ଭାରତ ବନାମ ଦକ୍ଷିଣ ଆଫ୍ରିକା: ବାଧ୍ୟ ହୋଇ ଦଳରୁ ଏହି ତିନିଜଣ ଖେଳାଳିଙ୍କୁ ବାଦ ଦେବେ ଋଷଭ ପନ୍ତ, ନଚେତ ହାତରୁ ଚାଲିଯିବ ସିରିଜ

0

Get real time updates directly on you device, subscribe now.

ଭାରତୀୟ କ୍ରିକେଟ ଟିମକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ T20 ସିରିଜର ଦ୍ଵିତୀୟ ମ୍ୟାଚରେ 4 ଉଇକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଦଳ ଏହାସହ ସିରିଜରେ 2-0 ରେ ପଛୁଆ ରହିଛି। ଏବେ ସିରିଜ ବଞ୍ଚାଇବା ପାଇଁ ଭାରତୀୟ ଦଳକୁ କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି। ଖାଆସ କରି ଦଳରେ ତିନିଜଣ ଏମିତି ଖେଳାଳି ରହିଛନ୍ତି ଯାହାଙ୍କୁ ଦଳରୁ ନିଶ୍ଚିତ ରୂପରେ ବାହାର କରାଯିବ।

ଆଗାମୀ ମୁକାବିଲାରେ ଏହି ତିନି ଖେଳାଳି ବାହାରିବେ:-

1. ଋତୁରାଜ ଗାଇକୱାଡ଼

କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଦଳରେ ଋତୁରାଜଙ୍କୁ ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳରେ ସ୍ଥାନ ମିଳିଥିଲା କିନ୍ତୁ ସେ ଏହାର ଫାଇଦା ଉଠାଇ ପାରିଲେନାହିଁ। ଗାଇକୱାଡ଼ ଦ୍ଵିତୀୟ T20 ମ୍ୟାଚରେ ମୋଟ 1 ରନ କରି ଆଉଟ ହୋଇଯାଇଥିଲେ। ଏହାସହ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଆଗାମୀ ମ୍ୟାଚରେ ଅଧିନାୟକ ପନ୍ତ ଦଳରେ ଭେଙ୍କଟେଶ ଆୟରଙ୍କୁ ଦଳରେ ସ୍ଥାନ ଦେଇପାରନ୍ତି ଯିଏକି ଓପନିଂ କରିବାସହ ବୋଲିଂ ମଧ୍ୟ କରିପାରିବେ।

2. ଅକ୍ଷର ପଟେଲ

ଦ୍ଵିତୀୟ T20 ମୁକାବିଲାରେ ସବୁଠାରୁ ଅଧିକ ନିରାଶ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ କରିଥିଲେ। ଟିମରେ ଅକ୍ଷରଙ୍କୁ ଜଣେ ଅଲରାଉଣ୍ଡର ଭାବରେ ସାମିଲ କରାଯାଇଥିଲା ଯିଏକି ବ୍ୟାଟିଂ ସହିତ ବୋଲିଂର ଦାୟିତ୍ୱ ମଧ୍ୟ ତୁଲାଇବେ କିନ୍ତୁ ସେ ଏହି ଦୁଇଟି କାମରେ ନିରାଶ କରିଥିଲେ। ବ୍ୟାଟିଂରେ ସେ 10 ରନ କରିଥିବା ବେଳେ ବୋଲିଂରେ ସେ ଗୋଟିଏ ଓଭର ପକାଇ 19 ରନ ବ୍ୟୟ କରିଥିଲେ।

3. ଯୁଜବେନ୍ଦ୍ର ଚହଲ

ଟିମ ଇଣ୍ଡିଆର ପରାଜୟରେ ଭାରତୀୟ ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏକ ଭିଲେନ ସାବ୍ୟସ୍ତ ହୋଇଥିଲେ। ଚହଲଙ୍କ ଠାରୁ ଆଶା କରାଯାଇଥିଲା କି, ସେ ଆଇପିଏଲ 2022 ପ୍ରଦର୍ଶନକୁ ଦର୍ଶାନ୍ତୁ। କିନ୍ତୁ ଏମିତି ହୋଇନଥିଲା ଚହଲ ଚାରି ଓଭର ବୋଲିଂ କରି 49 ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ। ଏହି ବୋଲରଙ୍କ ପ୍ରଦର୍ଶନ ବହୁତ ଖରାପ ରହିଲା। ତୃତୀୟ ମ୍ୟାଚରେ ଚହଲଙ୍କ ସ୍ଥାନରେ ଯୁବା ସ୍ପିନର ରବି ବିଷ୍ଣଇଙ୍କୁ ଦଳରେ ସ୍ଥାନ ମିଳିପାରେ।

Leave A Reply

Your email address will not be published.