ଇଏ ତ କମାଲ ହେଇଗଲା, ବ୍ୟକ୍ତିଜଣକ ବିୟର ପିଇ ପିଇ କମ୍ କରିଦେଲେ ନିଜର ଓଜନ, ଫଟୋ ଦେଖି ଲୋକଙ୍କର ଉଡ଼ିଲା ହୋସ

0

Get real time updates directly on you device, subscribe now.

Weight Loose By Drinking Beer: ଆଜିକାଲି ଲୋକମାନେ ନିଜର ଓଜନ କମ କରିବାପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଅଧିକ ଚର୍ବି ପାଇଁ ଚିନ୍ତିତ ଲୋକମାନେ ଖୁବଶିଘ୍ର ମୋଟାପଣ ଦୂର କରିବାପାଇଁ ଯେକୌଣସି ପ୍ରକାରର ଉପାୟ ଆପଣାଇବାକୁ ପ୍ରସ୍ତୁତ ଅଛନ୍ତି । ଲୋକମାନେ ନିଜ ଡ଼ାଇଟରୁ ଫ୍ୟାଟ ବାଲା ଜିନିଷକୁ କମ୍ କରନ୍ତି ଏବଂ ଚେଷ୍ଟା କରନ୍ତି ଯେ ସେହିପରି ଖାଇବା ଉପରେ ଧ୍ୟାନ ଦେବାକୁ, ଯାହାଦ୍ଵାରା ସେମାନଙ୍କ ଚର୍ବି କମିଯିବ । କିଛି ଲୋକ ଜିମ ଯାଇ ଦିନରାତି ପରିଶ୍ରମ କରନ୍ତି, ଯେପରିକି ଚର୍ବି ଶୀଘ୍ର କମିଯିବ । କିନ୍ତୁ ଏହା ମଧ୍ୟରେ ଗୋଟିଏ ଏପରି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣଙ୍କର ମଧ୍ୟ ହୋସ ଉଡିଯିବ ।

ବିୟର ପିଇ ପିଇ ବ୍ୟକ୍ତିଜଣକ କମ୍ କରିଦେଲେ ଓଜନ :-

ଆଜ୍ଞା ହଁ, ଜଣେ ବ୍ୟକ୍ତି ଏପରି ମଧ୍ୟ ଅଛନ୍ତି, ଯିଏକି ସାରା ଦିନ କେବଳ ବିୟର ପିଇ ପିଇ ନିଜ ଓଜନକୁ କମ୍ କରିବାରେ ସଫଳ ହୋଇଛନ୍ତି । କେବଳ ବିୟର ପିଇଲେ ଓଜନ କିପରି କମ ହୋଇପାରେ ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସୁଛି । ଆମେରିକାର ଜଣେ ବ୍ୟକ୍ତି ବିୟର ପିଇ ନିଜର 40 କିଲୋ ଓଜନ କମ୍ କରିଛନ୍ତି ।

ସିନସିନାଟି ଡଟ କମ ଅନୁଯାୟୀ, ସହରରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ଡେଲ ହାଲ ଅଟେ, ଯିଏ ଭୋକ ଲାଗିଲେ ଖାଇବା ବଦଳରେ ବିୟର ପିଇବାକୁ ନିଷ୍ପତ୍ତି ନେଲେ । ସେ ଦିନକୁ 2ରୁ 5ଥର ବିୟର ପିଇଲେ ଏବଂ କେବଳ ଗ୍ରୀନ ଭେଜିଟେବଲ୍ ଏବଂ କିଛି ଲାଇଟ୍ ଫୁଡ୍ ଖାଇଲେ ।

ଚାରି ବର୍ଷରେ କମ୍ କରିଦେଲେ 40 କିଲୋ ଓଜନ :-

ଡେଲ ହାଲ ପ୍ରତିଦିନ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଓଜନର ଫଟୋ କ୍ଲିକ୍ କରି ପୋଷ୍ଟ ମଧ୍ୟ କରନ୍ତି । ଆରମ୍ଭରେ ଟିକେ ଅସୁବିଧା ହେଲା, କିନ୍ତୁ ପରେ ଯେତେବେଳେ ତାଙ୍କର ଓଜନ କମ ହେବାକୁ ଲାଗିଲା, ସେତେବେଳେ ସେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଏହି ରୁଟିନ ଡେଲି ନିଜର ଲାଇଫଷ୍ଟାଇଲରେ ପକାଇଦେଲେ ।

2018 ମସିହାରେ ବିୟରକୁ ନିଜର ଡ଼ାଇଟରେ ସାମିଲ କଲେ ଏବଂ ବର୍ତ୍ତମାନ ସୁଦ୍ଧା ସେ 90 lbs ଅର୍ଥାତ୍ 40 କିଲୋ ପର୍ଯ୍ୟନ୍ତ ଓଜନ କମ୍ କରିଦେଲେ । ଗତ ମାସରେ ଡେଲ ନିଜର ଗୋଟିଏ ପୁର୍ବର ଏବଂ ବର୍ତ୍ତମାନର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଦେଖାଯାଇପାରେ ଯେ ସେ ବହୁତ୍ ଓଜନ କମ କରିଦେଲେ ।

Leave A Reply

Your email address will not be published.