ଜାଣନ୍ତୁ ଟ୍ରେନରେ ଲେଖାଥିବା ଏହି 5ଟି ସଂଖ୍ୟା ସମ୍ପର୍କରେ, ଏଥିରେ ଲୁଚି ରହିଛି ବହୁତ ସାରା ସୂଚନା

0

Get real time updates directly on you device, subscribe now.

ଭାରତରେ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତାୟାତ କରିବାର ସବୁଠାରୁ ଶସ୍ତା ଓ ଶୁଲଭ ହେଉଛି ଟ୍ରେନ ଯାତାୟାତ। ପ୍ରତିଦିନ ଲକ୍ଷାଧିକ ଲୋକେ ଟ୍ରେନରେ ଯାତାୟାତ କରିଥାଆନ୍ତି। ଯେତେବେଳେ ଦୂର ଯାତ୍ରା କରିବାକୁ ଥାଏ ସେତେବେଳେ ମନରେ ଟ୍ରେନର ଖୟାଲ ଆସିଥାଏ। ଟ୍ରେନରେ ଯାତ୍ରା କରିବା ବହୁତ ଆରାମ ଦାୟକ ହେବାସହ ବହୁତ ସୁବିଧାଜନକ ମଧ୍ୟ ଅଟେ। ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ମଧ୍ୟ ଆଜିର ଖବର ମହତ୍ତ୍ୱପୂର୍ଣ୍ଣ ଅଟେ।

ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତାହେଲେ ଆପଣ ଟ୍ରେନରେ ଏହି 5ଟି ସଂଖ୍ୟା ବିଶିଷ୍ଟ ନମ୍ୱର ଦେଖିଥିବେ। ଟ୍ରେନର ବଗିରେ ଯେଉଁ ନମ୍ବର ଲେଖାଥାଏ ତାହା ବହୁତ ଖାଆସ ହୋଇଥାଏ। ଆଜ୍ଞା ହଁ, ରେଲୱେ ନିୟମ ମୁତାବିକ, ଏହି ନମ୍ବର ବଗି ସହିତ ଜଡ଼ିତ ଖାଆସ ସୂଚନା ଆମକୁ ଦେଇଥାଏ। ଆସନ୍ତୁ ଏହା ବିଷୟରେ ଜାଣିବା…

ଟ୍ରେନ ଡ଼ବାରେ ଲେଖାଥିବା ଏହି 5ଟି ଡିଜିଟ ର ନମ୍ବର ହେଉଛି ବହୁତ ଖାଆସ:-

ଆପଣଙ୍କୁ ଜଣାଇଦେଉଛୁ କି, ଟ୍ରେନର ପ୍ରତ୍ୟେକ ବଗି ବାହାରେ ଯେଉଁ 5ଟି ଡିଜିଟର ନମ୍ବର ଲେଖା ହୋଇଥାଏ, ଏଥିରୁ ଏହା ସୂଚନା ମିଳିଥାଏ କି, ଏହି ବଗି କେବେ ତିଆରି ହୋଇଥିଲା ଓ ଏହି ବଗିର କ୍ୟାଟେଗୋରୀ ବିଷୟରେ ଜଣାପଡ଼ିଥାଏ।

ଜାଣନ୍ତୁ ପ୍ରଥମ ଦୁଇଟି ଡିଜିଟ ର ଅର୍ଥ କଣ:-

ଯଦି ଆମେ ଉଦାହରଣ ରୂପରେ ବୁଝାଇବାକୁ ଚେଷ୍ଟା କରିବା ତାହେଲେ ମାନନ୍ତୁ ଯେ, ଟ୍ରେନର କୌଣସି ବଗି ଉପରେ 13328 ନମ୍ବର ଲେଖା ହୋଇଛି। ପ୍ରଥମେ ଏହାକୁ ଡ଼ିକୋଡ଼ କରିବାପାଇଁ ଆପଣ ପ୍ରଥମେ ଏହାକୁ ଦୁଇଭାଗରେ ବାଣ୍ଟନ୍ତୁ। ପ୍ରଥମ ଦୁଇଟି ଡିଜିଟ ରୁ ଆମକୁ ଏହିକଥାର ସୂଚନା ମିଳୁଛି କି, ଏହା କେବେ ତିଆରି ହୋଇଥିଲା ଯେମିତିକି ଏହି ବଗି 2013 ରେ ତିଆରି ହୋଇଥିଲା ଯଦି ଏହି ବଗିରେ 98397 ଲେଖାହୋଇଛି ତାହେଲେ ଏହା 1998 ରେ ହୋଇଛି ବୋଲି ଜଣାଯାଏ।

ଆସନ୍ତୁ ଜାଣିବା ଶେଷ ତିନୋଟି ଡିଜିଟ ର ଅର୍ଥ:-

ଯଦି ଆମେ ଏହି ନମ୍ବରର ଶେଷ ତିନିଟି ଡିଜିଟ କଥା କହିବାକୁ ଯିବା ତାହେଲେ ଏହା ଆମକୁ କ୍ୟାଟେଗୋରୀ ବିଷୟରେ ବତାଇଥାଏ। ଯେମିତିକି ପ୍ରଥମ କେସ 13328 ଓ ଏହା ଜେନେରାଲ କ୍ୟାଟେଗୋରୀର ବଗି ଅଟେ। ସେହିପରି ଦ୍ବିତୀୟ କେସ 98397 କଥା କହିବା ତାହେଲେ ତାହେଲେ ଏହା ସ୍ଲିପର କ୍ଲାସ ହୋଇଥାଏ। ଯଦି ଆପଣ ଏହାକୁ ବିସ୍ତାରିତ ରୂପରେ ଜାଣିବାକୁ ଚେଷ୍ଟା କରନ୍ତି ତାହେଲେ ଏହି ଚାର୍ଟ ଆପଣ ଦେଖିପାରିବେ।

001-025 : AC First class

026-050 : Composite 1AC + AC-2T

051-100 : AC-2T

101-150 : AC-3T

151-200 : CC (AC Chair Car)

201-400 : SL (2nd Class Sleeper)

401-600 : GS (General 2nd Class)

601-700 : 2S (2nd Class Sitting/Jan Shatabdi Chair Class)

701-800 : Sitting Cum luggage Rake

801 + : Pantry Car, Generator or Mail

ଟ୍ରେନ ଡ଼ବାରେ ଲେଖାଥିବା ଏହି 5ଟି ଡ଼ିଜିଟର ନମ୍ବର ବିଷୟରେ ଆପଣ ବର୍ତ୍ତମାନ ବୁଝି ସାରିଥିବେ। ଆପଣ ଯେବେବି ଟ୍ରେନ ଯାତ୍ରା କରିବାକୁ ଯାଆନ୍ତି ତ ଆପଣ ଟ୍ରେନ ବଗି ବାହାରେ ଲେଖାଥିବା ଏହି ନମ୍ବରକୁ ଦେଖି ଜାଣିଯିବେ ଏହି ବଗି କେବେ ତିଆରି ହୋଇଥିଲା ଓ ଏହା କେଉଁ କ୍ଲାସର ଅଟେ।

Leave A Reply

Your email address will not be published.