Business Idea: ସରକାରଙ୍କ ସାହାଯ୍ୟରେ ଆରମ୍ଭ କରନ୍ତୁ ଏହି ବିଜନେସ, ପ୍ରତିମାସରେ ହେବ 6 ଲକ୍ଷ ଟଙ୍କାର ଲାଭ, ଜାଣନ୍ତୁ ଉପାୟ

0

Get real time updates directly on you device, subscribe now.

ଯଦି ଆପଣ ମଧ୍ୟ ନିଜର ବିଜନେସ ଆରମ୍ଭ କରିବାର ପ୍ରସ୍ତୁତି କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କ ପାଇଁ ଜବରଦସ୍ତ ବିଜନେସ ଆଇଡିଆ ନେଇ ଆସିଛୁ । ଆମେ କଥା ହେଉଛନ୍ତି ସାବୁନ ତିଆରି କରିବାର ଫ୍ୟାକ୍ଟ୍ରି ଅର୍ଥାତ ସାବୁନର ମାନୁଫ୍ୟାକଚରିଂ ୟୁନିଟ ବିଷୟରେ । ଏଥିରେ ଆପଣଙ୍କୁ ସରକାରଙ୍କ ଠାରୁ ସାହାଯ୍ୟ ତ ମିଳିବ, ଏହାସହିତ ଜବରଦସ୍ତ ଲାଭ ମଧ୍ୟ ହେବ ।

ଏହି ବିଜନେସରେ ଗୋଟିଏ ମେସିନ ସାହାଯ୍ୟରେ ସାବୁନ୍ ତିଆରି କରାଯାଏ । ସାବୁନ ତିଆରି କରିବା ପରେ ଏହାକୁ ବଜାରକୁ ପଠାଯାଏ । ଯଦିଓ ଅନେକ ଲୋକ ହାତ ତିଆରି ସାବୁନ ତିଆରି କରି ଏହାକୁ ବଜାରରେ ବିକ୍ରି କରନ୍ତି । ଭଲ କଥା ହେଉଛି ଯେ ଏହି ବିଜନେସ ଅଳ୍ପ ପରିମାଣରେ ମଧ୍ୟ ଆରମ୍ଭ ହୋଇପାରିବ । ବାସ୍ତବରେ, ଚାହିଦା କାରଣରୁ ଏହି ବିଜନେସ ପ୍ରତ୍ୟେକ ପରିସ୍ଥିତିରେ ସଫଳ ହୁଏ ।

ଭାରତରେ ସାବୁନ ବଜାରର ଅନେକ କାଟାଗୋରି ରହିଛି । ଏହାର ବ୍ୟବହାର ଆଧାରରେ ସାବୁନ ବଜାରକୁ ବିଭିନ୍ନ କାଟାଗୋରିରେ ବିଭକ୍ତ କରାଯାଇପାରେ । ଯେପରି… ଲଣ୍ଡ୍ରି ସୋପ, ବିୟୁଟି ଶୋପ, ମେଡିକେଟେଡ ସୋପ, କିଚେନ୍ ସୋପ, ପରଫ୍ୟୁମଡ ସୋପ ଇତ୍ୟାଦି । ଆପଣ ଚାହିଦା ଏବଂ ବଜାରକୁ ଧ୍ୟାନରେ ରଖି ଏହି କାଟାଗୋରିଗୁଡ଼ିକ ମଧ୍ୟରୁ ଯେକୌଣସିକୁ ବାଛିପାରିବେ ।

କେନ୍ଦ୍ର ସରକାରଙ୍କ ମୁଦ୍ରା ସ୍କିମ ପ୍ରୋଜେକ୍ଟ ପ୍ରୋଫାଇଲ୍ ଅନୁଯାୟୀ ଆପଣ ଏଥିରେ 1 ବର୍ଷରେ ପ୍ରାୟ 4 ଲକ୍ଷ କିଲୋର ମୋଟ ପ୍ରଡକ୍ସନ କରିପାରିବେ । ଏହାର ମୋଟ ମୂଲ୍ୟ 47 ଲକ୍ଷ ଟଙ୍କା ହେବ । ଏହି ସ୍କିମ ଅଧୀନରେ ଆପଣଙ୍କୁ ସବୁ ପ୍ରକାରର ଅର୍ଥାତ ପ୍ରତିମାସରେ 50,000 ଟଙ୍କାର ସୁଦ୍ଧ ଲାଭ ହେବ ।

ଗୋଟିଏ ସାବୁନ୍ ତିଆରିର ୟୁନିଟ୍ ସେଟ୍ ଅପ୍ କରିବାକୁ, ଆପଣଙ୍କୁ ମୋଟ 750 ବର୍ଗଫୁଟ ସ୍ଥାନ ଦରକାର୍ ପଡ଼ିବ । ଏହା 500 ବର୍ଗଫୁଟ ଆବୃତ ଏବଂ ଅନାବୃତ ସ୍ଥାନ ଆବଶ୍ୟକ କରେ । ସମସ୍ତ ପ୍ରକାର ମେସିନ ସହିତ ଏଥିରେ 8 ପ୍ରକାରର ଉପକରଣ ଲାଗିବ । ପ୍ରୋଜେକ୍ଟ ରିପୋର୍ଟ ଅନୁଯାୟୀ, ଏହି ମେସିନଗୁଡ଼ିକୁ ସ୍ଥାପନ କରିବା ପାଇଁ ମୋଟ 1 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ସାବୁନ ବିଜନେସର ସଫଳତାର ସବୁଠାରୁ ବଡ କାରଣ ହେଉଛି ଏହାର ଚାହିଦା ଛୋଟ ସହରଠାରୁ ଆରମ୍ଭ କରି ବଡ ସହର ଏବଂ ଗ୍ରାମ ପର୍ଯ୍ୟନ୍ତ ସବୁଠି ଥାଏ । ଏପରି ପରିସ୍ଥିତିରେ ସାବୁନ ତିଆରି କରିବାର ବିଜନେସ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ସବୁଠୁ ବଡ କଥା ହେଉଛି ଆପଣ ଖୁବ୍ କମ୍ ଅର୍ଥରେ ଗୋଟିଏ ସାବୁନ୍ ଫ୍ୟାକ୍ଟ୍ରି ଖୋଲିପାରିବେ । ଏହି ବିଜନେସ ଆରମ୍ଭ କରିବା ପାଇଁ ଆପଣ ମୋଦୀ ସରକାରଙ୍କ ମୁଦ୍ରା ଯୋଜନା ଅଧୀନରେ 80 ପ୍ରତିଶତ ଲୋନ ନେଇପାରିବେ ।

Leave A Reply

Your email address will not be published.