ଆମାଜନରେ 500 ଟଙ୍କାରେ ବିକ୍ରି ହେଉଛି ତିନିକିଲୋ ପଥର, ଏହାକୁ ଦେଖି ଲୋକମାନେ କ୍ରୋଧିତ ହୋଇଗଲେ

0

Get real time updates directly on you device, subscribe now.

ଇ କମର୍ସ ୱେବସାଇଟ ବେଳେବେଳେ ଲୋକଙ୍କୁ ଏମିତି ଜିନିଷ ବିକ୍ରି କରିଥାଏ ଯାହାକୁ ଦେଖି ଲୋକେ କ୍ରୋଧିତ ହୋଇଯାଉଛନ୍ତି। ଏମିତି ହିଁ ପୂର୍ବରୁ ଏହି ଇ କମର୍ସ ୱେବସାଇଟରେ ଗୋବର, ଗଛର ପତ୍ର ଓ ବାଥରୁମର ବାଲଟି ଭଳି ବେକାର ଜିନିଷ ବିକ୍ରି ହେଉଥିବାର ନଜର ଆସିଛି। ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ପଥର ଗୁଡ଼ିକୁ ଆମାଜନ ନିଜର ୱେବସାଇଟରେ ଲିଷ୍ଟ କରିଛି। ଆଜ୍ଞା ହଁ ଯେଉଁ ପଥର ଗୁଡ଼ିକ ଆପଣଙ୍କୁ କୌଣସି ପାହାଡ଼ ଅଞ୍ଚଳରେ ମିଳିଯିବ ତାହାକୁ ଆମାଜନ ନିଜ ୱେବସାଇଟରେ ବିକ୍ରି କରୁଛି।

Amazon ରେ କିଲୋ ହିସାବରେ ବିକ୍ରି ହେଉଛି ପଥର:-

ସବୁଠାରୁ ଆଶ୍ଚର୍ଯ୍ୟକର କଥା ଏହାକି ଯେ, ଆମାଜନ ନିଜ ୱେବସାଇଟରେ ଏହାର ଦାମ ବହୁତ ମହଙ୍ଗା ରଖିଛି। ବ୍ଲାକ ରିଭର ଷ୍ଟୋନକୁ ଲୋକେ ନିଜ ଘରେ ସାଜସଜା ପାଇଁ ରଖିଥାନ୍ତି। ଏହି ପଥର 33 ପ୍ରତିଶତ ଡିସ୍କାଉଣ୍ଟ ରୂପରେ ମିଳୁଛି। ଆମାଜନ ତିନି କିଲୋଗ୍ରାମ ଏହି ପଥରର ଦାମ ଡିସ୍କାଉଣ୍ଟ କରିବାପରେ 499 ଟଙ୍କା ରଖିଛି, ଯାହାର ଅସଲି ଦାମ 740 ଟଙ୍କା ଅଟେ। ଅର୍ଡର କରିବାପରେ ଦୁଇରୁ ତିନିଦିନ ଭିତରେ ଏହି ପଥର ଅର୍ଡର ଆଡ୍ରେସରେ ପହଞ୍ଚିଯିବ। ଘରର ସାଜସଜା ପାଇଁ ଲୋକମାନେ ନିଜ ଘରର ଉଡେନ ଟେବୁଲ ଉପରେ ଏହି ପଥରକୁ ରଖିବାକୁ ନେଇଆସନ୍ତି। ଅନଲାଇନ ପଥର ବିକ୍ରି ହେବା ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟର ବିଷୟ ଅଟେ।

ଲୋକମାନେ ଏହାକୁ ଦେଖିବାପରେ କୃଷକଙ୍କ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ:-

ଆମାଜନରେ ଲିଷ୍ଟ ହୋଇଥିବା ଏହି ପଥରର ଦାମ ଦେଖି କିଛିଲୋକେ ନିଜର ରିଭ୍ୟୁ ଦେଇଛନ୍ତି ଓ ସେମାନେ କହିଛନ୍ତି କି, ଯଦି ପଥର ଦାମ ଏତେ? ତାହେଲେ କୃଷକର ଆଳୁ ଓ ଟମାଟୋ ଦାମ କାହିଁ ଏତିକି ହେଉନି? ଆଉଜଣେ ୟୁଜର୍ସ ଲେଖିଥିଲେ ଆମ ଘର ପାଖରେ ତିନୋଟି ବଡ଼ ନଦୀ ପ୍ରବାହିତ ହୋଇଛି ଯାହାକୁ ପଥର ଦରକାର ଏଠାରୁ ଫ୍ରି ରେ ନେଇଯାଅ କିନ୍ତୁ ଅନଲାଇନରେ ବୋକା ହୁଅନାହିଁ।

Leave A Reply

Your email address will not be published.