ଯୁବତୀ ଏକୁଟିଆ ହିଁ 6ଜଣ ଯୁବକଙ୍କୁ ପିଟି ପିଟି ଘଉଡାଇ ଦେଲେ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଭିଡିଓ

0

Get real time updates directly on you device, subscribe now.

Girl Fighting Video: ଏହା ଅତି ଦୁଃଖଦ କଥା ଯେ ସାରା ଦୁନିଆରେ ପ୍ରତିଦିନ ଲକ୍ଷ ଲକ୍ଷ ମହିଳା ଯୌନ ଉତ୍ପୀଡନର ଶିକାର ହେଉଛନ୍ତି । ଅପରାଧୀମାନଙ୍କ ଠାରୁ ନିଜକୁ ବଞ୍ଚାଇବା ପାଇଁ ମହିଳାଙ୍କୁ ପ୍ରାୟତଃ ଅଭ୍ୟାସ କରିବା ଏବଂ ସେଲ୍ପ ଡିଫେନ୍ସ କ୍ଲାସ୍ ନେବାକୁ କୁହାଯାଇଥାଏ । ତେବେ ଆଜିକାଲିର ଝିଅମାନେ ବହୁତ୍ ହୁସିଆରି ହୋଇଗଲେଣି ଏବଂ ନିଜ ଷ୍ଟାଇଲରେ ସମସ୍ୟାରୁ ବାହାରିବା ଜାଣିଛନ୍ତି । ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡ଼ିଓ ଭାଇରାଲ୍ ହେଉଛି, ଯେଉଁଥିରେ କିଛି ଯୁବକ ଜଣେ ଯୁବତୀଙ୍କୁ ଚାରିପଟୁ ଘେରି ଦିଅନ୍ତି ଏବଂ ହଇରାଣ କରିବାକୁ ଲାଗନ୍ତି, କିନ୍ତୁ ଯୁବତୀ ଏହି ସମୟରେ ସମସ୍ତଙ୍କୁ କଡ଼ା ଜବାବ ଦେଇଛନ୍ତି ।

ଶୂନଶାନ ରାସ୍ତାରେ ଯୁବକମାନେ ଯୁବତୀଙ୍କୁ ଘେରି ପକାଇଲେ :-

ଇଣ୍ଟରନେଟରେ ଗୋଟିଏ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟିଏ ସାହସୀ ଝିଅକୁ ହଇରାଣ କରୁଥିବା ଏବଂ ଧମକାଉ ଥିବା 6 ଜଣ ଯୁବକଙ୍କୁ ମାଡ ଖାଉଥିବାର ଦେଖାଯାଇଛି । ଭିଡ଼ିଓରେ ଦେଖାଯାଏ ଯେ ଶୂନଶାନ ରାସ୍ତାରେ 6ଜଣ ଲୋକ ଗୋଟିଏ ଝିଅକୁ ଘେରିବା ଏବଂ ହଇରାଣ କରୁଥିବାର ଦେଖାଯାଉଛି । ଭିଡ଼ିଓଟି କେଉଁ ସ୍ଥାନର ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।

ଯୁବତୀ ତାପରେ ସେହି ଯୁବକଙ୍କ ସହିତ ଲଢ଼ିବା ଆରମ୍ଭ କରନ୍ତି ଏବଂ ଫ୍ଲାଇଙ୍ଗ କିକ ସହିତ କିଛି ମାର୍ଶାଲ ଆର୍ଟ ମୁଭ ଦ୍ଵାରା ସେମାନଙ୍କୁ ତଳେ ପକାଇ ଦିଅନ୍ତି । ସେ ସବୁ 6ଜଣ ଯୁବକଙ୍କୁ ଜଣ ଜଣ କରି ନିଜ ଗୋଡ଼ରେ ଗୋଇଠା ମାରନ୍ତି ଏବଂ ତଳେ ପକାଇ ଦିଅନ୍ତି । 25 ସେକେଣ୍ଡର ଏହି ଭିଡ଼ିଓକୁ ଟୁଇଟରରେ ‘ ଦ ଫିଗେନ’ ନାମକ ଆକାଉଣ୍ଟ୍ ପୋଷ୍ଟ କରିଛି ।

ଦେଖନ୍ତୁ ଭିଡିଓ :-

ଭିଡିଓ ଦେଖି ଲୋକମାନେ ଦେଲେ ଏହିପରି ରିଆକ୍ସନ :-

ସେ ନିଜର ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ ଝିଅମାନଙ୍କ ସହିତ ଖେଳ ନାହିଁ !’ ଏହି ଭାଇରାଲ୍ ଭିଡିଓକୁ ବର୍ତ୍ତମାନ ସୁଦ୍ଧା 35 ଲକ୍ଷ ଭ୍ୟୂ ଏବଂ 9000 ରୁ ଅଧିକ ଥର ସେୟାର କରାଯାଇଛି । ଭିଡ଼ିଓ ଦେଖି ଅନୁମାନ କରାଯାଇପାରେ ଯେ ଏହା ଗୋଟିଏ ସିସିଟିଭି ଫୁଟେଜ ଅଟେ । ଏହି ଭିଡିଓ ଦେଖି କିଛି ଲୋକ ଯୁବତୀଙ୍କ ସାହାସକୁ ପ୍ରଶଂସା କରିଥିବା ବେଳେ ଅନ୍ୟ କିଛି ଲୋକ ମହିଳାଙ୍କ ପ୍ରତି ସବୁଦିନ ଏ ସମସ୍ୟା ଦେଇ ଗତି କରୁଥିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.