଼ିବ ସେଲାରି! ଜାଣନ୍ତୁ କେବେ ହେବ ଘୋଷଣା

0

Get real time updates directly on you device, subscribe now.

ସପ୍ତମ ବେତନ କମିଶନ:-

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ ଖୁସିଖବର ଅଛି। ବର୍ତ୍ତମାନ କର୍ମଚାରୀଙ୍କ ସେଲାରିରେ ୪୦ ହଜାର ଟଙ୍କା ବୃଦ୍ଧି ହେବ। ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବେ। ଏଆଇସିପିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ସଂଖ୍ୟା ଅନୁସାରେ ୫ ପ୍ରତିଶତ ବୃଦ୍ଧିରୁ ପରଦା ହଟିସାରିଛି। କିନ୍ତୁ ଯଦି ମେ ମାସର ଏଆଇସିପିଆଇ ମହଙ୍ଗା ସଂଖ୍ୟା ବଢେ ତେବେ କର୍ମଚାରୀଙ୍କ ଭତ୍ତାରେ ୬ ପ୍ରତିଶତ ବୃଦ୍ଧି ହେବ। ଆସନ୍ତୁ ଜାଣିବା କେତେ ବଢ଼ିବ ଆପଣଙ୍କ ସେଲାରି?

କେତେ ବଢିବା ମହଙ୍ଗା ଭତ୍ତା?:-

ଡିଏରେ ବୃଦ୍ଧି ଏଆଇସିପିଆଇର ସଂଖ୍ୟା ଉପରେ ନିର୍ଭର କରେ। ଏଆଇସିପିଆଇ ସୁଚକାଙ୍କରେ ମାର୍ଚ୍ଚ ଓ ଏପ୍ରିଲ ୨୦୨୨ରେ ପରିବର୍ତ୍ତନ ଆସିଥିଲା ଯାହା ଫଳରେ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଉପରେ କୌଣସି ସନ୍ଦେହ ନାହିଁ। ଅର୍ଥାତ ସେତେବେଳେ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତ ବୃଦ୍ଧି ହୋଇ ୩୯ ପ୍ରତିଶତ ହୋଇଯିବ। କିନ୍ତୁ ବର୍ତ୍ତମାନ ନୂଆ ସଂଖ୍ୟା ମୁତାବିକ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

କଣ କୁହେ ଏଆଇସିପିଆଇ ସୂଚକାଙ୍କ:-

ବାସ୍ତବରେ, ଚଳିତ ବର୍ଷ ଜାନୁଆରୀ ଏବଂ ଫେବୃଆରୀ ମାସ ପାଇଁ, ଏଆଇସିପିଆଇ ସୂଚକାଙ୍କରେ ହ୍ରାସ ଘଟିଥିଲା, କିନ୍ତୁ ଏହା ପରେ ଏଆଇସିପିଆଇର ସଂଖ୍ୟା ବୃଦ୍ଧି ପାଉଛି। ଜାନୁଆରୀରେ ୧୨୫.୧, ଫେବୃଆରୀରେ ୧୨୫ ଏବଂ ମାର୍ଚ୍ଚରେ ୧୨୬ କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏପ୍ରିଲ ପାଇଁ ଆକଳନ ମଧ୍ୟ ସାମ୍ନାକୁ ଆସିଛି। ଏପ୍ରିଲ୍ ପାଇଁ ତଥ୍ୟ ଅନୁସାରେ, ଏଆଇସିପିଆଇ ୧୨୭.୭ କୁ ଖସି ଆସିଛି। ଏଥିରେ ୧.୩୫ ପ୍ରତିଶତ ବୃଦ୍ଧି ଘଟିଛି, ବର୍ତ୍ତମାନ ମେ ପାଇଁ ଏହି ସଂଖ୍ୟା ଆସୁଛି। ଯଦି ମେ ମାସରେ ଏହି ସଂଖ୍ୟା ବୃଦ୍ଧି ହୁଏ, ତେବେ ଡ଼ିଏରେ ୬ ପ୍ରତିଶତ ବୃଦ୍ଧି ହୋଇପାରେ।

କେତେ ବଢ଼ିବ ସେଲାରି:-

ଯଦି ସରକାର ୬ ପ୍ରତିଶତ ଡ଼ିଏ ବଢାନ୍ତି ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୪୦ ପ୍ରତିଶତ ବଢିଯିବ। ଆସନ୍ତୁ ଦେଖିବା ଅଧିକତମ ଓ ନ୍ୟୁନତମ ସେଲାରି କେତେ ବଢ଼ିବ।

ଅଧିକତମ ବେସିକ ସେଲାରି କାଲକୁଲେସନ:-

୧। କର୍ମଚାରୀଙ୍କ ବେସିକ ସେଲାରି – ୫୬୦୦୦ ଟଙ୍କା

୨। ନୂଆ ମହଙ୍ଗା ଭତ୍ତା(୪୦%) – ୨୨,୭୬୦ ଟଙ୍କା ପ୍ରତି ମାସ

୩। ବର୍ତ୍ତମାନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା(୩୪%) – ୧୯,୩୬୪ ଟଙ୍କା ପ୍ରତି ମାସ

୪। କେତେ ବଢ଼ିଲା ମହଙ୍ଗା ଭତ୍ତା – ୨୨,୭୬୦-୧୯,୩୪୬=୩୪୧୪ ଟଙ୍କା ପ୍ରତି ମାସ

୫। ବାର୍ଷିକ ସେଲାରିରେ ବୃଦ୍ଧି – ୩୪୧୪x୧୨=୪୦,୯୬୮ ଟଙ୍କା

ନ୍ୟୁନତମ ବେସିକ ସେଲାରି କାଲକୁଲେସନ:-

୧। କର୍ମଚାରୀଙ୍କ ବେସିକ ସେଲାରି – ୧୮୦୦୦ ଟଙ୍କା

୨। ନୂଆ ମହଙ୍ଗା ଭତ୍ତା(୪୦%) – ୭,୨୦୦ ଟଙ୍କା ପ୍ରତି ମାସ

୩। ବର୍ତ୍ତମାନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା(୩୪%) – ୬,୧୨୦ ଟଙ୍କା ପ୍ରତି ମାସ

୪। କେତେ ବଢ଼ିଲା ମହଙ୍ଗା ଭତ୍ତା – ୭୨୦୦-୬୧୨୦=୧୦୮୦ ଟଙ୍କା ପ୍ରତି ମାସ

୫। ବାର୍ଷିକ ସେଲାରିରେ ବୃଦ୍ଧି – ୧୦୮୦x୧୨=୧୨,୯୬୦ ଟଙ୍କା

Leave A Reply

Your email address will not be published.