ଗୋଟିଏ ବ୍ରହ୍ମ କମଳର ଦାମ 1000 ଟଙ୍କା, କୃଷକ ଭାଇ ଏହାର ଚାଷ କରି ବହୁତ ଲାଭ କରିପାରିବେ, ଜାଣନ୍ତୁ ଏଥିରେ ଫାଇଦା କଣ ରହିଛି

0

Get real time updates directly on you device, subscribe now.

ବ୍ରହ୍ମ କମଳ ଏକ ପବିତ୍ର ଫୁଲ ଅଟେ। କିଛି ବୈଦ୍ୟ ମାନଙ୍କ କହିବା ହେଲା ଏହାର ପାଖୁଡ଼ାରୁ ପଡ଼ୁଥିବା ଏକ ବୁନ୍ଦା ରସ ଅମୃତ ସମାନ ଅଟେ। ଏହାସହ ଏହି ଫୁଲ କେତେକ ରୋଗରୁ ମଧ୍ୟ ଆମକୁ ବଞ୍ଚାଇଥାଏ। ବ୍ରହ୍ମ କମଳ ବହୁତ ଦୁର୍ଲଭ ଓ ସବୁଠାରୁ ମହଙ୍ଗା ଅଟେ।

ବ୍ରହ୍ମ କମଳର ଗୋଟିଏ ଫୁଲର ଦାମ 1000 ଟଙ୍କା ହୋଇଥାଏ ଓ ଏହା କେବଳ କିଛି ପାହାଡ଼ ଅଞ୍ଚଳରେ ମିଳିଥାଏ। ନୈସର୍ଗିକଙ୍କ ମାନିବା ହେଉଛି ଏହି ଫୁଲ ଭାରତର ଉତ୍ତରାଖଣ୍ଡରେ ପ୍ରାୟତଃ ମିଳିଥାଏ କିନ୍ତୁ କିଛିଙ୍କ କହିବାହେଲା ଉତ୍ତରାଖଣ୍ଡର ବାହାରେ ମଧ୍ୟ ଏହି ଫୁଲ ମିଳେ।

କୁହାଯାଉଛି କି, ବ୍ରହ୍ମ କମଳ ଛତିଶଗଡ଼ ଓ ତାମିଲନାଡୁ ଭଳି ରାଜ୍ୟରେ ମିଳେ। ଏହି ଫୁଲର ଚାଷ ମଧ୍ୟ ଆପଣ କରିପାରିବେ। ଏହି ଫୁଲର ଚାଷ ପାଇଁ ଆପଣଙ୍କୁ ନିୟନ୍ତ୍ରିତ ବାତାବରଣ ଓ ମାଟିର ଉପଚାର ଆବଶ୍ୟକ ହୋଇଥାଏ।

ବ୍ରହ୍ମ କମଳ ଫୁଲ ମୁଖ୍ୟ ରୂପରେ ରାତ୍ରି ସମୟରେ ହିଁ ଫୁଟିଥାଏ। ବ୍ରହ୍ମ କମଳ ବର୍ଷରେ କେବଳ ଜୁଲାଇ ଓ ସେପ୍ଟେମ୍ବର ମାସ ଭିତରେ ମିଳିଥାଏ। ଆଜି ଆମେ ଆପଣଙ୍କୁ ବ୍ରହ୍ମ କମଳର ଚାଷ ଓ ଏହା ବିଷୟରେ ବତାଇବାକୁ ଯାଉଛୁ।

ଏହି ଜାଗାରେ ହେଉଛି ବ୍ରହ୍ମ କମଳ:-

ସର୍ବପ୍ରଥମେ ଆମେ ଆପଣଙ୍କୁ ଏହା ଜଣାଇଦେଉଛୁ କି, ବ୍ରହ୍ମ କମଳର ବୈଜ୍ଞାନିକ ନାମ ସାଉସିରୁଆ ଓବଭାଲଟା ଅଟେ। ବ୍ରହ୍ମ କମଳ ଫୁଲ ହିମାଳୟରେ 11000 ରୁ 17000 ଫୁଟ ଉଚ୍ଚତାରେ ଫୁଟିଥାଏ। କେଦାରନାଥ ଓ ବଦ୍ରିନାଥ ମନ୍ଦିରରେ ଏହି ଫୁଲକୁ ଚଢ଼ାଯାଇଥାଏ। ଏମିତିରେ ତ ବ୍ରହ୍ମ କମଳ ଫୁଲ ମୂଳ ରୂପରେ ଉତ୍ତରାଖଣ୍ଡରେ ମିଲିଥାଏ କିନ୍ତୁ ଏବେ ଏହା ତାମିଲନାଡୁରେ ମଧ୍ୟ ଦେଖିବାକୁ ମିଳୁଛି। ବ୍ରହ୍ମ କମଳ ଫୁଲ ତାମିଲନାଡୁର ଇରୋଡ଼ ଜିଲ୍ଲାରେ ଦେଖିବାକୁ ମିଳିଥାଏ। ସୂର୍ଯ୍ୟ ଉଦୟ ପୂର୍ବରୁ ଏହି ଫୁଲ ମଉଳି ଯାଇଥାଏ।

ହିମାଳୟ ବାତାବରଣର ଫୁଲ ତାମିଲନାଡୁରେ ଫୁଟିବାରୁ ବହୁତ ଏଥିରେ ଆଶ୍ଚର୍ଯ୍ୟ ଅଟନ୍ତି। ଏହାବ୍ୟତୀତ ଜୁଲାଇ 2021 ରେ ଛତିଶଗଡ଼ର ରାଜନାନ୍ଦ ଗ୍ରାମରେ ଏହି ଫୁଲ ଦେଖିବାର ଖବର ମିଳିଥିଲା। ଭାନୁପ୍ରତାପପୁର ରେ ଏକାସହିତ 6ଟି ବ୍ରହ୍ମ କମଳ ମିଳିଥିବାର ଖବର ମିଳିଛି। ଛତିଶଗଡ଼ର କାଙ୍କରା ଜିଲ୍ଲାରେ ମଧ୍ୟ ବ୍ରହ୍ମ କମଳ ଫୁଟିଥିବାର ଖବର ସାମ୍ନାକୁ ଆସିଛି।

ବ୍ରହ୍ମ କମଳର ଚାଷ:-

ଆପଣଙ୍କୁ ଜଣାଇଦେଉଛୁ କି, ବ୍ରହ୍ମ କମଳକୁ ଚାଷ କରି ଚାଷୀ ଏଥିରେ ଲାଭବାନ ହୋଇପାରିବେ। ଗୋଟିଏ ଫୁଲର ଦାମ 500 ରୁ 1000 ଟଙ୍କା ମଧ୍ୟରେ ରହିଥାଏ। ଖାଆସ କଥା ଏହାକି ଯେ, ଏହି ଫୁଲ ପାଣିରେ ଫୁଟେନାହିଁ। ଏହି ଫୁଲ ରାତ୍ରିରେ ଫୁଟିଥାଏ ଓ ସକାଳ ହେବା କ୍ଷଣୀ ଏହା ଆପେ ଆପେ ମଉଳି ଯାଏ।

ମାନାଯାଏ କି, ଏହି ଫୁଲର ଦର୍ଶନ ମାତ୍ରକେ ସବୁ ଇଛା ପୂରଣ ହୋଇଯାଏ। ଏହି ଫୁଲକୁ ଖାଆସ ରୂପରେ ପୂଜାରେ ବ୍ୟବହାର ହୋଇଥାଏ। ଯଦି ଆପଣ ବ୍ରହ୍ମ କମଳ ଚାଷ କରିବାକୁ ଯୋଜନା ବନାଉଛନ୍ତି ତାହେଲେ ଏହିକଥାର ଧ୍ୟାନ ରଖିବା ନିହାତି ଜରୁରୀ ଅଟେ। ପ୍ରଥମେ ମାଟି ଓ ଗୋବରକୁ ବହୁତ ଭଲ ଭାବରେ ମିଶାଇ ଦିଅନ୍ତୁ। ମାଟିର ଉପଚାର ପରେ ବ୍ରହ୍ମ କମଳ ପାଖୁଡ଼ାକୁ 3 ରୁ 4 ଇଞ୍ଚର ଗଭୀରତାରେ ପୋତା ଯାଇଥାଏ। ବୁଣିବାପରେ ଏଥିରେ ପାଣି ଦେବାକୁ ଭୁଲନ୍ତୁ ନାହିଁ।

ଆପଣଙ୍କୁ ଜଣାଇଦେଉଛୁ କି, ଯେଉଁଠାରେ ସୂର୍ଯ୍ୟ ରଶ୍ମି ସିଧାସଳଖ ପଡ଼ିଥାଏ ସେହି ସ୍ଥାନରେ ହିଁ ବ୍ରହ୍ମ କମଳ ଚାରା ରଖନ୍ତୁ। ଏଥିରେ କେବଳ ଆପଣ ପାଣି ଛିଞ୍ଚନ କରନ୍ତୁ ଯାହାଦ୍ୱାରା ମାଟି ନରମ ରହିବ। ବ୍ରହ୍ମ କମଳକୁ ବିକଶିତ ହେବାପାଇଁ କମ ପାଣି ଓ ନିୟନ୍ତ୍ରିତ ବାତାବରଣ ଦରକାର ହୋଇଥାଏ।

ସୂର୍ଯ୍ୟାସ୍ତ ପରେ ଖେଳିଥାଏ ଫୁଲ:-

ଜଣାଇଦେଉଛୁ କି, ଉତ୍ତର କାଶୀ ଜିଲ୍ଲାରେ ବ୍ରହ୍ମ କମଳ ଫୁଲକୁ ସୋମେଶ୍ବର ଦେବତାଙ୍କ ଫୁଲ ମାନାଯାଇଥାଏ। ଏଠାରେ ଗ୍ରାମୀଣ ଲୋକେ ନିଜ ଆରାଧ୍ୟ ସୋମେଶ୍ବରଙ୍କ ଆଜ୍ଞା ନେବାପରେ ଏହି ଫୁଲକୁ ତୋଳିଥାନ୍ତି। ମାନାଯାଏ ଏହି ଫୁଲକୁ ଘରେ ରଖିବାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ। ଉତ୍ତର କାଶୀରେ ଜିଲ୍ଲାରେ ସମ୍ପର୍କୀୟ ମାନଙ୍କୁ ବ୍ରହ୍ମ କମଳ ପ୍ରସାଦ ରୂପରେ ଉପହାର ଦିଆଯାଏ।

ବ୍ରହ୍ମ କମଳର ଅର୍ଥ ଏହା ଅଟେ କି, ବ୍ରହ୍ମାଙ୍କ ଫୁଲ। ଏହି ଫୁଲ ଦେବୀ ନନ୍ଦାଙ୍କ ଅତିପ୍ରିୟ ଫୁଲ ବୋଲି କୁହାଯାଏ। ଉତ୍ତରାଖଣ୍ଡରେ ନନ୍ଦାଷ୍ଟମୀ ପର୍ବ ସମୟରେ ଏହି ଫୁଲକୁ ତୋଳା ଯାଇଥାଏ। ଏହି ଫୁଲ ସୂର୍ଯ୍ୟାସ୍ତ ପରେ ଫୁଟିଥାଏ। ବ୍ରହ୍ମ କମଳକୁ ହିମାଚଳରେ ଦୁଧାଫୁଲ, କାଶ୍ମୀରରେ ଗଲଗଲ ଓ ଉତ୍ତର ପଶ୍ଚିମ ଭାରତରେ ବରଗନଡ଼ଟୋଗେସ ନାମରେ ଜଣାଯାଏ।

ବ୍ରହ୍ମ କମଳକୁ କେତେକ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ:-

ବ୍ରହ୍ମ କମଳ ଫୁଲରେ କେତେକ ଔଷଧୀୟ ଗୁଣ ମହଜୁଦ ରହିଛି। ଏହି ଫୁଲର ବ୍ୟବହାର ଜଡ଼ିବୁଟି ରୂପରେ କରାଯାଇଥାଏ। ବ୍ରହ୍ମ କମଳ କେତେକ ରୋଗର ଚିକିତ୍ସାରେ ବ୍ୟବହୃତ ହୋଇଥାଏ। ଯଦି ଆମେ ଦେଖିବା ପୁରୁଣା କାଶ ଲାଗି ରହିଥିଲେ ବ୍ରହ୍ମ କମଳ ରାମବାଣ ସାବ୍ୟସ୍ତ ହୋଇଥାଏ। ବନସ୍ପତି ବିଜ୍ଞାନରେ ବ୍ରହ୍ମ କମଳକୁ ଏପିଥାଇଲମ ଅକ୍ସିପେଟାଲମ ନାମରେ ଜଣାଯାଇଥାଏ।

ଲୋକଙ୍କର ମାନିବା ହେଉଛି, ବ୍ରହ୍ମ କମଳ ପାଖୁଡ଼ାରୁ ଅମୃତ ଝରିଥାଏ। ଯାହାକୁ ଜମାକରି ସେବନ କରିବାଦ୍ୱାରା ଥକାପଣ ଦୂର ହୋଇଥାଏ। ଏତିକି ନୁହେଁ ବ୍ରହ୍ମ କମଳ ଜରିଆରେ କେତେକ ଖତରନାକ ରୋଗ ଯଥା କ୍ୟାନ୍ସର ମଧ୍ୟ ଚିକିତ୍ସା ହୋଇଥାଏ। ଲିଭର ସଂକ୍ରମଣ ଓ ଯୌନ ରୋଗ ଚିକିତ୍ସାରେ ବ୍ରହ୍ମ କମଳ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ବାସ୍ତୁ ଦୋଷ ଓ ଖରାପ ନଜରରୁ ମଧ୍ୟ ଏହା ଆମକୁ ବଞ୍ଚାଇଥାଏ:-

ଏମିତି ମାନାଯାଏ ଘରେ ବ୍ରହ୍ମ କମଳ ଲଗାଇବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ। ମାନାଯାଏ କି, ବ୍ରହ୍ମ କମଳ ଖରାପ ନଜରରୁ ମଧ୍ୟ ବଞ୍ଚାଇଥାଏ। ଉତ୍ତରାଖଣ୍ଡରେ ଭୋଟିଆ ଜାତିର ଲୋକେ ଓ ଉଚତମ ଅଞ୍ଚଳର ଲୋକେ ଏହି ସ୍ଥାନରେ ରୁହନ୍ତି।

Leave A Reply

Your email address will not be published.