ଟେଲିକମ କମ୍ପାନୀଙ୍କ ବଡ ଯୋଜନା, ବନ୍ଦ ହେବ ଭାରତୀୟଙ୍କ ଦ୍ଵିତୀୟ ସିମ

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଏକ ଖବର ସାମ୍ନାକୁ ଆସୁଛି। ଯେଉଁଥିରେ କୁହାଯାଉଛି ମୋବାଇଲ ୟୁଜରଙ୍କ ଦ୍ଵିତୀୟ ସିମ ବନ୍ଦ ହୋଇଯିବ। ଦେଶରେ ବର୍ତ୍ତମାନ ବହୁ ସଂଖ୍ୟକ ଲୋକଙ୍କର ମୋବାଇଲ ସିମ ବନ୍ଦ ହୋଇଯାଇଛି। ବିଶେଷ କରି ଏହି ସିମଗୁଡ଼ିକ ଦ୍ଵିତୀୟ ସିମ ଅଟେ। ମିଳିଥିବା ସୂଚନା ଅନୁସାରେ ୭୫ ଲକ୍ଷ ଭାରତୀୟଙ୍କ ମୋବାଇଲରେ ଦ୍ଵିତୀୟ ସିମକୁ ଟେଲିକମ ଅପରେଟରମାନେ ବନ୍ଦ କରିଦେଇଛନ୍ତି। ଏତେ ସଂଖ୍ୟାରେ ମୋବାଇଲ ସିମ ବନ୍ଦ ହେବା ଏକ ବଡ ଘଟଣା ଅଟେ।

ଏହାର ମୁଖ୍ୟ କାରଣ ହେଉଛି ଚଳିତ ବର୍ଷ ଟେଲିକମ କମ୍ପାନୀମାନେ ଟାରିଫ ମୂଲ୍ୟରେ ବଡ ଧରଣର ବୃଦ୍ଧି ଘଟାଇଛନ୍ତି। ଅନ୍ୟପକ୍ଷେ ଲୋକେ ନିଜ ଆଡୁ ସିମ ବନ୍ଦ କରିବା ସମ୍ଭବ ନୁହେଁ। ଟାରିଫ ବଢିବା ଯୋଗୁଁ ଗ୍ରାହକ ସବୁ ସିମକୁ ସକ୍ରିୟ କରିବାରେ ସମର୍ଥ ହୋଇପାରୁ ନାହାନ୍ତି। ତେଣୁ ଦ୍ଵିତୀୟ ସିମକୁ ସବୁବେଳେ ସକ୍ରିୟ ରଖିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଆଗକୁ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ସମୟରେ ଟେଲିକମ ଅପରେଟରଙ୍କ ନଜର ଦ୍ଵିତୀୟ ସିମ ଉପରେ। ଟେଲିକମ କମ୍ପାନୀ ଏତେ ସଂଖ୍ୟାରେ ନିଷ୍କ୍ରିୟ ଗ୍ରାହକଙ୍କୁ ରଖିବା ପାଇଁ ଚାହୁଁନାହାନ୍ତି। ସେଥିପାଇଁ ବନ୍ଦ ହେବାକୁ ଯାଉଛୁ ଲକ୍ଷ ଲକ୍ଷ ଗ୍ରାହକଙ୍କର ଦ୍ଵିତୀୟ ସିମ କାର୍ଡ। ରିଚାର୍ଜ ନକରିଲେ ସିମ ବନ୍ଦ ହୋଇଯିବା ନେଇ ଗ୍ରାହକଙ୍କୁ ଲଗାତାର ମେସେଜ ମଧ୍ୟ ମିଳୁଛି।

୨୦୧୦ ଠାରୁ ଗ୍ରାହକ ଏକାଧିକ ସିମ ରଖିବା ଟ୍ରେଣ୍ଡ ହୋଇଥିବା ବେଳେ ଏହାକୁ ନେଇ ଟେଲିକମ କମ୍ପାନିଗୁଡ଼ିକ ବଡ ପଦକ୍ଷେପ ନେଇଛନ୍ତି। ଟ୍ରାଇ ରିପୋର୍ଟ ଅନୁସାରେ ଜିଓର ଗ୍ରାହକ ସଂଖ୍ୟା ୧୬.୮ ଲକ୍ଷରୁ ୪୦.୫ କୋଟିରେ ପହଞ୍ଚିଛି। ସେହିପରି ଭାରତୀ ଏୟାରଟେଲର ଗ୍ରାହକଙ୍କ ସଂଖ୍ୟା ୮.୧ ଲକ୍ଷ ବୃଦ୍ଧି ପାଇଛି। ଯାହାଫଳରେ ଗ୍ରାହକଙ୍କ ସଂଖ୍ୟା ୩୬ କୋଟିରେ ପହଞ୍ଚିଛି। ଅନ୍ୟତ୍ର ବିଏସଏନଏଲ ଅନେକ ଗ୍ରାହକଙ୍କୁ ହରାଇଛି। ମୋବାଇଲ ନମ୍ବର ରିଚାର୍ଜ ନ କରୁଥିବାରୁ ଟେଲିକମ କମ୍ପାନୀ ଅନେକ ଗ୍ରାହକଙ୍କୁ ନିଜ ସେବାରୁ ହଟାଇଦେଉଛନ୍ତି।

Leave A Reply

Your email address will not be published.