ମହଙ୍ଗା କାର ଏବଂ ବିଳାସପୂର୍ଣ୍ଣ ଘରର ମାଲିକ ଅଟନ୍ତି 15 ବର୍ଷର ଏହି ପିଲା, ଏହିପରି ରୋଜଗାର କରନ୍ତି ପ୍ରତିମାସରେ 16 ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ବହୁତ୍ ଲୋକ ଦିନେ ଧନୀ ହେବାପାଇଁ ସ୍ବପ୍ନ ଦେଖନ୍ତି । କିଛି ଲୋକ ପରିଶ୍ରମ ଏବଂ ବୁଦ୍ଧି ବଳରେ ଧନୀ ହୁଅନ୍ତି ତ ଆଉ କିଛି ଲୋକ ଭାଗ୍ୟ ବଳରେ ମିଳିଥିବା ପଇସା ଦ୍ଵାରା ଧନୀ ହୋଇଯାନ୍ତି । ଦୁନିଆରେ ଏପରି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ବହୁତ୍ କମ ବୟସରେ ମଧ୍ୟ ଧନୀ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ପିଲା ଅଛି, ଯିଏକି 15 ବର୍ଷ ବୟସରେ ଏତେ ଧନୀ ହେଇଗଲା ଯେ ତା ପାଖରେ ଅନେକ ମହଙ୍ଗା ଗାଡ଼ି, ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ।

ରିପୋର୍ଟ୍ ଦାବି କରୁଛି ଯେ ଏହି ପିଲା ନିଜର ଏହି ବୟସରେ ହିଁ ବହୁତ୍ ବିଳାସପୂର୍ଣ୍ଣ ଜୀବନ ବିତାଉଛି ଏବଂ ପ୍ରତି ମାସରେ ପ୍ରାୟ 16 ଲକ୍ଷ ଟଙ୍କା ରୋଜଗାର କରୁଛି । ଏହି 15 ବର୍ଷୀୟ ପିଲା ପ୍ରକୃତରେ କିଏ ? କଣ କରେ ଏବଂ ତାର ରୋଜଗାର କିପରି ଏତେ ହେଉଛି ? ତେବେ ଚାଲନ୍ତୁ ଜାଣିବା ତାର ରହସ୍ୟ ।

କିଏ ଏହି 15 ବର୍ଷୀୟ ପିଲା :-

Thesun ଅନୁଯାୟୀ, 15 ବର୍ଷୀୟ ଏହି ପିଲାର ନାମ ଡୋନାଲ୍ଡ ଦୌଗର୍ ଅଟେ । ରିପୋର୍ଟ୍ ଦାବି କରୁଛି ଯେ ଡୋନାଲ୍ଡଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ଏବଂ ସେ ମାସକୁ ପ୍ରାୟ 16 ଲକ୍ଷ ଟଙ୍କା ରୋଜଗାର କରନ୍ତି । ଡୋନାଲ୍ଡଙ୍କ ବିଷୟରେ କୁହାଯାଏ ଯେ ସେ ହେଉଛନ୍ତି ଆମେରିକାର ସବୁଠାରୁ ଧନୀ ପିଲା । କିନ୍ତୁ ଯଦି ପ୍ରକୃତରେ ଦେଖାଯାଏ, ତେବେ ସେ ଆମେରିକାର ଧନୀ ପିଲାଙ୍କ ଲିଷ୍ଟରେ 19 ନମ୍ବରରେ ଆସନ୍ତି ।

ଏହିପରି ହୁଏ ଏତେ ରୋଜଗାର :-

ରିପୋର୍ଟ୍ ଅନୁଯାୟୀ ଡୋନାଲ୍ଡ ଦୌଗରଙ୍କ ରୋଜଗାର ତାଙ୍କ ଭିଡିଓରୁ ହୋଇଥାଏ । ତାଙ୍କର ୟୁଟ୍ୟୁବରେ ଚ୍ୟାନେଲ ରହିଛି, ଯେଉଁଥିରେ ପ୍ରାୟ 5.96 ଲକ୍ଷ ସବସକ୍ରାଇବର ଅଛନ୍ତି । ସେ ନିଜର ଏହି ଚ୍ୟାନେଲକୁ 2019 ରେ କରିଥିଲେ । ଯାହାର ଭିଡ଼ିଓରେ ଲକ୍ଷ ଲକ୍ଷ ଭ୍ୟୁ ଆସିଥାଏ ।

ଏହାବ୍ୟତୀତ ଡୋନାଲ୍ଡ ଟିକଟକ ଏବଂ ଇନ୍ଷ୍ଟାଗ୍ରାମରେ ମଧ୍ୟ ବହୁତ୍ ଆକ୍ଟିଭ ଅଛନ୍ତି ଏବଂ ସେଠାରୁ ମଧ୍ୟ ତାଙ୍କର ଭଲ ରୋଜଗାର ହେଉଛି । ଡୋନାଲ୍ଡଙ୍କୁ ସବସକ୍ରାଇବର ଏବଂ ଭ୍ୟୁ କାରଣରୁ ବହୁତ୍ ଆଡସ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମିଳିଥାଏ, ଯେଉଁଥିରୁ ତାଙ୍କର ଲକ୍ଷ ଲକ୍ଷ ରୋଜଗାର ହୋଇଥାଏ ।

ଅନେକ ମହଙ୍ଗା ଗାଡ଼ି ଏବଂ ବଙ୍ଗଳାର ମାଲିକ :-

ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାରେ ଡ୍ରାଇଭିଙ୍ଗ ଆଇନ ଅନୁଯାୟୀ ତାଙ୍କ ବୟସ ହୋଇନଥିବା କାରଣରୁ ଡ୍ରାଇଭିଙ୍ଗ କରିପାରିବେ ନାହିଁ, କିନ୍ତୁ ସେ ମ୍ୟାକଲାରେନ, ଆଡି ଏବଂ ବୁଗାଟି ଭଳି ଅନେକ ସୁପର କାରର ମାଲିକ ଅଟନ୍ତି । ସେ ନିଜର ଏହି ବିଳାସପୂର୍ଣ୍ଣ ଗାଡ଼ିର ଭିଡିଓକୁ ମଧ୍ୟ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି ।

Leave A Reply

Your email address will not be published.