ଯୁବତୀଙ୍କର ଗାଧୋଉଥିବା ସମୟରେ ଭିଡିଓ ତିଆରି କଲେ ଯୁବକ, ଭାଇ ସେହି ଯୁବକଙ୍କୁ ଟାଙ୍ଗିଆରେ ହାଣିଲା

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର କାନପୁରରେ ହତ୍ୟାର ଗୋଟିଏ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକଙ୍କୁ ଗାଧୋଉଥିବା ଯୁବତୀଙ୍କ ଭିଡିଓ କରିବା ଏମିତି ଭାରି ପଡ଼ିଲା ଯେ ତାକୁ ନିଜର ଜୀବନ ଦେଇ ଏହାର ମୂଲ୍ୟ ଦେବାକୁ ପଡ଼ିଲା । ଝିଅର ଭାଇ ନିଜ ସାଙ୍ଗମାନଙ୍କ ସହିତ ମିଶି ଟାଙ୍ଗିଆରେ ଯୁବକଙ୍କର ହତ୍ୟା କରିଦେଲା । ଅଭିଯୁକ୍ତ ଭିଡିଓ ଭାଇରାଲ କରିବାର ଧମକ ଦେଇ ଝିଅର ଭାଇ ଠାରୁ ମଦ ପାଇଁ ପଇସା ମାଗିଥିଲା । ପୋଲିସ ହତ୍ୟାର ସାମିଲ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।

କାନପୁରର ଚୌବେପୁର ଅଞ୍ଚଳରେ ବୁଧବାର ସକାଳେ ତାରାଚନ୍ଦଙ୍କ ଶବ ଗୋଟିଏ ଖେତରୁ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କଲା, ତାପରେ ଜଣାପଡ଼ିଲା ଯେ ମୃତକ ଜଣକ ମହାରାଜପୂରର ବାସିନ୍ଦା ଥିଲା । ଦିନେ ପୂର୍ବରୁ ଚୌବେପୁରର ବାସିନ୍ଦା ହର୍ଶିତଙ୍କ ସହିତ ତାଙ୍କୁ ଦେଖାଯାଇଥିଲା । ପୋଲିସ ଯେତେବେଳେ ହର୍ଶିତଙ୍କୁ କଡ଼ା ଭାବେ ପଚରାଉଚରା କଲା, ସେତେବେଳେ ସେ ସବୁ କଥା କହିଦେଲା । ପୋଲିସ ହତ୍ୟା ଅଭିଯୋଗରେ ତାର ସାଙ୍ଗ ଶୋଭିତଙ୍କୁ ମଧ୍ୟ ଗିରଫ କରିନେଲା ।

ହର୍ଶିତ ପୋଲିସକୁ କହିଲା, କିଛିଦିନ ପୂର୍ବରୁ ମୋ ଜନ୍ମଦିନ ଥିଲା । ତାରାଚନ୍ଦ ମୋ ଅପା ପୁଅ ଥିଲା, ତେଣୁ ତାକୁ ମଧ୍ୟ ଡକାଇ ଥିଲି । ଜନ୍ମଦିନର ପରଦିନ ତାରାଚନ୍ଦ ମୋ ଭଉଣୀର ଗାଧୋଉଥିବା ସମୟରେ ଭିଡିଓ କରିଦେଲା । ସେ ମତେ ଭିଡିଓ ଡିଲିଟ କରିବା ନାଁରେ ମଦ ପାଇଁ ପଇସା ମାଗିଲା । ଭଉଣୀର ଭିଡିଓ ଦେଖି ମୋ ଦେହ ନିଆଁ ହୋଇଗଲା । ମୁଁ ପ୍ରଥମେ 200 ଟଙ୍କାର ଟାଙ୍ଗିଆ କିଣିଲି, ତାପରେ ତାକୁ ମଦ ପୀଆଇଲି । ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ଉତ୍ସବ ଥିଲା । ତାକୁ ମନ୍ଦିର ବୁଲାଇବା ବାହାନାରେ ନେଇଗଲି ଏବଂ ନିଜ ସାଙ୍ଗ ଶୋଭିତ ସହିତ ମିଶି ତାକୁ ହାଣି ଫିଙ୍ଗିଦେଲି ।

ଏହି ମାମଲାରେ କାନପୁରର ଏସପି ତେଜ ସ୍ୱରୂପ ସିଂହ କହିଛନ୍ତି ଯେ ପୋଲିସ ହତ୍ୟାରେ ସାମିଲ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଲା । ହର୍ଶିତ ଷଡ଼ଯନ୍ତ୍ର କରି ହତ୍ୟା କରିଛି । ଅସଦାଚରଣ କରିବା ମାମଲାରେ ମଧ୍ୟ ଯାଞ୍ଚ କରାଯାଉଛି । ଯାଞ୍ଚ୍ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.