ନୂଆ ଜୀବନ ପାଇଲା ସାହସୀ ପୁଅ ରାହୁଲ । ୧୦୪ ଘଣ୍ଟାର ଅକ୍ଲାନ୍ତ ଚେଷ୍ଟା ପରେ ବୋର୍‌ୱେଲ୍‌ ଭିତରୁ ହେଲା ଉଦ୍ଧାର । ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଜ୍ଵର ହୋଇଥିବା ନେଇ ସୂଚନା

0

Get real time updates directly on you device, subscribe now.

୧୦୪ ଘଣ୍ଟାର ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ସଫଳ ହେଲା ଅପରେସନ୍ ‘ଜିନ୍ଦେଗୀ’ । ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ୧୦୪ ଘଣ୍ଟା ପରେ ୮୦ ଫୁଟ୍ ଗଭୀର ବୋରୱେଲ୍‌ ଗର୍ତ୍ତ ଭିତରୁ ସୁରକ୍ଷିତ ଭାବେ ୧୦ ବର୍ଷର ବାଳକ ରାହୁଲକୁ ଉଦ୍ଧାର କରାଯାଇଛି । ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରୱେଲ୍‌ ଗର୍ତ୍ତ ଭିତରୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ରାହୁଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡର ଭିତରେ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱତନ୍ତ୍ର ମେଡିକାଲ ଟିମ୍ ରାହୁଲର ଚିକିତ୍ସା କରୁଛନ୍ତି ।

ପ୍ରାଥମିକ ଚିକିତ୍ସା ପରେ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି । ରାହୁଲର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ଆଇସିୟୁରେ ଭର୍ତ୍ତି ହୋଇଥିବା ରାହୁଲ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ତେବେ ୧୦ ବର୍ଷର ବାଳକ ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ରାହୁଲଙ୍କ ଚିକିତ୍ସାରେ ନିୟୋଜିତ ଥିବା ଆପୋଲୋ ହସ୍ପିଟାଲ ଡାକ୍ତର ସୁଶୀଲ କୁମାର କହିଛନ୍ତି, ଅନେକ ସମୟ ଧରି ପାଣିରେ ରହିବାରୁ ରାହୁଲର ଚର୍ମ ସଂକ୍ରମିତ ହୋଇଛି । ଶରୀରର ଅନେକ ସ୍ଥାନରେ ଖଣ୍ଡିଆ ଖାବରା ହୋଇ ପାଣି ଭିତରେ ରହିଥିବାରୁ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି ।

ଏହି କାରଣରୁ ରାହୁଲର ଶରୀରରେ ଜ୍ୱର ରହିଛି । ଆଗକୁ ସମସ୍ତ ପରୀକ୍ଷା ନିରୀକ୍ଷା ଜାରି ରହିଛି । ପରୀକ୍ଷା ନିରୀକ୍ଷା ସରିବା ପରେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୁହାଯିବ ବୋଲି ଡାକ୍ତର ସୁଶୀଲ କୁମାର କହିଛନ୍ତି । ତେବେ ନିମୋନିଆ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି । ରାହୁଲ ସୁସ୍ଥ ହେବା ଲାଗି ୭ ଦିନ ସମୟ ଲାଗିପାରେ ବୋଲି ସେ କହିଛନ୍ତି । ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି ବୋଲି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ମହାଜନ କହିଛନ୍ତି ।

ଏବେ ଡ୍ରିପ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ତାହା ନର୍ମାଲ କଣ୍ଡିସନକୁ ଆସି ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ତେବେ ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି । ସେ ଆଜି ସକାଳୁ ନିତିଦିନ ପରି ଉଠି ଜଳଖିଆ ମଧ୍ୟ କରିଥିବାର ସୁଚନା ରହିଛି । ତେବେ ରାହୁଲଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ବିଷୟରେ ପୂରା ଛତିଶଗଡ ଏବେ ଉତ୍ସବ ପାଳନ କରୁଛି, ନେତା ଠୁ ସାଧାରଣ ଜନତା ସମସ୍ତେ ଏହି ଅପେରସନକୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.