ଆଦିତ୍ୟଙ୍କ ବାପା ଆଣିଲେ ସାଙ୍ଘାତିକ ଅଭିଯୋଗ, ଆଶ୍ରମ ପାଇଁ ଯାଇଛି ଆଦିତ୍ୟଙ୍କ ଜୀବନ

0

Get real time updates directly on you device, subscribe now.

ନାମରେ ଗୋଟିଏ ଅନୁଷ୍ଠାନ ଗଢିଥିଲେ ମାନବ ପ୍ରେମୀ ଆଦିତ୍ୟ ଦାସ । ଆଦିତ୍ୟଙ୍କର ମାନସ ସନ୍ତାନ ଥିଲା ଏହି ଆଶ୍ରମ, ଯେଉଁଠି ବର୍ତ୍ତମାନ ଆଶ୍ରୟ ନେଇଛନ୍ତି ଅନେକ ବୃଦ୍ଧ ଏବଂ ବୃଦ୍ଧା । କିନ୍ତୁ ସେମାନଙ୍କୁ ଆଣି ରଖିଥିବା ଏବଂ ସେମାନଙ୍କ କଥା ବୁଝୁଥିବା ଆଉ ସମାଜ ପାଇଁ ଅଲୋଡା ହୋଇଯାଇଥିବା ସେହି ମଣିଷମାନଙ୍କୁ ଭଲ ପାଉଥିବା ଆଦିତ୍ୟ ବର୍ତ୍ତମାନ ଆରପାରିରେ ଅଛନ୍ତି । ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ମଧ୍ୟ ଗୋଟିଏ ରହସ୍ୟମୟ ହୋଇ ରହିଯାଇଛି ।

ଏପଟେ ନିଜ ପୁଅର ଏହି ହାତଗଢା ଆଶ୍ରମର ଯତ୍ନ ନେବାପାଇଁ ଏଠାରେ ଆଦିତ୍ୟଙ୍କ ବାପା ମା ରହୁଛନ୍ତି । କିନ୍ତୁ ସେମାନେ ବି ଏଠାରେ ସୁରକ୍ଷିତ ନୁହଁନ୍ତି । କାରଣ ତାଙ୍କ ଉପରେ ଆଦିତ୍ୟଙ୍କ ତଥାକଥିତ ସାଙ୍ଗ ବିକାଶ କଡ଼ା ନଜର ରଖୁଛି, ଯିଏକି ବର୍ତ୍ତମାନ ଆଶ୍ରମର ହର୍ତ୍ତା କର୍ତ୍ତା ସାଜିଛି । ଆଦିତ୍ୟଙ୍କ ବାପାମାଆଙ୍କ ଉପରେ କଥା କଥାରେ ବିକାଶ ରୋକଠକ୍ ଲଗାଉଛି ।

ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଯଦି ଆଶ୍ରମକୁ ନିଜ ଶାଶୁ ଶ୍ୱଶୁରଙ୍କୁ ଭେଟିବାକୁ ଆସୁଛନ୍ତି, ସେଥିରେ ମଧ୍ୟ ବିକାଶ ରାଗୁଛି । ଏମିତିକି ତାଙ୍କ ପୁଅର ଆଶ୍ରମ ବୋଲି କହିଲେ ଏକଥା ମଧ୍ୟ ବିକାଶକୁ ହଜମ ହେଉନି ବୋଲି ମୃତ ଆଦିତ୍ୟଙ୍କ ମା ଅଭିଯୋଗ କରିଛନ୍ତି ।

ଆଦିତ୍ୟଙ୍କ ମା କହିଛନ୍ତି, ” ବିଦ୍ୟାଶ୍ରୀ ଆସିଲା, ସମସ୍ତଙ୍କୁ ଖାଇବା ପିଇବା ଦେଇକି ଗଲା । ବାପା ନଥିଲେ, ଗାଁରେ ଥିଲେ, ମୁଁ ଏକୁଟିଆ ଥିଲି । ଗଲା ପରେ ବିକାଶ ବହୁତ୍ କିଛି କହିଲା । ବିଦ୍ୟାଶ୍ରୀ ଏଠିକି କାହିଁକି ଆସିଛି, ସେ ଏଠିକି ଆସିବାର ମାନେ କଣ ? ସେ ବିକାଶ କହୁଛି ଟିକେ ଟିକେରେ ମୋ ପୁଅର ଆଶ୍ରମ ବୋଲି କାହିଁକି କହୁଛ । ଲୋକମାନେ ଆସିଲେ ତୁମେ କାନ୍ଦୁଛ କାହିଁକି ।

ସେ ଆଗକୁ କହିଛନ୍ତି, ମୋର 29 ବର୍ଷର ପୁଅଟିଏ ଚାଲିଯାଇଛି । ଯିଏ ଆସି ମତେ କହିବ ଆଦିତ୍ୟ ଗୋଟିଏ ଭଲ ପିଲା ଥିଲା, ସେତେବେଳେ ମୋ ଆଖିର ଲୁହ ତ ବାହାରିବ ନା । ବିକାସ କହୁଛି କଣ୍ ମା ତୁମେ ଏମିତି ସବୁବେଳେ ମୋ ପୁଅର ଆଶ୍ରମ ବୋଲି କହୁଛ । ମୋ ପୁଅର ଆଶ୍ରମକୁ ଆଉ କାହା ଆଶ୍ରମ କହିବି ବାବା ବୋଲି ଆଦିତ୍ୟଙ୍କ ମା କାନ୍ଦି କାନ୍ଦି କହିଛନ୍ତି ।”

ଦିନେ ନିଜକୁ ଆଦିତ୍ୟଙ୍କ ସାଙ୍ଗ ତଥା ସହଯୋଗୀ କହୁଥିବା ବିକାଶ କାହିଁକି ଏ କଥା ସହି ପାରୁନି । ସେ କାହିଁକି ଆଦିତ୍ୟଙ୍କ ବାପାମାଆଙ୍କ ଉପରେ ମଧ୍ୟ ନିଜର ହକିମାତି ଦେଖାଉଛି । ବିକାଶର ଏମିତି କେଉଁ ଉଦ୍ଦେଶ୍ୟ ରହିଛି, ଯେଉଁଥିପାଇଁ ସେ ଆଦିତ୍ୟଙ୍କ ଆଶ୍ରମ କହିଲେ ରାଗିଯାଉଛି । ଏ ସମସ୍ତ କଥା ଗୋଟିଏ ଭିନ୍ନ ଦିଗକୁ ଇଙ୍ଗିତ କରୁଥିବା ବେଳେ ଆଦିତ୍ୟଙ୍କ ବାପା ଗୋଟିଏ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏବଂ ଆଶ୍ରମକୁ ନିଜ ହାତକୁ ନେବାପାଇଁ ମୋ ପୁଅକୁ ମାରି ଦିଆଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.