ଡାଇବେଟିସ ଟାଇପ ୨: ଉଚ୍ଚ ରକ୍ତଚାପର ଏହି ଲକ୍ଷଣ କେବଳ ରାତିରେ ଆସେ ନଜର, ରୁହନ୍ତୁ ସତର୍କ

0

Get real time updates directly on you device, subscribe now.

ଡାଇବେଟିସର ସମସ୍ୟା ଆଜିକାଲିର ସମୟରେ ବହୁତ ସାଧାରଣ କଥା ଅଟେ। ସାରା ଦୁନିଆରେ ବହୁତ ଲୋକଙ୍କୁ ଟାଇପ ୨ ଡାଇବେଟିସର ସମସ୍ୟା ଅଛି। ଡାଇବେଟିସର ଅନେକ ଲକ୍ଷଣ ଦେଖାଯାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖି ଆପଣ ଟାଇପ ୨ ଡାଇବେଟିସ ବୋଲି ସହଜରେ ଜାଣିପାରିବେ। ଯଦି ଆପଣ ମଧ୍ୟ ରାତିରେ ବାରମ୍ବାର ପରିସ୍ରା କରିବା ଉଠୁଛନ୍ତି ତେବେ ଏହା ଟାଇପ ୨ ଡାଇବେଟିସର ଏକ ଲକ୍ଷଣ ଅଟେ।

ରାତିରେ ବାରମ୍ବାର ପରିସ୍ରା ଆସିବା ଏହି କଥାର ସଂକେତ ଦିଏକି ଆପଣଙ୍କ ଶରୀରରୁ ଅଧିକ ବ୍ଲଡ ସୁଗାର ବାହାରୁ ଅଛି। ଟାଇପ ୨ ଡାଇବେଟିସର ସମସ୍ୟା ସେତେବେଳେ ହୁଏ ଯେତେବେଳେ ଆପଣଙ୍କ ପାନକ୍ରିୟାଜ ଇନସୁଲିନର ଉତ୍ପାଦନ ବହୁତ କମ ମାତ୍ରାରେ କରେ। ଇନସୁଲିନ ଏକ ଏମିତି ହର୍ମୋନ ହୋଇଥାଏ ଯାହା ରକ୍ତର ଗ୍ଲୁକୋଜ ଲେବଲକୁ କଣ୍ଟ୍ରୋଲରେ ରଖିଥାଏ।

ଶରୀରରେ ଯେତେବେଳେ ଇନସୁଲିନ ନିଜର କାମ ସଠିକ ଭାବରେ କରିପାରେ ନାହିଁ ସେତେବେଳେ ଗ୍ଲୁକୋଜ ରକ୍ତ କୋଶିକାରେ ଏକତ୍ର ହେବା ଆରମ୍ଭ କରେ। ରକ୍ତ କୋଶିକାରେ ଗ୍ଲୁକୋଜ ଅଧିକ ମାତ୍ରାରେ ଜମା ହେବା ବହୁତ ଅସ୍ୱାସ୍ଥ୍ୟକର ଅଟେ। ଏହା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ପ୍ରମାଣିତ ହୋଇପାରେ।

ନେସନାଲ ଇନଷ୍ଟିଚ୍ୟୁଟ ଫର ହେଲ୍ଥ କେୟାର ଏକ୍ସିଲେନ୍ସ (NICE) ର ବିଶେଷଜ୍ଞ ଚେତାବନୀ ଦେଲେକି ବ୍ଲଡ ସୁଗାରର ଲେବଲ ବଢ଼ିଲେ ଅନେକ ପ୍ରକାର ରୋଗ ହୋଇପାରେ। ଯେମିତି-

– ହାର୍ଟ ଡିଜିଜ

– ପରିଫେରଲ ଅର୍ଟରି ଡିଜିଜ

– ଷ୍ଟ୍ରୋକ

– ହାର୍ଟ ଆଟାକ

– କିଡନୀ ଡିଜିଜ

– କମ ଦେଖାଯିବା

ରାତିରେ ଶୋଇବା ସମୟର ବାରମ୍ବାର ପରିସ୍ରା କରିବାକୁ ଉଠିବା ମଧ୍ୟ ଅନେକ ପ୍ରକାର ରୋଗର ସଂକେତ ଦେଇପାରେ କିନ୍ତୁ ଉଚ୍ଚ ରକ୍ତଚାପର ଏହା ମୁଖ୍ୟକାରଣ ଅଟେ।

ଟାଇପ ୨ ଡାଇବେଟିସର ଲକ୍ଷଣ:-

– ପ୍ରତ୍ୟେକ ସମୟରେ ଶୋଷ ଲାଗିବା

– ଥକା ଅନୁଭବ କରିବା

– ବିନା କୌଣସି କାରଣରେ ଓଜନ କମିଯିବା

– ପ୍ରାଇଭେଟ ପାର୍ଟରେ କୁଣ୍ଡାଇ ହେବା

– ଆଘାତ ଧୀରେ ଧୀରେ ଠିକ ହେବା

– ଧୁଆଁଳିଆ ଦେଖାଯିବା

ଯଦି ଆପଣ ନିଜ ଶରୀରରେ ଏପରି ଲକ୍ଷଣ ଦେଖୁଛନ୍ତି, ତେବେ ଏଥିପାଇଁ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଅତ୍ୟନ୍ତ ଜରୁରୀ। ଯଦିଓ ମୂଳରୁ ଡାଇବେଟିସକୁ ବିଲୋପ କରାଯାଇପାରିବ ନାହିଁ, କିନ୍ତୁ ଠିକ ସମୟରେ ଚିହ୍ନଟ ହେଲେ ଏହାକୁ ନିଶ୍ଚିତ ଭାବରେ ନିୟନ୍ତ୍ରଣ କରାଯାଇପାରିବ। ଡାଇବେଟିସ ସମସ୍ୟାର ଚିକିତ୍ସା ଠିକ ସମୟରେ ଆରମ୍ଭ କରି ଆପଣ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ।

ଡାଇବେଟିସର ସମସ୍ୟାରେ ପୀଡିତ ଲୋକଙ୍କୁ ଡାକ୍ତର ପ୍ରାୟତଃ ଲାଇଫଷ୍ଟାଇଲରେ ପରିବର୍ତ୍ତନ କରିବାକୁ କୁହନ୍ତି। ପରାମର୍ଶ ଦିଆଯାଏ, ଡାଇବେଟିସ ଲୋକଙ୍କୁ ପ୍ରତ୍ୟେକ ଦିନର ବ୍ରେକଫାଷ୍ଟ, ଲଞ୍ଚ ଓ ଡିନର ନିଶ୍ଚିତ କରିବା ଉଚିତ। ଧ୍ୟାନରେ ରଖନ୍ତୁକି ଆପଣ ଗୋଟିଏ ମଧ୍ୟ ମିଲ ମିସ କରିବେ ନାହିଁ। ଏହା ସହିତ ଯେଉଁ ସବୁ ଜିନିଷରେ ଅଧିକ ମାତ୍ରାରେ ସୁଗାର, ଫ୍ୟାଟ ଓ ଲୁଣ ଥାଏ, ସେ ସବୁରୁ ଡାଇବେଟିସ ରୋଗୀଙ୍କୁ ଦୂରେଇ ରହିବା ଉଚିତ।

Leave A Reply

Your email address will not be published.