ଜାଣନ୍ତୁ ପ୍ରୋଷ୍ଟେଟ୍ କ୍ୟାନ୍ସର ଲକ୍ଷଣ କଣ ଆଉ ତାହାର ନିବାରଣ ଏବେ କିଭଳି ଭାବରେ କରାଯାଇ ପାରିବ

0

Get real time updates directly on you device, subscribe now.

ବିଭିନ୍ନ ପ୍ରକାର କୋଷିକାରେ ଆମ ଶରୀର ତିଆରି । ଏହି କୋଷିକା ଗୁଡିକ ଯେତେବେଳେ ଶରୀରରେ ଅନିୟନ୍ତ୍ରିତ ଭାବେ ବଢିଥାନ୍ତି ସେତେବେଳେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବାଧା ଉପୁଜିଥାଏ । ଯାହା ଫଳରେ ଉକ୍ତ ସ୍ଥାନରେ ଏହି କୋଷିକାର ଏକ ଗୁଚ୍ଛ ଗଣ୍ଠି ବାନ୍ଧିଲା ପରି ଜମାଟ ବାନ୍ଧିଯାଏ ଏବଂ ଏହା ପରେ ଟ୍ୟୁମରର ରୁପ ନେଇଥାଏ । ଏହି ଅବସ୍ଥାକୁ ହିଁ କ୍ୟାନସର କୁହାଯାଏ । ଏହି ଟ୍ୟୁମର ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ରକ୍ତ ଜରିଆରେ ଏହି ଟ୍ୟୁମର ଶରୀରର ଅନ୍ୟ ସବୁ ସ୍ଥାନକୁ ପ୍ରବାହିତ ହୋଇଥାଏ ।

ଏହି ପ୍ରକ୍ରିୟାକୁ ମେଟାଷ୍ଟେସିସ୍ କହିଥାନ୍ତି । ଏଥବରେ କ୍ୟାନ୍ସର ସେଲ୍ସ ବଢି ନୂଆ ଟ୍ୟୁମରର ରୂପ ନେଇଥାଏ । ତେବେ ସ୍ତନ କର୍କଟ ଫୁସଫୁସ୍ ଆଡକୁ ବ୍ୟାପିଲେ ତାହାକୁ ମେଟାଷ୍ଟେସିସ୍ ବ୍ରେଷ୍ଟ୍ କ୍ୟାନ୍ସର କୁହାଯାଏ । ତେବେ ଡାକ୍ତର କ୍ୟାନ୍ସର ପୀଡିତଙ୍କୁ ଷ୍ଟେଜ୍ ହିସାବରେ ଚୟନ କରି କହିଥାନ୍ତି ଏବଂ ଏହି ଷ୍ଟେଜ୍ ହିସାବରେ ହିଁ ସେମାନଙ୍କ ଉପଚାର ମଧ୍ୟ କରାଯାଏ । କ୍ୟାନ୍ସର ହେଉଛି ପ୍ରାଣଘାତୀ ରୋଗ । ଯଦି ବେଳ ଥାଉ ଥାଉ ଏହି ରୋଗ ବିଷୟରେ ଜଣା ନ ପଡ଼େ କିମ୍ବା ସତର୍କ ନ ହୁଅନ୍ତି

ତେବେ ଭବିଷ୍ୟତରେ ଏହାର ଚିକିତ୍ସା କରିବା ଅସମ୍ଭବ । ଅର୍ଥାତ ରୋଗରେ ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ । ଆଧୁନିକ ଜୀବନରେ କର୍କଟ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ କେହି ଏହି ରୋଗରୁ ବାଦ ପଡ଼ୁନାହାନ୍ତି । ତେବେ କକର୍ଟ ରୋଗର ଲକ୍ଷଣ ବ୍ୟକ୍ତିଙ୍କ ମଧ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ମଣିଷ ଶରୀରର କେଉଁ ଅଂଶରେ କର୍କଟ ହୋଇଛି, ସେହି ଅନୁଯାୟୀ ଲକ୍ଷଣ ସାମ୍ନାକୁ ଆସିଥାଏ । ଭାରତରେ ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଦିନକୁ ଦିନ ଭୟଙ୍କର ରୂପ ନେଉଛି ।

ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ଏକ ଧିମା କ୍ୟାନ୍‌ସର ହୋଇଥିବାବେଳେ ସାଧାରଣତଃ ଏହି ରୋଗ ଶେଷ ସ୍ତରରେ ନ ପହଞ୍ଚତ୍ବା ପର୍ଯ୍ୟନ୍ତ ରୋଗୀ ଏହାର ବିଶେଷ ଲକ୍ଷଣ ଅନୁଭବ କରି ନଥାଏ । ଏବେ ମେଡିସିନ ଦ୍ୱାରା ଏହି ମାରାତ୍ମକ ରୋଗ ଭଲ ହୋଇପାରିବ । ଆଉ ଏହା ପ୍ରମାଣିତ ମଧ୍ୟ ହୋଇଛି । କଥାଟି ବିଶ୍ୱାସ ହେଉନଥିଲେ ସତ । ମେଡିସିନ୍ ଦ୍ୱାରା ‘ରେକ୍ଟାଲ କ୍ୟାନସର୍’ ରୋଗର ଚିକିତ୍ସା ସଫଳତା ପୂର୍ବକ କରାଯାଇଛି । ୬ ମାସ ଧରି ୧୮ ଜଣ କ୍ୟାନସର ରୋଗୀ ମାନଙ୍କ ଉପରେ “ଡୋଷ୍ଟାରଲିମାବ୍‌” ନାମକ ଔଷଧକୁ ବ୍ୟବହାର କରାଯାଇ ପରୀକ୍ଷଣରେ ଡାକ୍ତର ବିଶେଷଜ୍ଞମାନେ ସଫଳ ହୋଇଥିଲେ । ତେବେ ଏହା ପ୍ରଥମ ଷ୍ଟେଜରେ ସମ୍ଭବ ହୋଇପାରିବ ।

Leave A Reply

Your email address will not be published.