PM Kisan: ଆପଣଙ୍କର କେବଳ ଗୋଟିଏ ଭୁଲ ହିଁ ଆପଣଙ୍କ ଉପରେ ପଡିପାରେ ଭାରି, ଖାତାକୁ ଆସିବନାହିଁ 12 ତମ କିସ୍ତିର 2000 ଟଙ୍କା

0

Get real time updates directly on you device, subscribe now.

PM Kisan Nidhi 12th Instalment: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର 11 ତମ କିସ୍ତିର ପଇସା କୃଷକଙ୍କ ଖାତାକୁ ମେ 31 ତାରିଖରେ ଆସି ସାରିଛି । ଏଥର ସରକାରଙ୍କ ତରଫରୁ 10.63 କୋଟି କୃଷକଙ୍କ ଖାତାକୁ ପଇସା ଟ୍ରାନ୍ସଫର କରାଯାଇଛି । ପିଏମ କିସାନ ସମ୍ମାନ ନିଧି ଯୋଜନାର 12 ତମ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ କୃଷକଙ୍କ ଖାତାକୁ ଆସିବ । କିନ୍ତୁ ଏହି କିସ୍ତି ଆସିବା ପୁର୍ବରୁ ଆପଣଙ୍କର ଇ-କେୱାଇସି କରିବା ଜରୁରୀ ଅଟେ ।

ସମସ୍ତଙ୍କର ଇ-କେୱାଇସି ପୁରା ହେବା ଜରୁରୀ :-

ଆପଣଙ୍କୁ କହିରଖୁଛି ଯେ ସରକାରଙ୍କ ତରଫରୁ ପୂର୍ବରୁ ଇ-କେୱାଇସି(e-kyc) କରାଇବାର ଶେଷ ତାରିଖ ମାର୍ଚ୍ଚ 31 ସ୍ଥିର କରାଯାଇଥିଲା । ବାସ୍ତବରେ ଏହି ତାରିଖ ସ୍ଥିର କରିବା ପଛରେ ସରକାରଙ୍କ ଏହା ପ୍ଲାନ୍ ଥିଲା ଯେ 11ତମ କିସ୍ତି ଖାତାକୁ ଆସିବା ପୂର୍ବରୁ ସମସ୍ତଙ୍କର ଇ-କେୱାଇସି ପୁରା ହୋଇଯାଉ । କିନ୍ତୁ ସ୍ଥିର ତାରିଖ ସୁଦ୍ଧା ଇ-କେୱାଇସି ପୁରା ନ ହେବାରୁ ସରକାର ଏଥିପାଇଁ ଶେଷ ତାରିଖ ମେ 31 ସ୍ଥିର କରିଦେଲେ ।

80 ପ୍ରତିଶତ କୃଷକ କରାଇଲେ ଇ-କେୱାଇସି :-

ଗୋଟିଏ ରିପୋର୍ଟ ଅନୁଯାୟୀ, ମେ 31 ତାରିଖ ସୁଦ୍ଧା ପ୍ରାୟ 80 ପ୍ରତିଶତ କୃଷକ ଇ-କେୱାଇସି କରାଇଛନ୍ତି । ବର୍ତ୍ତମାନ ସରକାର ଏହାକୁ ପୁରା କରାଇବାର ଶେଷ ତାରିଖକୁ ବଢାଇ ଜୁଲାଇ 31 ତାରିଖ କରି ଦେଇଛନ୍ତି । ବର୍ତ୍ତମାନ ମଧ୍ୟ ଯଦି କୃଷକଙ୍କ ଇ-କେୱାଇସି ପୁରା ହୁଏନାହିଁ, ତେବେ 2000 ଟଙ୍କାର 12ତମ କିସ୍ତି ଅଟକି ଯାଇପାରେ । 12 ତମ କିସ୍ତି କେବଳ ଇ-କେୱାଇସି କରିଥିବା ଲୋକଙ୍କ ଆକାଉଣ୍ଟକୁ ଆସିବ ।

ଇ-କେୱାଇସି କରାଇବାର ପଦ୍ଧତି :-

ଇ-କେୱାଇସି ଆପଣ କମନ ସର୍ଭିସ ସେଣ୍ଟରକୁ ଯାଇ କିମ୍ବା ଘରେ ବସି ନିଜ ସ୍ମାର୍ଟଫୋନ୍ ଦ୍ଵାରା ମଧ୍ୟ କରିପାରିବେ । ଆପଣଙ୍କୁ କହିରଖୁଛୁ ଯେ ପିଏମ କିସାନ ଯୋଜନା ଅଧୀନରେ ବର୍ଷକୁ 6 ହଜାର ଟଙ୍କା ଗୋଟିଏ କୃଷକ ପରିବାରକୁ ଦିଆଯାଇଥାଏ । ଏହି ପଇସାକୁ ଦୁଇ ଦୁଇ ହଜାର ହିସାବରେ ତିନୋଟି କିସ୍ତିରେ ଦିଆଯାଏ । ଆର୍ଥିକ ବର୍ଷ 2022-2023 ର ଦ୍ୱିତୀୟ ଏବଂ 12 ତମ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଖାତାକୁ ପଠାଯିବ ।

କିପରି କରିବେ ଅନଲାଇନ୍ e-KYC :-

– ସର୍ବପ୍ରଥମେ ନିଜ ଲାପଟପ/ ମୋବାଇଲରେ ପିଏମ କିସାନ ୱେବସାଇଟ https://pmkisan.gov.in/ କୁ ଯାଇ ଲଗଇନ କରନ୍ତୁ ।

– ସେକେଣ୍ଡ ହାଫ୍ ରେ ଦିଆଯାଇଥିବା ‘ ଫାର୍ମର୍ସ କର୍ଣର’ ରେ e-KYC ଉପରେ କ୍ଲିକ୍ କରନ୍ତୁ ।

– ବର୍ତ୍ତମାନ ଖୋଲିଥିବା ୱେବ୍ ପେଜରେ ଆଧାର ନମ୍ୱର୍ ଲେଖି ସର୍ଚ୍ଚ ଟ୍ୟାବ ଉପରେ କ୍ଲିକ୍ କରନ୍ତୁ ।

– ଏହାପରେ ଆପଣଙ୍କ ମୋବାଇଲ କୁ ଓଟିପି ଆସିବ, ଏହାକୁ ଲେଖନ୍ତୁ ।

– ଓଟିପୀ ଦେବାପରେ ଏହାକୁ ସବମିଟ କରିଦିଅନ୍ତୁ ।

Leave A Reply

Your email address will not be published.