ଆଇସିସି T20 ରା ଙ୍କିଙ୍ଗ: ନୂଆ ରାଙ୍କିଙ୍ଗ ଲିଷ୍ଟରେ ଧମାଲ ମଚାଇଲେ ଭାରତୀୟ ଖେଳାଳି , ଦଶ ନମ୍ବର ଭିତରେ ପହଞ୍ଚିଲେ ଏହି ଖେଳାଳି

0

Get real time updates directly on you device, subscribe now.

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-20 ସିରିଜ ପରେ ଆଇସିସି ଟି-20ର ନୂଆ ଲିଷ୍ଟ ଜାରି କରିଦେଇଛି। ଏହି ସିରିଜ ପରେ ଏହା ତୟ ଅଟେ କି, ଭାରତୀୟ ଖେଳାଳି ମାନଙ୍କ ଦବଦବା ଏଥିରେ ରହିଥିବ। ଏମିତି ହିଁ କିଛି ଦେଖିବାକୁ ମିଳିଛି ଯେଉଁଠି ଭାରତୀୟ ଖେଳାଳି ମାନଙ୍କ ରାଙ୍କିଙ୍ଗରେ ଅଗ୍ରଗତି ଦେଖିବାକୁ ମିଳିଛି।

ଆଇସିସି ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ କମାଲ:-

ଅନୁଭବୀ ଭାରତୀୟ ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ବହୁତ ସମୟର ବ୍ୟବଧାନ ପରେ ଭାରତୀୟ ଦଳକୁ ଫେରି ଭଲ ପ୍ରଦର୍ଶନ କରିଥିଲେ, ଯାହାଦ୍ୱାରା ବ୍ୟାଟ୍ସମ୍ୟାନ ତାଲିକାରେ ପୂର୍ବରୁ 108 ନମ୍ବର ସ୍ଥାନରେ ଥିଲେ ଓ ବର୍ତ୍ତମାନ ଲିଷ୍ଟରେ 87 ରାଙ୍କିଙ୍ଗରେ ପହଞ୍ଚି ଯାଇଛନ୍ତି। ଯେବେକି ଯୁବା ଓପନିଂ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଟପ-10 ରେ ନୀର ସ୍ଥାନ ପକା କରି ପାରିଛନ୍ତି। ଇଶାନ, ଦକ୍ଷିଣ ଆଫ୍ରିକା ବିପକ୍ଷ T-20 ସିରିଜରେ ପାଞ୍ଚଟି ମ୍ୟାଚରୁ 2ଟି ଅର୍ଧ ଶତକ ସହିତ 41 ଆଭରେଜରେ ବ୍ୟାଟିଂ କରିଥିଲେ। ଯେଉଁଥିରେ ତାଙ୍କର ସ୍ଥାନରେ ଅଗ୍ରଗତି ହୋଇଥିବାର ଦେଖିବାକୁ ମିଳିଥିଲା।

ଅପର ପକ୍ଷରେ କାର୍ତିକ ଆଇପିଏଲର 15 ତମ ସଂସ୍କରଣରେ ଆରସିବି ପାଇଁ କେତେକ ମ୍ୟାଚ ଉଇନିଂ ପାଳି ଖେଳିଥିଲେ ଓ ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ଦ୍ରୁତ ଗତିରେ ବ୍ୟାଟିଂ ମଧ୍ୟ କରିଥିଲେ। ଯେଉଁଥିପାଇଁ T20 ତାଲିକାରେ ସେ ବର୍ତ୍ତମାନ ଅଗ୍ରଗତି ହାସଲ କରି ପାରିଛନ୍ତି।

ଚହଲ ଙ୍କର ମଧ୍ୟ ହେଲା ପ୍ରମୋସନ:-

ୟୁଜବେନ୍ଦ୍ର ଚହଲ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ 6ଟି ଉଇକେଟ ନେବାପରେ 3ଟି ସ୍ଥାନ ଲମ୍ପ ମାରି 23 ନମ୍ବରରେ ପହଞ୍ଚି ଯାଇଛନ୍ତି। T20 ବୋଲିଂ ତାଲିକାରେ ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜଲଉଡ଼ ରହିଥିବା ବେଳେ, ଆଫଗାନିସ୍ତାନର ରସିଦ ଖାନ ତିନି ନମ୍ବର ଓ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗା ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି।

ଏକ ନମ୍ବରରେ ଜାଡେଜା:-

ଟେଷ୍ଟ ଅଲରାଉଣ୍ଡର ଲିଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା 385 ପଏଣ୍ଟ ପାଇ ଏକ ନମ୍ୱର ସ୍ଥାନ ବଜାୟ ରଖିଛନ୍ତି। ସେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏକମାତ୍ର ବିଶିଷ୍ଟ ଟେଷ୍ଟ ପାଇଁ ଭାରତୀୟ ଦଳରେ ରହିଛନ୍ତି। ସେହିପରି ବିରାଟ କୋହଲି ଟେଷ୍ଟ ବ୍ୟାଟିଂ ରାଙ୍କିଙ୍ଗରେ 742 ପଏଣ୍ଟ ପାଇ 10 ନମ୍ବର ସ୍ଥାନରେ ରହିଥିବା ବେଳେ ବୋଲିଂରେ ଯଶପ୍ରୀତ ବୁମରା 830 ଓ ଅଶ୍ୱିନ 850 ପଏଣ୍ଟ ସହିତ ତୃତୀୟ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

Leave A Reply

Your email address will not be published.