ବୟଫ୍ରେଣ୍ଡକୁ ଫସାଇବା ପାଇଁ ଯୁବତୀ ଜଣକ ନିଜକୁ ପିଟିଲେ ଓ ନିଜ କପଡ଼ା ଫାଡ଼ିଲେ

0

Get real time updates directly on you device, subscribe now.

ଜଣେ ମଡେଲ ନିଜ ଏକ୍ସ ବୟଫ୍ରେଣ୍ଡଙ୍କ ଉପରେ ମାମଲା ଦର୍ଜ କରିସାରିଛନ୍ତି। ଯାହାଦ୍ୱାରା ପୋଲିସ ତାଙ୍କୁ ଗିରଫ କରିଛି। ମାମଲା କୋର୍ଟରେ ପହଞ୍ଚିବା ପରେ ଯୁବକଙ୍କ ବୟଫ୍ରେଣ୍ଡଙ୍କୁ ନିର୍ଦୋଷ ଘୋଷିତ କରି ଦିଆଯାଇଥିଲା। କୋର୍ଟ କହିଥିଲା କି, ମଡେଲ ଜଣକ ତାଙ୍କ ଏକ୍ସଙ୍କ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି।

25 ବର୍ଷୀୟ ଦିଲାରା କୁରସୁନ ପୋଲିସକୁ କହିଥିଲା କି, ବ୍ରେକଅପ ପରେ 28 ବର୍ଷୀୟ ତାଇକୁନ କିଲିକ ତାଙ୍କୁ ଏକ ଜଙ୍ଗଲ ଅଞ୍ଚଳକୁ ନେଇଗଲେ। ଏଠାରେ କିଲିକ ତାଙ୍କ ସହିତ ମାରପିଟ କଲେ, ତାଙ୍କ ଉପରେ ଯୌନ ଆକ୍ରମଣ କରିବାପରେ ତାଙ୍କର କପଡ଼ା ଫାଡ଼ି ଦେଇଥିଲେ।

ଯଦି ଏହି ମାମଲାରେ କିଲିକଙ୍କ ଦୋଷ ସାବ୍ୟସ୍ତ ହୋଇଯାଇଥାନ୍ତା ତାହେଲେ ତାଙ୍କୁ 20 ବର୍ଷର ଜେଲ ଦାଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଥାନ୍ତା। ବର୍ତ୍ତମାନ କୋର୍ଟରେ ମାମଲାର ଶୁଣାଣି ପରେ କୋର୍ଟ ତାଙ୍କୁ ନିର୍ଦୋଷ ସାବ୍ୟସ୍ତ କରିଥିଲେ। କୋର୍ଟ କହିଥିଲା, ଦିଲାରା ନିଜ କପଡ଼ା ନିଜେ ହିଁ ଫାଡ଼ିଥିଲେ ଓ ନିଜକୁ ଆଘାତ ପହଞ୍ଚାଇ କିଲିକଙ୍କ ଉପରେ ଏହି ଦୋଷ ଲଦିଥିଲେ।

କୋର୍ଟ ର ମାମଲା ସମୟରେ କିଲିକ କହିଥିଲେ କି, ସେ ଦିଲାରାଙ୍କ ଗୋଟିଏ ବି ମୁଣ୍ଡ ବାଳକୁ କ୍ଷତି ପହଞ୍ଚାଇ ନାହାଁନ୍ତି। ରିପୋର୍ଟ ଅନୁସାରେ, ମେ 2021 ରେ କିଲିକ ଓ ଦିଲାରାଙ୍କ ବ୍ରେକଅପ ହୋଇଯାଇଥିଲା। ଏହାପରେ କିଲିକ ରିଲେସନସିପ ପାଇଁ ଆଉଥରେ ଟ୍ରାୟ କରିଥିଲେ।

ଦିଲାରା ଦାବି କରି କହିଥିଲେ, ଯେତେବେଳେ ରିଲେସନସିପ ଆନିଭର୍ସାରିରେ କିଲିକ ତାଙ୍କୁ ଭେଟ ହେବାପାଇଁ ଡ଼କାଇ ଥିଲେ କିନ୍ତୁ ଦିଲାରା ମନା କରିଦେଇଥିଲେ। ଏଥିରେ କିଲିକ କ୍ରୋଧିତ ହୋଇ ହିଂସ୍ର ପାଲଟି ଯାଇଥିଲେ।

ଜଣାଇଦେଉଛୁ କି, ଦିଲାରା 2016 ମସିହାରେ ମିସ ତୁର୍କୀ ପିଜେଣ୍ଟର କଣ୍ଟେଷ୍ଟାଣ୍ଟ ରହିସାରିଛନ୍ତି। ସେତେବେଳେ ସେ ନିଜ ନାମରେ Turkey beauty queen ର ଟାଇଟଲ ନିଜ ନାମରେ କରିଥିଲେ। ସେ ପୋଲିସକୁ କହିଥିଲେ କି, କିଲିକ ତାଙ୍କୁ ଜବରଦସ୍ତ କାରରେ ବସାଇଥିଲେ ଓ ଜଙ୍ଗଲକୁ ନେଇଯାଇ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିଲେ।

ଯେତେବେଳେ ରିପୋର୍ଟରେ ଏହି ମାମଲା ପହଞ୍ଚିଥିଲା ସେତେବେଳେ ପ୍ରମାଣ ଅଭାବରେ କିଲିକଙ୍କୁ ଛାଡ଼ି ଦିଆଗଲା। କିଲିକ ଶୁଣାଣି ସମୟରେ କହିଥିଲେ କି, ଆମେ ଆନିଭର୍ସାରିରେ ଭେଟ ହୋଇଥିଲୁ କିନ୍ତୁ ମୁଁ ତାଙ୍କ ସହିତ କୌଣସି ସେକ୍ସୁଆଲ ଆକ୍ଟ କରିବାକୁ ଚେଷ୍ଟା କରିନଥିଲି। ସେ ନିଜେ ନିଜକୁ ଆଘାତ କରିଛନ୍ତି।

Leave A Reply

Your email address will not be published.