ଭାରତର ଏହି ଗାଆଁରେ ପଶିବା ମାତ୍ରେ ହାତରେ ନେବାକୁ ପଡେ ଜୋତା-ଚପଲ, ଗରମରେ ଖାଲି ପାଦରେ ବୁଲନ୍ତି

0

Get real time updates directly on you device, subscribe now.

ଭାରତୀୟ ସଂସ୍କୃତିରେ ଅନେକ ଜିନିଷ ଅଛି ଯାହାର ପାଳନ ଲୋକ ଆଜି ମଧ୍ୟ କରନ୍ତି। ଯେମିତି ଜୋତା ଚପଲକୁ ଘରେ ପିନ୍ଧିବା ଉଚିତ ନୁହେଁ। ଯାହାଫଳରେ ଅପରିଷ୍କାର ଆସେ, କିନ୍ତୁ ଏହା ସହିତ ମାଆ ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି ଓ ଘରେ ଶାନ୍ତି ରୁହେ ନାହିଁ। ସେହିପରି ମନ୍ଦିର ପରି ଧାର୍ମିକ ସ୍ଥଳରେ ଜୋତା ଚପଲକୁ ପିନ୍ଧିବାରେ ବାରଣ କରାଯାଏ।

ଏହି ଗାଆଁରେ ଲାଗିଛି ଜୋତା ଚପଲ ଉପରେ ଲାଗିଛି ବ୍ୟାନ:-

ଯେତେବେଳେ ଆମେ ଘରୁ ବାହାରକୁ ଯାଏ ସେତେବେଳେ ଚପଲ ନିଶ୍ଚିତ ପିନ୍ଧୁ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଗାଆଁ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଲୋକ ଘର ବାହାରେ ମଧ୍ୟ ଚପଲ ପିନ୍ଧନ୍ତି ନାହିଁ। ଗାଆଁରେ ପ୍ରବେଶ କରିବା ମାତ୍ରେ ସେମାନେ ଜୋତା ହାତରେ ଧରିନିଅନ୍ତି। ଯଦି କେହି ଏହି ନିୟମର ଉଲଂଘନ କରେ ତେବେ ତାକୁ ଦଣ୍ଡ ମଧ୍ୟ ଦିଆଯାଏ। ଏଠାକାର ଏମିତି କଣ କାରଣ ଅଛି ଯାହାଫଳରେ ଜୋତା ବା ଚପଲରେ ବୁଲିବା ସମ୍ପୂର୍ଣ ମନା? ଚାଲନ୍ତୁ ଜାଣିବା ଏହି ବିଷୟରେ।

ଆମେ ତାମିଲନାଡୁର ଅଣ୍ଡମାନ କଥା କହୁଛୁ। ଏହା ଗାଆଁଠାରୁ ପାଖାପାଖି ୪୫୦ କିଲୋମିଟର ଦୂର ଅଟେ। ଏହି ଗାଆଁରେ ପାଖାପାଖି ୧୩୦ ଜଣ ପରିବାର ରୁହନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୃଷକ ଅଟନ୍ତି ଓ ଚାଷ କରନ୍ତି ଓ ନିଜର ପେଟ ପୂଜା କରନ୍ତି। ଗାଆଁରେ ପ୍ରବେଶ କରିବା ମାତ୍ରେ ଏକ ବଡ ଗଛ ଅଛି। ଗାଆଁ ଲୋକ ଏହାର ପୂଜା ମଧ୍ୟ କରନ୍ତି। ଏହି ଗାଆଁରେ ପ୍ରବେଶ କରିବା ମାତ୍ରେ ଜୋତା ବା ଚପଲ ବାହାର କରିବାକୁ ପଡେ।

ଏହି କାରଣରୁ ଗରମରେ ମଧ୍ୟ ଖାଲି ପାଦରେ ଚାଲନ୍ତି ଗାଆଁ ଲୋକ:-

ଗାଆଁରେ ଜୋତା ବା ଚପଲ ବାହାର କରିବା ପଛରେ ଏକ ଧାର୍ମିକ କାରଣ ଅଛି। ଗ୍ରାମୀଣଙ୍କ କହିବା ଅନୁସାରେ ତାଙ୍କର ଏହି ଗାଆଁ ଏକ ମନ୍ଦିର ଅଟେ। ଏଥିରେ ଭଗବାନ ବାସ କରନ୍ତି। ଯଦି କେହି ଗାଆଁରେ ଜୋତା ବା ଚପଲ ପିନ୍ଧି ବୁଲିବ ତା ଉପରେ ଭଗବାନ ରାଗିଯିବେ। ତାଙ୍କୁ ଦଣ୍ଡ ସ୍ୱରୂପ ଜୋର ଜ୍ୱର ଧରିବ। ତାଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗିଡିବ। କିମ୍ବା ତାଙ୍କୁ କୌଣସି ବଡ ଦଣ୍ଡ ଭୋଗିବାକୁ ପଡ଼ିବ।

ଏହି ମାନ୍ୟତା ପାଇଁ ଲୋକ ଗରମରେ ମଧ୍ୟ ବିନା ଜୋତା ବା ଚପଲରେ ବୁଲନ୍ତି। କେବଳ ବୁଢା ଲୋକମାନଙ୍କୁ ଗରମରେ ଜୋତା ବା ଚପଲ ପିନ୍ଧି ବୁଲିବାର ଅନୁମତି ଅଛି। ଏହା ବ୍ୟତୀତ ଗାଆଁରେ ପାଖାପାଖି ୫୦୦ ଲୋକ ଏହି ନିୟମକୁ ପାଳନ କରନ୍ତି। ଯଦି କେହି ଗାଆଁକୁ ବାହାର ଲୋକ ଆସେ ତେବେ ତାଙ୍କୁ ମଧ୍ୟ ଜୋତା ଓ ଚପଲ ବାହାର କରିବାକୁ ବାଧ୍ୟ କରାଯାଏ।

Leave A Reply

Your email address will not be published.