କିଏ ୧୦ କୋଟି ତ କିଏ ୨୦ କୋଟି, ସଲମାନଙ୍କ ଠାରୁ ଆରମ୍ଭ କରି ଶାହରୁଖ ନିଜ ନିଜର ବଡ଼ିଗାର୍ଡଙ୍କ ଉପରେ ଖର୍ଚ୍ଚ କରିଥାନ୍ତି ଏତେ ଟଙ୍କା

0

Get real time updates directly on you device, subscribe now.

ବଲିଉଡ ଇଣ୍ଡଷ୍ଟ୍ରିରେ ସଲମାନ, ଅମିତାଭ, ଶାହରୁଖ ଓ ଅକ୍ଷୟ କୁମାରଙ୍କର ବହୁତ ସାରା ଫ୍ୟାନ ରହିଛନ୍ତି। ଏଥିପାଇଁ ଏହି ଷ୍ଟାର ମାନଙ୍କ ସୁରକ୍ଷା ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ ଯାହାକୁ ବଡ଼ିଗାର୍ଡ ମାନେ ତୁଲାଇଥାଆନ୍ତି ଯାହାକି ସହଜ ନୁହେଁ। ଏଥିପାଇଁ ଫିଲ୍ମ ଷ୍ଟାର ନିଜର ସୁରକ୍ଷା ପାଇଁ ବଡ଼ିଗାର୍ଡ ରଖିଥାନ୍ତି ଓ ସେମାନଙ୍କୁ ମୋଟା ଅଙ୍କର ସାଲାରୀ ଦେଇଥାନ୍ତି।

ଏବେଏବେ ଏହି ଖବର ଆସିଥିଲା କି, ଅଭିନେତା ସଲମାନ ଖାନଙ୍କୁ ଜୀବନରୁ ମାରିଦେବାର ଧମକ ମିଳିଛି। ତାଙ୍କ ପିତାଙ୍କୁ ଏକ ଚିଠି ମିଳିଥିଲା ଓ ଏହି ଚିଠିରେ ଲେଖାଥିଲା କି, ସିଧୁ ମୁସେବାଲାଙ୍କ ଭଳି ଅବସ୍ଥା କରି ଦିଆଯିବ। ଯାହାପରେ ବଲିଉଡ ଷ୍ଟାର ମାନଙ୍କ ସୁରକ୍ଷା ଚର୍ଚ୍ଚାକୁ ଆସିଥିଲା। ଯେତେବେଳେ ସିନେ ତାରକା ଘରୁ ବାହାରନ୍ତି ସେତେବେଳେ ତାଙ୍କୁ ନିଜର ଫ୍ୟାନ୍ସଙ୍କ ସହିତ ଭେଟ ହେବାକୁ ପଡ଼ିଥାଏ।

କେତେଥର ସାର୍ବଜନିକ ସ୍ଥାନ ଉପରେ ଶୁଟିଂ କରିବାକୁ ପଡ଼ିଥାଏ। ଏହି ସମୟରେ ଯିଏ ତାଙ୍କ ସୁରକ୍ଷାର ବନ୍ଦବସ୍ତ କରିଥାଏ ତାଙ୍କୁ ହିଁ ବଡ଼ିଗାର୍ଡ କହିଥାନ୍ତି। ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ ମାଧ୍ୟମରେ ବଲିଉଡ ଷ୍ଟାର ମାନଙ୍କ ବଡ଼ିଗାର୍ଡଙ୍କ ବିଷୟରେ କହିବୁ।

ସଲମାନ ଖାନଙ୍କ ବଡ଼ିଗାର୍ଡ ଶେରା:-

ସଲମାନଙ୍କ ବଡ଼ିଗାର୍ଡ ଶେରା ଛାଇ ଭଳି ସର୍ବଦା ସଲମାନଙ୍କ ପାଖରେ ହିଁ ରହିଥାନ୍ତି। ବଲିଉଡ ଦୁନିଆରେ ଶେରା ମଧ୍ୟ ସେଲିବ୍ରେଟି ଠାରୁ କମ ନୁହଁନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ସଲମାନଙ୍କ ପର୍ସନାଲ ବଡ଼ିଗାର୍ଡ ଶେରା ପାଖାପାଖି 28 ବର୍ଷ ହେବ ତାଙ୍କ ସହିତ ରହିଛନ୍ତି। ଶେରା ପ୍ରଥମେ ମିଷ୍ଟର ମୁମ୍ବଇ ଜୁନିୟର ଥିଲେ। ସେ 1998 ମସିହାରେ ମିଷ୍ଟର ମହାରାଷ୍ଟ୍ର ଜୁନିୟର ପ୍ରତିଯୋଗିତାର ଫାଇନାଲରେ ଏକ ରହିଥିଲେ।

ବର୍ତ୍ତମାନ ଶେରା, ସଲମାନ ଖାନଙ୍କର ଫୁଲଟାଇମ ବଡ଼ିଗାର୍ଡ ଅଛନ୍ତି। ଏହାପୂର୍ବରୁ ଶେରା ମାଇକେଲ ଜାକ୍ସନ, ଉଇଲ ସ୍ମିଥ, ପେରିସ ହିଲଟନ ଓ ଜ୍ୟାକି ଚାନଙ୍କ ବଡ଼ିଗାର୍ଡ ରହିସାରିଛନ୍ତି। ମାସିକ ଶେରା 15 ଲକ୍ଷ ଟଙ୍କା ନେଇଥାଆନ୍ତି ଓ ବାର୍ଷିକ ୨କୋଟି ଟଙ୍କା ନେଇଥାଆନ୍ତି।

ଶାହରୁଖ ଖାନଙ୍କ ବଡ଼ିଗାର୍ଡ ରବି ସିଂହ:-

ଶାହରୁଖ ଖାନଙ୍କ ପର୍ସନାଲ ବଡ଼ିଗାର୍ଡ ରବି ସିଂହ ଫିଲ୍ମ ପ୍ରମୋଶନ ଠାରୁ ଆରମ୍ଭ କରି ଜନ୍ମଦିନ ଓ ପବ୍ଲିକ ଆପିୟରାନ୍ସ ପର୍ଯ୍ୟନ୍ତ କିଙ୍ଗ ଖାଁଙ୍କୁ ସୁରକ୍ଷା ଦେଇଥାନ୍ତି। ରବି ସିଂହ ପାଖାପାଖି 13 ବର୍ଷ ହେବ କିଙ୍ଗ ଖାଁଙ୍କ ସୁରକ୍ଷାରେ ରହିଛନ୍ତି। ରବି ସିଂହ କେବଳ ଶାହରୁଖଙ୍କ ସୁରକ୍ଷା ନୁହେଁ ବରଂ ସେ ଆର୍ଯ୍ୟନ ଖାନଙ୍କ ସୁରକ୍ଷାରେ ମଧ୍ୟ ରହିଛନ୍ତି।

ଯେତେବେଳେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ କେସରେ ଫସିଥିଲେ ସେତେବେଳେ ରବି ସିଂହ ଲାଇମ ଲାଇଟରେ ନଜର ଆସିଥିଲେ। ଯେତେବେଳେ ଆର୍ଯ୍ୟନ ଖାଁଙ୍କୁ ଜେଲରୁ ବାହାର କରାଯାଇଥିଲା ସେତେବେଳେ ରବି ସିଂହ ତାଙ୍କୁ ସୁରକ୍ଷିତ ଭାବରେ କାରରେ ବସାଇ ଘରେ ପହଞ୍ଚାଇଥିଲେ। ରିପୋର୍ଟ ମୁତାବିକ, ରବି ସିଂହ ବାର୍ଷିକ 2.7 କୋଟି ଟଙ୍କା ସାଲାରୀ ନେଇଥାନ୍ତି।

ଅମିତାଭଙ୍କ ବଡ଼ିଗାର୍ଡ ଜିତେନ୍ଦ୍ର ସିଂଦେ:-

ମହାନାୟକ ଅମିତାଭ ବଚନଙ୍କ ବଡ଼ିଗାର୍ଡଙ୍କ ନାମ ଜିତେନ୍ଦ୍ର ସିଂଦେ ଅଟେ। ବିଗ ବି ଅମିତାଭଙ୍କ ସୁରକ୍ଷାରେ ରହିଥିବା ସହ ସେ ନିଜର ସିକ୍ୟୁରିଟି ଏଜେନ୍ସି ମଧ୍ୟ ଚଲାଉଛନ୍ତି। ସେ ଅମିତାଭଙ୍କ ସହିତ ବାହାରକୁ ଯାଇଥାନ୍ତି ଓ ସେ ମୋଟା ଅଙ୍କର ରାଶି ମଧ୍ୟ ନେଉଛନ୍ତି। ମିଡ଼ିଆ ରିପୋର୍ଟ ମୁତାବିକ, ବାର୍ଷିକ ସେ ଦେଢ଼କୋଟି ଟଙ୍କା କମାଉଛନ୍ତି।

ଅକ୍ଷୟ କୁମାରଙ୍କ ବଡ଼ିଗାର୍ଡ ଶ୍ରେୟାସ ଠେଲେ:-

ବଲିଉଡ ଇଣ୍ଡଷ୍ଟ୍ରିରେ କୁମାର ଖିଲାଡି ରୂପରେ ପରିଚିତ ଅକ୍ଷୟ କୁମାରଙ୍କ ବଡ଼ିଗାର୍ଡଙ୍କ ନାମ ହେଉଛି ଶ୍ରେୟାସ ଠେଲେ। ଅକ୍ଷୟ କୁମାରଙ୍କ ବ୍ୟତୀତ ଶ୍ରେୟାସ ଠେଲେ ତାଙ୍କ ପୁଅ ଆରବଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରନ୍ତି। 2021 ମିଡ଼ିଆ ରିପୋର୍ଟ ଅନୁଯାୟୀ, ଅକ୍ଷୟ କୁମାର ନିଜର ନିଜର ବଡ଼ିଗାର୍ଡଙ୍କୁ ବାର୍ଷିକ 1.2 କୋଟି ଟଙ୍କା ଦେଇଥାନ୍ତି। ପ୍ରତ୍ୟେକ ମାସରେ ଦେଖାଯାଏ ତ ସେ ପ୍ରତ୍ୟେକ ମାସରେ 10 ଲକ୍ଷ ଟଙ୍କା ନେଉଛନ୍ତି।

ଆମୀର ଖାନଙ୍କ ବଡ଼ିଗାର୍ଡ ଯୁବରାଜ ଘୋରପାଡ଼େ:-

ଆମୀର ଖାନଙ୍କ ପର୍ସନାଲ ବଡ଼ିଗାର୍ଡ ଯୁବରାଜ ଘୋରପଡ଼େ ସର୍ବଦା ତାଙ୍କ ସହ ଛାଇ ପରି ରହିଥାନ୍ତି। ବଲିଉଡର ମିଷ୍ଟର ପରଫେକ୍ଟ କୁହାଯାଉଥିବା ଆମୀର ଖାଁଙ୍କ ବଡ଼ିଗାର୍ଡ ବିଷୟରେ କହିବାକୁ ଗଲେ ସେ 16 ବର୍ଷ ବୟସରୁ ପାଠପଢ଼ା ଛାଡି ଏକ ସୁରକ୍ଷା ଏଜେନ୍ସି ଜଏନ କରିଥିଲେ। ପରବର୍ତ୍ତୀ ସମୟରେ ସେ ଆମୀର ଖାନଙ୍କ ବଡ଼ିଗାର୍ଡ ନିଯୁକ୍ତି ପାଇଲେ। ଯୁବରାଜଙ୍କ ବାର୍ଷିକ ଦରମା 2 କୋଟି ଟଙ୍କା ଅଟେ।

ଅନୁଷ୍କା ଶର୍ମାଙ୍କ ବଡ଼ିଗାର୍ଡ ପ୍ରକାଶ ସିଂହ:-

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପର୍ସନାଲ ବଡ଼ିଗାର୍ଡଙ୍କ ନାମ ପ୍ରକାଶ ସିଂହ ଅଟେ। ବିରାଟ କୋହଲି ଅନୁଷ୍କାଙ୍କୁ ବିବାହ କରିବା ପୂର୍ବରୁ ହିଁ ପ୍ରକାଶ ସିଂହ ତାଙ୍କର ସୁରକ୍ଷାରେ ରହିଛନ୍ତି। ଅନୁଷ୍କା ତାଙ୍କର ବଡ଼ିଗାର୍ଡ ପ୍ରଶାନ୍ତଙ୍କୁ ମୋଟା ଅଙ୍କର ଦରମା ଦିଅନ୍ତି। ରିପୋର୍ଟସ ମୁତାବିକ, ସେ ବାର୍ଷିକ 1.2 କୋଟି ଟଙ୍କା କମାନ୍ତି।

Leave A Reply

Your email address will not be published.