ମୋଦି ସରକାର କଲେ ଏକ ବଡ଼ ଘୋଷଣା । ସରକାରୀ ଚାକିରୀ ଆଶାୟୀ ମାନଙ୍କ ପାଇଁ ଖୁସି ଖବର

0

Get real time updates directly on you device, subscribe now.

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଅତ୍ୟନ୍ତ ଏକ ଖୁସି ଖବର । ଆସନ୍ତା ଦେଢ଼ ବର୍ଷରେ କେନ୍ଦ୍ର ସରକାର ୧୦ ଲକ୍ଷ ନୂଆ ଚାକିରି ସୃଷ୍ଟି କରିବେ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦଗୁଡ଼ିକୁ ମିସନ୍ ମୋଡ୍‌ରେ ପୂରଣ କରାଯିବ । ଖାଲି ପଦ ପୂରଣ କରିବାକୁ ସବୁ ବିଭାଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଚାକିରି ପାଇବାକୁ ଚାହି ରହିଥିବା ଆଶାୟୀ ମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ମନ୍ତ୍ରାଳୟର ମାନବ ସମ୍ବଳ ସ୍ଥିତିକୁ ସମୀକ୍ଷା କରିବା ପରେ ୧୦ ଲକ୍ଷ ପଦ ଶୀଘ୍ର ପୂରଣ କରିବାକୁ ନିର୍ଦେଶ ଜାରି କରିଛନ୍ତି । ଏବିଷୟରେ ସେ ଟୁଇଟ୍ କରି ଜଣାଇଛନ୍ତି । କେଉଁ ବିଭାଗରେ କେତେ ପଦ ଫାଙ୍କା ରହିଛି ଓ କେଉଁ ସ୍ତରର ଖାଲି ପଦ ପୂରଣ ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ରେଳବାଇ, ଡାକ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ବିଭିନ୍ନ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ପଦଗୁଡ଼ିକ ପୂରଣ କରାଯାଇ ପାରେ ବୋଲି ଆଶା କରାଯାଉଛି ।

କରୋନା ମହାମାରୀ ବ୍ୟାପିବା ପରେ ଅନେକ ଲୋକ ରୋଜଗାର ‌ହରାଇ ବେକାର ହୋଇପଡ଼ିଛନ୍ତି । କେନ୍ଦ୍ର ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିବା ‌ଅନେକ ସମୟରେ ଅଭିଯୋଗ ହେଉଛି । ସେହି ଛବିକୁ ବଦଳାଇବାରେ ୧୦ ଲକ୍ଷ ନୂତନ ନିଯୁକ୍ତି ଘୋଷଣା ନିଶ୍ଚିତ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ, ନ୍ୟାସନାଲ ହେରାଲ୍‌ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ଜେରାରୁ ମିଳିଥିବା ବିରତି ସମୟରେ ସେ ସରକାରଙ୍କ ୧୦ ଲକ୍ଷ ନିଯୁକ୍ତି ଘୋଷଣାକୁ ତାଚ୍ଛଲ୍ୟ କରିଛନ୍ତି । ରା‌ହୁଲ କହିଛନ୍ତି ଯେ ୮ ବର୍ଷ ପୂର୍ବେ ଯୁବପିଢ଼ିଙ୍କୁ ପ୍ରତି ବର୍ଷ ୨ କୋଟି ନିଯୁକ୍ତି ମିଳିବ ବୋଲି ଘୋଷଣା କରାଯାଇଥିଲା । ଏବେ ତାହା ୧୦ ଲକ୍ଷ ସରକାରୀ ଚାକିରି ହୋଇଯାଇଛି । ଏହା ଜୁମ୍‌ଲାର ସରକାର ନୁହେଁ, ମହା ଜୁମ୍‌ଲାର ସରକାର । ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟିର ନୁହେଁ ନିଯୁକ୍ତି ଉପରେ ଖବର ପ୍ରସ୍ତୁତ କରିବାର ବିଶେଷଜ୍ଞ ବୋଲି ରାହୁଲ୍ ଟୁଇଟ୍‌ କରିଛନ୍ତି ।

Leave A Reply

Your email address will not be published.