ମୃତ୍ୟୁ ପୂର୍ବରୁ ଟଙ୍କା ଟ୍ରାନ୍ସଫର !

0

Get real time updates directly on you device, subscribe now.

ସନ୍ଦେହ ଘେରରେ ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ମୃତ୍ୟୁ। ରଶ୍ମୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ। ମୃତ୍ୟୁ ପଛର କାରଣ କଣ ହୋଇପାରେ ସେ ନେଇ ପୋଲିସ ତନାଘନା ଆରମ୍ଭ କରିଛି। ଏହାରି ଭିତରେ ଅନେକ ଦିଗ ସାମ୍ନାକୁ ଆସିବାରେ ଲାଗିଛି। ମୃତ୍ୟୁ ପୂର୍ବରୁ ରଶ୍ମୀରେଖା ତାଙ୍କର ଅନେକ ସାଙ୍ଗକୁ ଟଙ୍କା ମାଗୁଥିବା କଥା ସାମ୍ନାକୁ ଆସିଛି। ଏପରିକି ବିଭିନ୍ନ ଆକାଉଣ୍ଟରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବାର ସୁରାକ ମଧ୍ୟ ମିଳିଛି।

ମୃତ୍ୟୁ ପୂର୍ବରୁ କାହିଁକି ଟଙ୍କା ମାଗୁଥିଲେ ରଶ୍ମୀରେଖା?

ଟଙ୍କା ଥିଲା କି ମୃତ୍ୟୁ ପଛର ମୂଳ କାରଣ ? କାହିଁକି ହଠାତ ଟଙ୍କା ମାଗିଲେ ରଶ୍ମୀରେଖା? ଟଙ୍କା ପାଇଁ ଚାପରେ ଥିଲେ କି ଅଭିନେତ୍ରୀ?
ଅନ୍ୟପଟେ ଅଭିନେତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ। ପରିବାର ଲୋକେ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି ଝିଅର ସ୍ୱାମୀ ପରିଚୟ ଦେଇ ରହି ଆସୁଥିବା ସନ୍ତୋଷ ପାତ୍ର। ପରିବାର ଲୋକ ଆହୁରି କହିଛନ୍ତିକି ରଶ୍ମୀରେଖା ଲେଖିଥିବା ସୁସାଇଡ ନୋଟର ଯାଞ୍ଚ ପାଇଁ ମଧ୍ୟ ଦାବି କରିଛନ୍ତି। ପୂର୍ବତନ ବନ୍ଧୁ ରାଜା ପୁଣି ସାମ୍ନାକୁ ଆସି କହିଛନ୍ତିକି, ତାଙ୍କ ମୋବାଇରୁ ପୋଲିସକୁ ଅନେକ ତଥ୍ୟ ମିଳିପାରିବ।

ରଶ୍ମୀରେଖାଙ୍କ ରହସ୍ୟମୟ ମୃତ୍ୟୁ:-

– ମୃତ୍ୟୁ ପାଇଁ ପୁରୁଷ ବନ୍ଧୁ ସନ୍ତୋଷକୁ ଦାୟୀ କରୁଛନ୍ତି ପରିବାର ଲୋକ?

– କିନ୍ତୁ ସୁସାଇଡ ନୋଟରେ କାହାକୁ ଦାୟୀ କରିନାହାନ୍ତି ରଶ୍ମୀରେଖା?

– ତେଣୁ ସୁଇସାଇଡ ନୋଟର ହସ୍ତକ୍ଷରକୁ ଯାଞ୍ଚ କରିବ ପୋଲିସ?

– ଆତ୍ମହତ୍ୟା ପୂର୍ବରୁ କାହା ସହ କେତେ ସମୟ କଥା ହୋଇଥିଲେ?

– କଲ ଡିଟେଲ୍ସକୁ ଯାଞ୍ଚ କରୁଛି ପୋଲିସ?

– ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି ସନ୍ତୋଷଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ।

ରଶ୍ମୀରେଖାଙ୍କ ବାପା ଅଭିଯୋଗ କରିଛନ୍ତିକି, ସନ୍ତୋଷ ପାତ୍ର ମୋ ଝିଅକୁ ମାରିଛି। ତାକୁ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ପରିସରଭୁକ୍ତ କରାଯାଇ ନାହିଁ। ଘରର ମାଲିକ ମଧ୍ୟ ଏଥିରେ ସାମିଲ ଅଛନ୍ତି। ରାଜା କଥାରେ ଘର ଲୋକ କହିଲେକି ତାଙ୍କର ବିବାହ ପ୍ରସ୍ତାବ ଆସିଥିଲା, କିନ୍ତୁ ଆମେ ମନା କରିଥିଲୁ। କିନ୍ତୁ ଆମର ସନ୍ଦେହ ସନ୍ତୋଷଙ୍କ ଉପରେ ଅଛି। ଆମେ ମଧ୍ୟ ଜାଣିନଥିଲୁକି ଅମା ଝିଅ ବାହା ହୋଇସାରିଛି ବୋଲି, ଆମେ ବର୍ତ୍ତମାନ ଜାଣିବାକୁ ପାଉଛୁ। ଯଦି ସେ ବିବାହ କରିଥିବ ତେବେ ସାର୍ଟିଫିକେଟ ଥିବ, ସେସବୁ ଦେଖାନ୍ତୁ।

Leave A Reply

Your email address will not be published.