ବନାରସର ଏହି ମହିଳା ଡାକ୍ତର ଝିଅ ଜନ୍ମ ହେଲେ ନିଅନ୍ତି ନାହିଁ ଫିସ, ନିଜେ ବାଟନ୍ତି ମିଠା, ବର୍ତ୍ତମାନ ପର୍ଯ୍ୟନ୍ତ କରିସାରିଛନ୍ତି ୧୦୦ଟି ମାଗଣା ଡେଲିଭରି

0

Get real time updates directly on you device, subscribe now.

ଯଦିଓ ସମୟ ସହିତ ଦେଶ ବଦଳୁଛି ଏବଂ ଲୋକମାନଙ୍କର ଚିନ୍ତାଧାରା ମଧ୍ୟ ବଦଳୁଛି କିନ୍ତୁ ଆଜିର ସମୟରେ ମଧ୍ୟ ଆମ ଦେଶରେ ପୁଅ ଝିଅଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ କରାଯାଉଛି। ଏମିତି ଅନେକ ଖବର ଦେଖିବାକୁ ଓ ଶୁଣିବାକୁ ମିଳୁଛି, ଯାହାକୁ ଜାଣିବାପରେ ବହୁତ ଦୁଃଖ ଲାଗେ, ଯେଉଁଥିରେକି ପୁଅ ପାଇବା ଆଶାରେ କନ୍ୟା ସନ୍ତାନର ଭ୍ରୁଣ ହତ୍ୟା କରାଯାଉଛି। କେବେ ନାଳ ଓ କେବେ ଅଳିଆ ଗଦାରେ ଭ୍ରୁଣ ମିଳୁଛି। କିନ୍ତୁ ଏସବୁ ଭିତରେ ମଧ୍ୟ କିଛି ଲୋକ ଅଛନ୍ତି, ଯେଉଁମାନେ ଝିଅ ପାଇଁ ନିଜ ଜୀବନ ଦେଇଦିଅନ୍ତି।

ଝିଅ ଜନ୍ମ ହେବା ଏକ ଉପହାର ପାଇବା ଠାରୁ କମ ନୁହଁ। ଏବେକାର ସମୟରେ ଝିଅ କୌଣସି କ୍ଷେତ୍ରରୁ ପୁଅଠୁ କମ୍ ନୁହଁ। ଅନେକ କ୍ଷେତ୍ରରେ ଝିଅ ପୁଓଙ୍କ ସହିତ କାନ୍ଧରେ କାନ୍ଧ ମିଶେଇ ଆଗକୁ ବଢୁଛନ୍ତି ଓ ବିଭିନ୍ନ କ୍ଷେତ୍ରରେ ନିଜ ବାପା ମା ସହିତ ନିଜ ଦେଶର ନାମ ମଧ୍ୟ ଆଲୋକିତ କରୁଛନ୍ତି। ଆମେ ଆଜି ଆପଣଙ୍କୁ ଏପରି ଏକ ମହିଳା ଡାକ୍ତର ବିଷୟରେ କହିବାକୁ ଯାଉଛୁ, ଯିଏକି ଝିଅ ଜନ୍ମ ହେଲେ ଟଙ୍କା ନିଅନ୍ତି ନାହିଁ। ଏହି ଡାକ୍ତର ଅନ୍ୟ ଡାକ୍ତର ଭଳି ଏକ ଉଦାହରଣ ଅଟନ୍ତି ଯିଏକି ସମାଜ ସେବାରେ ବିନା କିଛି ଲୋଭରେ ଲାଗିଛନ୍ତି।

ଝିଅ ଜନ୍ମ ହେଲେ ଟଙ୍କା ନିଅନ୍ତି ନାହିଁ ଏହି ଡାକ୍ତର:-

ଆଜି ଆମେ ଆପଣଙ୍କୁ ଯେଉଁ ମହିଳା ଡାକ୍ତରଙ୍କ ବିଷୟରେ କହିବାକୁ ଯାଉଛୁ, ସେ ବନାରସ ବାସିନ୍ଦା ସିପ୍ରା ଧର ଅଟନ୍ତି। ଡାକ୍ତର ସିପ୍ରା ଧର,ଝିଅ ଜନ୍ମ ହେଲେ ଏକ ଟଙ୍କା ମଧ୍ୟ ଫିସ ନିଅନ୍ତି ନାହିଁ।ଏତିକି ନୁହଁ ସେ ନିଜ ନର୍ସିଂ ହୋମରେ ଝିଅ ଜନ୍ମ ହେଲେ ମିଠା ମଧ୍ୟ ବାଣ୍ଟନ୍ତି।

ସିପ୍ରା ଧରଙ୍କ ନର୍ସିଂ ହୋମର ଜେବେବି କୌଣସି ଦମ୍ପତିର ଝିଅ ଜନ୍ମ ହୁଏ, ସେ ତାଙ୍କଠୁ କୌଣସି ଟଙ୍କା ନିଅନ୍ତି ନାହିଁ। ଏହା ସହିତ ପୁରା ନର୍ସିଂ ହୋମରେ ମିଠା ବାଣ୍ଟି ଖୁସି ମନାନ୍ତି। ପିଲାର ପରିବାର ସହିତ ଖୁସି ବାଣ୍ଟିବା ଏହା ତାଙ୍କର ଏକ ଉପାୟ ଅଟେ। ତାଙ୍କର ସ୍ବାମୀ ଏମ.କେ.ଶ୍ରୀବାସ୍ତବ ମଧ୍ୟ ଏହି ଭଲ କାମରେ ତାଙ୍କୁ ସହଯୋଗ କରନ୍ତି।

କରିସାରିଛନ୍ତି ୧୦୦ ମାଗଣା ଡେଲିଭରି:-

ଆପଣଙ୍କୁ ଜଣାଇଦେଉଛୁକି ଡାକ୍ତର ସିପ୍ରା ଧର ବିଏଚୟୁ ରୁ ଏମବିବିଏସ ଓ ଏମଡିର ପାଠ ପଢ଼ିଛନ୍ତି। ସେ ବାରଣାସୀର ପାହାଡିଆ ଅଞ୍ଚଳରେ ନର୍ସିଂ ହୋମ ଚଲାନ୍ତି। କନ୍ୟା ଭୃଣ ହତ୍ୟାକୁ ରୋକିବା ଓ ଝିଅମାନଙ୍କର ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କୁ ଏହିପରି କରିବାକୁ ପଡିଲା। ଡ. ସିପ୍ରା ଧର ଶ୍ରୀବାସ୍ତବ କୁହନ୍ତିକି “ଲୋକଙ୍କ ମଧ୍ୟରେ ଝିଅ ଜନ୍ମ ହେବା ବର୍ତ୍ତମାନ ମଧ୍ୟ ନକାରାତ୍ମକ ଚିନ୍ତାଧାରା ଅଟେ। ମୋତେ ପ୍ରାୟତଃ ଏମିତି କଥା ଶୁଣିବାକୁ ମିଲେକି ମ୍ୟାଡ଼ାମ ଇ କା କହଲୁ, ପେଟବା ଚିରଲୁ ଆୱାର ବିଟିୟା ନିକଲଲୁ…ଯେତେବେଳେ ପରିଜନଙ୍କୁ ଜଣାପଡେ ଝିଅ ଜନ୍ମ ହୋଇଛି ସେତେବେଳେ ତାଙ୍କ ଚେହେରାରେ ଦୁଃଖ ଛାଇଯାଏ। ଅନେକ ଥର ଲୋକ ଗରିବ କାରଣରୁ କାନ୍ଦିବାକୁ ଲାଗନ୍ତି। ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ପାଇଁ ସେ ଚେଷ୍ଟା କରୁଛନ୍ତି।”

ଏମିତି କୁହାଯାଏକି ଝିଅ ଜନ୍ମ ହେଲେ ଡ. ସିପ୍ରା ଧର ଫିସ ନିଅନ୍ତି ନାହିଁ କି ହସ୍ପିଟାଲରେ ବେଡ ଚାର୍ଜ ମଧ୍ୟ ନିଅନ୍ତି ନାହିଁ। ଯଦି ଅପରେସନ କରିବାକୁ ପଡେ ତେବେ ମାଗଣାରେ କରିଦିଅନ୍ତି। ଡାକ୍ତର ସିପ୍ରାଙ୍କ ନର୍ସିଂ ହୋମରେ ଗତ କିଛି ବର୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଜଣ ଝିଅଙ୍କର ଜନ୍ମ ଉପରେ କୌଣସି ଚାର୍ଜ ନିଆଯାଇ ନାହିଁ। ଏହି ସମସ୍ତ ଡେଲିଭରି ସେ ମାଗଣାରେ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହୋଇଥିଲେ ପ୍ରଭାବିତ:-

ଯେତେବେଳେ ଡକ୍ଟର ସିପ୍ରା ଧରଙ୍କ ଡାକ୍ତରଖାନାର ଏହି ଅଭିଯାନ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଣିଲେ, ସେତେବେଳେ ସେ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ଯେତେବେଳେ ମେ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀକୁ ଆସିଥିଲେ, ସେତେବେଳେ ଡ଼ାକ୍ଟର ଶିପ୍ରା ମଧ୍ୟ ତାଙ୍କୁ ଭେଟିଥିଲେ। ପରେ ମଞ୍ଚରୁ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସମସ୍ତ ଡାକ୍ତରଙ୍କୁ ଆହ୍ଵାନ କରିଥିଲେ ଯେ ପ୍ରତ୍ୟେକ ମାସର ୨ ତାରିଖରେ ଜନ୍ମ ହୋଇଥିବା ବାଳିକା ସନ୍ତାନ ପାଇଁ କୌଣସି ଶୁଳ୍କ ନିଆଯିବ ନାହିଁ। ଏହା “ବେଟି ବାଚାଓ, ବେଟି ପଢାଓ” ଅଭିଯାନକୁ ଶକ୍ତି ଦେବ।

ଆପଣଙ୍କୁ ଜଣାଇଦେଉଛୁକି ଡାକ୍ତର ସିପ୍ରା ଧର ଏହା ବ୍ୟତୀତ କୁପୋଷଣରେ ଜଡିତ ପିଲାମାନଙ୍କ ପାଇଁ ଖାଦ୍ୟଶସ୍ୟ ଭଣ୍ଡାର ଚଳାନ୍ତି। ପର୍ବ ସମୟରେ ଗରିବ ପିଲାମାନଙ୍କ ପାଇଁ ନୂଆ କପଡା, ମିଠା ଓ ଝିଅମାନଙ୍କ ଶିକ୍ଷା ଉପରେ କାମ କରନ୍ତି। ଡ. ସିପ୍ରାଙ୍କ ସ୍ବାମୀ ଡ. ମନୋଜ କୁମାର ଶ୍ରୀବାସ୍ତବ ମଧ୍ୟ ଫିଜିଶୀୟାନ ଅଟନ୍ତି ଓ ସେ ମଧ୍ୟ ଏହି ଭଲ କାମରେ ନିଜର ଡାକ୍ତର ସ୍ତ୍ରୀଙ୍କୁ ସହଯୋଗ କରନ୍ତି।

Leave A Reply

Your email address will not be published.