ନଦୀକୁ ଡେଇଁ ମରିବାରେ ମଧ୍ୟ ଧୋକା! ଏକାସହିତ ନଦୀକୁ ନଡେଇଁବାରୁ ପ୍ରେମିକା ଦର୍ଜ କଲେ ଏଫଆଇଆର

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ପ୍ରେମ କାହାଣୀର ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ପ୍ରେମୀ ଯୋଡ଼ା ଏକାସହିତ ମରିବାର ରାଣ ଖାଇ ପ୍ରୟାଗରାଜର ନୈନି ବ୍ରିଜ ପାଖରେ ପହଞ୍ଚିଲେ। ନଦୀର ପୋଲ ଉପରେ ପହଞ୍ଚି ପ୍ରେମିକା ଡେଇଁ ପଡ଼ିଥିଲେ କିନ୍ତୁ ପ୍ରେମିକ ଡେଇଁନଥିଲେ। ଏହାଦେଖି ପ୍ରେମିକା ପହଁରି ପହଁରି ନଦୀରୁ ବାହାରକୁ ଆସିଥିଲେ ଓ ତାଙ୍କ ପ୍ରେମିକଙ୍କ ନାମରେ ଏଫଆଇଆର ଦର୍ଜ କରିଥିଲେ।

ପ୍ରେମିକା ପହଁରିବା ଜାଣିଥିଲା ଓ ସେ ପହଁରି ପହଁରି କୂଳକୁ ଆସିଥିଲେ। ସେବେ ପର୍ଯ୍ୟନ୍ତ ଘଟଣାସ୍ଥଳରି ପ୍ରେମୀ ଛୁ ମାରିଥିଲା। ଏଥିରେ ପ୍ରେମିକା ନାରାଜ ହୋଇଯାଇ ପ୍ରେମିକ ବିରୁଦ୍ଧରେ ଏଫଆଇଆର ରୁଜୁ କରିଥିଲା।

ପ୍ରେମୀର ବିବାହରେ ନାରାଜ ଥିଲେ ବିବାହିତା ପ୍ରେମିକା:-

ଜଣେ 32 ବର୍ଷୀୟ ବିବାହିତା ମହିଳାଙ୍କୁ ଜଣେ 30 ବର୍ଷୀୟ ବ୍ୟକ୍ତି ସହିତ ପ୍ରେମ ହୋଇଯାଇଥିଲା। ଉଭୟଙ୍କୁ ପ୍ରେମ ଏତେ ମାତ୍ରାରେ ହୋଇଥିଲା କି, ସେମାନେ ଜଣେ ଆଉଜଣଙ୍କ ସହିତ ମରିବାକୁ ରାଣ ଖାଇଥିଲେ। ଏହି ପ୍ରେମରେ ମୋଡ଼ ସେତେବେଳେ ଆସିଲା ଯେତେବେଳେ ମହିଳା ନିଜ ପିଲାଙ୍କ ସହିତ ବୁଲିବାକୁ ପୁନେ ଚାଲିଯାଇଥିଲେ ଓ ଏହାମଧ୍ୟରେ ପ୍ରେମୀ ବିବାହ କରିନେଇଥିଲେ। ଯେତେବେଳେ ପ୍ରେମିକା ପୁନେରୁ ଫେରିଥିଲେ ସେତେବେଳେ ବିବାହ ଖବର ଶୁଣି ସେ ନାରାଜ ହୋଇଗଲେ। ଏହାପରେ ମହିଳା ଜଣକ ପ୍ରେମିକକୁ କହିଥିଲା କି, ପତ୍ନୀଙ୍କୁ ଛାଡ଼ପତ୍ର ଦେଉ ଯାହାପାଇଁ ସେ ସର୍ବଦା ଲଢ଼ିବାକୁ ଲାଗିଲା।

ପ୍ରେମିକା କହିଥିଲା, ଛାଡ଼ପତ୍ର ଦେଇ ମୋତେ ବିବାହ କର। କିନ୍ତୁ ପ୍ରେମିକ ଏଥିରେ ଆଗ୍ରହ ଦେଖାଇନଥିଲା ଓ ଯାହାଦ୍ୱାରା ଲଢେ଼ଇ ଝଗଡ଼ା ଚାଲିଥିଲା ଓ ପରେ ଉଭୟ ମରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟ ପ୍ରୟାଗରାଜର ନୂଆ ବ୍ରିଜ ଉପରୁ ଡେଇଁ ମରିବାକୁ ନିର୍ଣ୍ଣୟ କରିଥିଲେ। ନଦୀକୁ ପ୍ରେମିକା ତ ଡେଇଁ ପଡ଼ିଲେ କିନ୍ତୁ ପ୍ରେମିକ ଡେଇଁଲେ ନାହିଁ। ପ୍ରେମିକା ଡେଇଁବା ପରେ ସେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।

ପ୍ରେମିକା ନିଜ ପ୍ରେମୀ ବିରୁଦ୍ଧରେ ରୁଜୁ କଲେ ଏଫଆଇଆର:-

ପ୍ରୟାଗରାଜର ଏହି ଅଜବ ଗଜବ ମାମଲା ଉପରେ ପ୍ରଥମଥର ଏଭଳି ମାମଲା ସାମ୍ନାକୁ ଆସିଛି। ବିବାହିତା ମହିଳା ନିଜର ବିବାହିତ ପ୍ରେମିକ ଉପରେ ବହୁତ ପ୍ରକାରର ଆରୋପ ଲଗାଇ କିଡଗଞ୍ଜ ଥାନାରେ ଏଫଆଇଆର ରୁଜୁ କରିଥିଲେ। ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ହତ୍ୟାର ପ୍ରୟାସ, ମୋବାଇଲ ଫୋନକୁ କ୍ଷତି ପହଞ୍ଚାଇବାର ମାମଲା ଦର୍ଜ କରିଥିଲେ।

Leave A Reply

Your email address will not be published.