ଦଶମରେ ଗଣିତରେ-୩୬, ବିଜ୍ଞାନରେ-୩୮ ଓ ଇଂରାଜୀରେ-୩୫ ନମ୍ବର ରଖିଥିବା ଜଣେ ଆଇଏଏସଙ୍କ କାହାଣୀ ବିଷୟରେ ଜାଣନ୍ତୁ

0

Get real time updates directly on you device, subscribe now.

ଭରୁଚ ଜିଲ୍ଲାର ଡ଼ିଏମ ଓ ଆଇଏଏସ ଅଫିସର ତୁଷାର ସୁମେରାଙ୍କ କାହାଣୀ ପ୍ରତ୍ୟେକ ପିଲାଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ ଯିଏକି ପାଠପଢ଼ା ସମୟରେ କମ ନମ୍ବର ପାଇଥାନ୍ତି ଓ ବହୁତ ମୁସ୍କିଲରେ ପାସ ହୋଇପାରନ୍ତି। ତାଙ୍କର କାହାଣୀ ସେହି ପ୍ୟାରେଣ୍ଟସ ଓ ଅଭିଭାବକ ମାନଙ୍କ ପାଇଁ ଶିକ୍ଷା ଅଟେ ଯିଏକି ନିଜ ପିଲାର ପ୍ରତିଭାକୁ କେବଳ ପରୀକ୍ଷାରେ ଆସିଥିବା ନମ୍ବରରୁ ହିଁ ଆକଳନ କରିଥାଆନ୍ତି। ତୁଷାର ସୁମେରାଙ୍କ ସଫଳତାର କାହାଣୀ କହିଥାଏ କି, କୌଣସି ପରୀକ୍ଷାରେ ଖରାପ ଫଳାଫଳ ଯୋଗୁଁ କ୍ୟାରିଅରର ସାରା ରାସ୍ତା ବନ୍ଦ ହୋଇନଥାଏ। ତୁଷାର ଦଶମରେ କେବଳ ପାସିଂ ମାର୍କରେ ହିଁ ପାସ ହୋଇଥିଲେ। କିନ୍ତୁ ସେ ନିଜର ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ଦ୍ୱାରା ଆଇଏଏସ ହେବାରେ ସଫଳତା ଲାଭ କରିଛନ୍ତି। ଆଇଏଏସ ଅବନୀଶଶରଣ ତାଙ୍କର କାହାଣୀକୁ ଶେୟର କରିଛନ୍ତି।

IAS ଅବନୀଶ ଶରଣ ଶେୟର କରିଛନ୍ତି କାହାଣୀ:-

ଛତିଶଗଡ଼ କ୍ୟାଡ଼ରର ଆଇଏଏସ ଅଧିକାରୀ ଅବନୀଶ ଶରଣ ଟ୍ୱିଟ କରି ବତାଇଛନ୍ତି କି, ଭରୁଚ ଅଧିକାରୀ ତୁଷାର ସୁମେରା ନିଜ ଦଶମ ମାର୍କ ଶେୟର କରି କହିଛନ୍ତି ତାଙ୍କର ବହୁତ କମ ମାର୍କ ଥିଲା। 100 ରୁ ଗଣିତରେ-୩୬, ବିଜ୍ଞାନରେ-୩୮ ଓ ଇଂରାଜୀରେ-୩୫ ମାର୍କ ତାଙ୍କୁ ମିଳିଥିଲା।

IAS ଅବନୀଶ ଆଗକୁ କହିଥିଲେ କି, ତାଙ୍କର ରେଜଲ୍ଟ ଦେଖିବାପରେ ଗାଁ ରେ ଓ ସ୍କୁଲରେ ତାଙ୍କୁ ସମସ୍ତେ କହିଥିଲେ, ସେ ଭବିଷ୍ୟତରେ କିଛିବି କରି ପାରିବନାହିଁ। କିନ୍ତୁ ତୁଷାର ନିଜର ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ଦ୍ୱାରା ଏମିତି କିଛି କରିଦେଲେ ଯାହାଦ୍ୱାରା ଆଲୋଚକଙ୍କ ଆଲୋଚନା ବନ୍ଦ କରିଦେଲେ।

ସେହିପରି IAS ଅବନୀଶ ଶରଣଙ୍କ ଏହି ଟ୍ୱିଟରେ ଭରୁଚ କଲେକ୍ଟର ତୁଷାର ସୁମେରା ‘ଥାନ୍କୟୁ ସାର’ ଲେଖି କମେଣ୍ଟ କରିଛନ୍ତି। ଏଥିରେ ବହୁତ ସାରା ୟୁଜର୍ସ ରିପ୍ଲାଇ ଦେଇଛନ୍ତି। ଜଣେ ୟୁଜର୍ସ କହିଥିଲେ, ଡ଼ିଗ୍ରୀ ନୁହେଁ ବରଂ ଟ୍ୟାଲେଣ୍ଟ ମ୍ୟାଟର କରିଥାଏ। ଆଉଜଣେ ୟୁଜର୍ସ ଲେଖିଥିଲେ, ଇଛାଶକ୍ତି ଅଛି ତାହେଲେ କିଛିବି ସମ୍ଭବ ଅଟେ।

Tushar D. Sumera ବର୍ତ୍ତମାନ ଭରୁଚ ଜିଲ୍ଲାର କଲେକ୍ଟର ଓ ଜିଲ୍ଲାଧିକାରୀ ରହିଛନ୍ତି। 2012, ମସିହାରେ ୟୁପିଏସସି ପରୀକ୍ଷା କ୍ଲିୟର କରି ସେ ଆଇଏଏସ ଅଧିକାରୀ ହୋଇଥିଲେ। ଭରୁଚରେ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ କରାଯାଇଥିବା କାର୍ଯ୍ୟକୁ ନେଇ ପିଏମ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟରରେ ତୁଷାର ସୁମେରାଙ୍କ କଥା ଉଠାଇ ସାରିଛନ୍ତି।

ଜଣାଇଦେଉଛୁ କି, ହାଇସ୍କୁଲରେ କେବଳ ପାସିଂ ମାର୍କ ହାସଲ କରି ତୁଷାର ଇଣ୍ଟର ମିଡ଼ିଏଟ ଆର୍ଟସରେ ପଢ଼ିବା ଆରମ୍ଭ କରିଥିଲେ। ପରେ ବିଏଡ଼ କରିବାପରେ ତାଙ୍କୁ ଶିକ୍ଷକତା ମିଳିଥିଲା। ଏହି ଚାକିରୀ ସମୟରେ ତାଙ୍କ ମନରେ କଲେକ୍ଟର ହେବାର ବିଚାର ସାମ୍ନାକୁ ଆସିଥିଲା ଓ ସେ UPSC ପରୀକ୍ଷାର ପ୍ରସ୍ତୁତି ଆରମ୍ଭ କରିଥିଲେ।

Leave A Reply

Your email address will not be published.