ଲୁଚା-ଛପାରେ ଲଞ୍ଚ ହେଲା ରିଅଲ ମି ର ୧୨ ହଜାର ଟଙ୍କିଆ 5G ସ୍ମାର୍ଟଫୋନ,ତଗଡା ବ୍ୟାଟେରୀ ସହ ସାନ୍ଦାର କ୍ୟାମେରା, ଜାଣନ୍ତୁ ଫିଚର୍ସ

0

Get real time updates directly on you device, subscribe now.

Realme V20 5G କୁ ଲୁଚେଇ ଛପେଇ ଚୀନରେ ଲଞ୍ଚ କରି ଦିଆଯାଇଛି|ସ୍ମାର୍ଟଫୋନକୁ କଥିତ ଭାବରେ ଅଫଲାଇନ ବଜାର ପାଇଁ ଟାର୍ଗେଟ ରଖାଯାଇଛି ଯେଉଁଥିପାଇଁ ଏହା ଅନଲାଇନରେ ଉପଲବ୍ଧ ହେବ ନାହିଁ|ମେ ରେ RMX3610 ମଡେଲ ନମ୍ବର ବାଲା ଏକ ରିଅଲ ମି ଫୋନ ଚୀନର ସାର୍ଟିଫିକେସନ ୱେବସାଇଟ ଯେପରିକି 3C ଓ TENAA ୱେବସାଇଟରେ ଦେଖାଯାଇଥିଲା|ସେ ସମୟରେ ଅନୁମାନ ଲଗାଯାଉଥିଲା ଯେ ଏହା Realme V21 5G ହୋଇ ପାରେ|ଯଦିଓ ଏହା ଏଵେ Realme V20 5G ନାମରେ ଚୀନର ଅଫଲାଇନ୍ ବଜାରରେ ଆସିଗଲା| ଆସନ୍ତୁ ଏହାର ଦାମ ଓ ଫିଚର ସମ୍ପର୍କରେ ଜାଣିବା:

ଭି ସିରିଜର ରିଅଲ ମି ଫୋନ ଚୀନର ବାହାରେ ବିକ୍ରି କରାଯାଇ ପାରିବନାହିଁ|ଭି ସିରିଜର କୈାଣସି ଫୋନ ଗ୍ଲୋବାଲି ଲଞ୍ଚ ହୋଇଥାଏ ତେଵେ ଏହା ରିବ୍ରାଣ୍ଡ ଭର୍ସନ ହୋଇଥାଏ|V20 5G ର ମୂଲ୍ୟ ୯୯୯ ୟୁଆନ(୧୧,୬୪୪) ଟଙ୍କା ଅଟେ|ଏହା ଷ୍ଟାର ବ୍ଲୁ ଓ ଇଙ୍କ କ୍ଲାଉଡ ଭଳି ଦୁଇଟି ରଙ୍ଗରେ ଉପଲବ୍ଧ|

Realme V20 5G ରେ ୬.୫ ଇଞ୍ଚର ଏଲସିଡି ସ୍କ୍ରିନ ରହିଛି ଯେଉଁଥିରେ ଟିଅରଡ୍ରପ ନୋଚ ରହିଛି|ଏହା ୭୨୦ ×୧୬୦୦ ପିକ୍ସେଲ ର ଏଚଡି + ରିଜୋଲ୍ୟୁସନ ଦେଇଥାଏ|ଏଥିରେ ସେଲ୍ଫି ଓ ଭିଡିଓ କଲ ପାଇଁ ଫ୍ରଣ୍ଟରେ ୫ ମେଗା ପିକ୍ସେଲ କ୍ୟାମେରା ରହିଛି|ଏହାର ରିଅର ଫେସିଙ୍ଗ ଡୁଆଲ କ୍ୟାମେରା ୟୁନିଟରେ ୧୩ ଏମପି ର ମୁଖ୍ୟ କ୍ୟାମେରା ଓ ୦.୩ ଏମପି ର ସେକେଣ୍ଡାରୀ ଲେନ୍ସ ରହିଛି|

ମିଡିଆଟେକ ଡାଇମେନସନ ୭୦୦ ଚିପ ସେଟ୍ Realme V20 5G ର ହୁଡ ତଳେ ମହଜୁଦ ରହିଛି|ଏଥିରେ ୪ଜିବି ରାମ୍ ଓ ୧୨୮ ଜିବି ଇନବିଲ୍ଟ ଷ୍ଟୋରେଜ ରହିଛି|ଏହା ସ୍ପଷ୍ଟ ନାହିଁ ଯେ V20 Android 12 OS ରେ ଚାଲେ ବା ପୁରୁଣା Android 11 OS ରେ ଚାଲେ|ଏଥିରେ ଫିଙ୍ଗର ପ୍ରିଣ୍ଟ ସ୍କେନର ନାହିଁ|

Realme V20 5G ରେ ୫୦୦୦ ଏମ୍ଏଚ୍ ବ୍ୟାଟେରୀ ରହିଛି ଯାହା ୧୦ ୱଟର ଚାର୍ଜିଙ୍ଗ ସପୋର୍ଟ କରେ |ଏଥିରେ ୩.୫ ଏମ୍ଏମ୍ ଅଡିଓ ଜ୍ୟାକ ରହିଛି|ଡିଭାଇସର ମୋଟା ୮.୧ ମିମି ଅଟେ ଓ ଓଜନ ପାଖାପାଖି ୧୮୪ ଗ୍ରାମ ଅଟେ|

Leave A Reply

Your email address will not be published.