3 ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଯୋଗାଡ କଲେ 1-1 ଟଙ୍କାର କଏନ ଏବଂ ତାପରେ ବ୍ୟକ୍ତି ପହଞ୍ଚିଗଲା ନିଜର ଡ୍ରିମ ବାଇକ୍ ଆଣିବାକୁ

0

Get real time updates directly on you device, subscribe now.

ଆପଣ ସମସ୍ତେ ଏହି କଥା ଶୁଣିଥିବେ ଯେ ଯଦି ଛୋଟ ଛୋଟ ଚେଷ୍ଟା କରାଯାଏ ଏବଂ ସାହସ ନ ହରାଯାଏ, ତେବେ ସବୁ ଲକ୍ଷ୍ୟକୁ ହାସଲ କରାଯାଇ ପାରିବ । ଏହାସହିତ ଏହା ମଧ୍ୟ କୁହାଯାଏ ଯେ ଯଦି ବୁନ୍ଦା ବୁନ୍ଦା ସଂଗ୍ରହ କରାଯାଏ, ତେବେ ତାକୁ ଦିନେ ସାଗର ହେବାର ଦେଖାଯାଏ । ତାମିଲନାଡୁର ଜଣେ ବ୍ୟକ୍ତି ଏହି କଥାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି । ବ୍ୟକ୍ତିଜଣକ 3 ବର୍ଷ ପର୍ଯ୍ୟନ୍ତ ଏକ – ଏକ ଟଙ୍କାର ମୁଦ୍ରା ଅର୍ଥାତ୍ କଏନ ଜମା କରି ନିଜ ସ୍ୱପ୍ନର ବାଇକ କିଣିଛନ୍ତି ।

କୁହାଯାଉଛି ଯେ ଏହି ବ୍ୟକ୍ତି ତାମିଲନାଡୁର ସ୍ଲେମ ଜିଲ୍ଲାର ବାସିନ୍ଦା ଅଟନ୍ତି । ଯିଏ ନିଜ ପଇସା ବଞ୍ଚାଇବା ଅଭ୍ୟାସ ଦ୍ଵାରା ଚମତ୍କାର କରି ଦେଖାଇଛନ୍ତି । ଏହି ବ୍ୟକ୍ତି ଏକ – ଏକ ଟଙ୍କାର କଏନ ଜମା କରି ନିଜର ପରିଶ୍ରମ ବଳରେ 2.6 ଲକ୍ଷ ଟଙ୍କାର ବାଇକ କିଣି ଦେଖାଇଛନ୍ତି ।

କୁହାଯାଉଛି ଯେ ଏହି କଏନର ସଂଖ୍ୟା ଏତେ ଅଧିକ ଥିଲା ଯେ ଏହାକୁ ଗଣିବା ପାଇଁ ଶୋ ରୁମର ଷ୍ଟାଫଙ୍କୁ ପୁରା 10 ଘଣ୍ଟା ସମୟ ଲାଗିଲା । ଏହି ବ୍ୟକ୍ତିଙ୍କ ନାମ ହେଉଛି ବୁପଥି ଏବଂ ସେ ବିଏସଏରେ ଗ୍ରାଜୁଏସନର ଡ଼ିଗ୍ରୀ ହାସଲ କରିଛନ୍ତି । ଏହାସହିତ ସେ 3 ବର୍ଷ ପର୍ଯ୍ୟନ୍ତ କମ୍ପ୍ୟୁଟର ଇଞ୍ଜିନିୟର ଭାବରେ କାମ ମଧ୍ୟ କରିଛନ୍ତି ।

ଲକ୍ଷ ଲକ୍ଷ କଏନ ନେଇ ବାଇକ୍ କିଣିବାକୁ ପହଞ୍ଚିଥିଲେ ଯୁବକ :-

ବାସ୍ତବରେ ବୁବାଥିଙ୍କୁ 3 ବର୍ଷ ପୂର୍ବରୁ ଗୋଟିଏ ଶୋ ରୁମରେ ଗୋଟିଏ ବାଇକ୍ ପସନ୍ଦ ହୋଇଥିଲା, କିନ୍ତୁ ସେତେବେଳେ ତାଙ୍କ ପାଖରେ ଏହି ବାଇକ୍ କିଣିବା ପାଇଁ ଯଥେଷ୍ଟ ପଇସା ନଥିଲା । ସେ ସମୟରେ ଏହି ବାଇକର ମୂଲ୍ୟ ପ୍ରାୟ 2 ଲକ୍ଷ ଟଙ୍କା ଥିଲା । ସେବେଠାରୁ ଏହି ଯୁବକ ନିଷ୍ପତ୍ତି ନେଲେ ଯେ ସେ ଗୋଟିଏ ଗୋଟିଏ ମୁଦ୍ରା ଜମା କରିବେ ।

ତେଣୁ ଯେତେବେଳେ ତାଙ୍କୁ ମୁଦ୍ରା ମିଳେ, ସେତେବେଳେ ସେ ଟକୁ ନିଜ ପାଖରେ ଜମା କରି ରଖନ୍ତି । କେବଳ ଏତିକି ନୁହେଁ, ସେ ଚା ଦୋକାନ, ଠେଲା ବାଲା ପାଖକୁ ଯାଇ ମଧ୍ୟ ତାଙ୍କ ଠାରୁ ସବୁ ମୁଦ୍ରା କିଣି ଥାଆନ୍ତି । ସେ କହିଛନ୍ତି ଯେ ସେ 3 ବର୍ଷ ହେଲାଣି ମନ୍ଦିର, ଚା ଦୋକାନ ଏବଂ ହୋଟେଲରେ ଯାଇ ନୋଟ ଦେଇ ମୁଦ୍ରା ଏକ୍ସଚେଞ୍ଜ କରାଉଛି ।

Leave A Reply

Your email address will not be published.