ସବୁଠାରୁ ଧନୀ ଗାଁ, ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଖାତାରେ ଏକ କୋଟି ଟଙ୍କା

0

Get real time updates directly on you device, subscribe now.

ଗାଁର ନାଁ ଶୁଣିବା ମାତ୍ରେ ହିଁ ମନରେ ମାଟି ଘର, ଝୁମ୍ପୁଡ଼ି, ମାଟି ରାସ୍ତା ଇତ୍ୟାଦିର ଚିତ୍ର ମନେପଡେ । ତେବେ ଅବସ୍ଥା ବହୁତ୍ ବଦଳି ଯାଇଛି, କିନ୍ତୁ ତଥାପି ଅନେକ ଗାଁର ଅବସ୍ଥା ବର୍ତ୍ତମାନ ମଧ୍ୟ ଏତେ ଭଲ ନୁହେଁ । ଏପରି ପରିସ୍ଥିତିରେ ଯଦି କେହି କୁହେ ଯେ ଏପରି ଗୋଟିଏ ଗାଁ ମଧ୍ୟ ଅଛି, ଯେଉଁଠାରେ ଲୋକଙ୍କ ରୋଜଗାର ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ ଏବଂ ସମସ୍ତେ ବିଳାସପୂର୍ଣ୍ଣ ଘରେ ରୁହନ୍ତି, ତେବେ ବିଶ୍ୱାସ କରିବା ବହୁତ୍ କଷ୍ଟକର ହୋଇଥାଏ । କେବଳ ଏତିକି ନୁହେଁ, ଏହି ଗାଁ ଅନେକ ବଡ ବଡ ମେଟ୍ରୋ ସିଟିଜକୁ ମଧ୍ୟ ପଛରେ ପକାଇ ଦେଇଛି ।

ବାସ୍ତବରେ ଆମେ କଥା ହେଉଛନ୍ତି ଚୀନର Jiangsu Province ରେ ଥିବା Huaxi ଗାଁ ବିଷୟରେ । କିଛି ସମୟ ପୁର୍ବରୁ ଏହି ଗାଁକୁ ଚୀନର Richest Village କୁହାଯାଉଥିଲା । ଏହା ପଛର କାରଣ Huaxi ଗାଁରେ ଥିବା ସୁଖ ସୁବିଧାର ଭରପୁର ପରିମାଣ । ଏହି ଗାଁ ସାମ୍ନାରେ ବଡ ବଡ ସହର ମଧ୍ୟ ଫିକା ଲାଗିଥାଏ । ସେହିପରି ଯଦି ଏଠିକାର ଲୋକଙ୍କ ଶ୍ୟାଲେରୀ କିମ୍ବା ରୋଜଗାର ବିଷୟରେ କୁହାଯାଏ, ତେବେ ତାହା ସମସ୍ତଙ୍କୁ ଚକିତ କରିପାରେ ।

Huaxi ଗାଁକୁ ଗୋଟିଏ ସମୟରେ ‘ ସମାଜବାଦୀ ଅର୍ଥବ୍ୟବସ୍ଥା’ ର ଆଦର୍ଶ ଉଦାହରଣ ବୋଲି ଦର୍ଶାଯାଇଥିଲା । ସମୃଦ୍ଧି ଏବଂ ବିଳାସପୂର୍ଣ୍ଣ କାରଣରୁ ଏହି ଗାଁକୁ ଚୀନର ସବୁଠାରୁ ଧନୀ ଗାଁ କୁହାଯାଉଥିଲା । ଅବଶ୍ୟ ଏହାର ବିକାଶ ମଡେଲ ସବୁବେଳେ ବିବାଦରେ ରହିଆସିଛି ।

ବାର୍ଷିକ ରୋଜଗାର 15 ଲକ୍ଷ ଟଙ୍କା ପାଖାପାଖି :-

ଏହି ଗାଁରେ ରହୁଥିବା ପ୍ରାୟ ସବୁ ବ୍ୟକ୍ତିଙ୍କର ବାର୍ଷିକ ରୋଜଗାର ପ୍ରାୟ 15 ଲକ୍ଷ ଟଙ୍କା ପାଖାପାଖି ଥିଲା, ଯାହା ଚୀନରେ ଗୋଟିଏ କୃଷକଙ୍କ ହାରାହାରି ଆୟର ପ୍ରାୟ 40 ଗୁଣା ଅଟେ । ନିଜର ଆର୍ଥିକ ଶକ୍ତି ଦେଖାଇବା ପାଇଁ ଏହି ଗାଁ 2011 ରେ ନିଜର ଆକାଶଛୁଆଁ କୋଠା ତିଆରି କରିବାରେ ତିନି ଅରବ ୟୁଆନ (33 ଅରବରୁ ଅଧିକ) ଖର୍ଚ୍ଚ କରିଥିଲେ । ଏଠାରେ ତିଆରି ହୋଇଥିବା 72 ମହଲା ବିଶିଷ୍ଟ ଗୋଟିଏ ବିଲ୍ଡିଂକୁ Huaxi ର ହ୍ୟାଙ୍ଗିଙ୍ଗ ଭିଲେଜ୍ କୁହାଯାଏ । ଏହି ଗାଁରେ ଅନେକ ଆକାଶଛୁଆଁ କୋଠା ରହିଛି ।

ତେବେ କହିବାକୁ ଗଲେ ତ Huaxi ଗୋଟିଏ କୃଷି ପ୍ରଧାନ ଗାଁ ଅଟେ । କିନ୍ତୁ ଏଠିକାର କୃଷକମାନେ ଏପରି ଏକ ଆଇଡିଆକୁ ଆପଣାଇ ନେଲେ, ଯେଉଁ କାରଣରୁ ଏହି ଗାଁକୁ ‘ ଦୁନିଆର ସବୁଠାରୁ ଧନୀ ଗାଁ ‘ ରେ ମଧ୍ୟ ଗଣନା କରାଯାଏ । ଚୀନ ମିଡ଼ିଆ ଅନୁଯାୟୀ, ଯେତେବେଳେ ଏହି ଗାଁକୁ 60 ଦଶକରେ ବସା ଯାଇଥିଲା, ସେତେବେଳେ ଏହା ଏତେ ବିକଶିତ ହୋଇନଥିଲା । କିନ୍ତୁ ପରେ କମ୍ୟୁନିଷ୍ଟ ପାର୍ଟିର ନେତା ବୁ ରେନବାଓ ଏହି ଗାଁକୁ ବଦଳାଇ ଦେଲେ ।

ଏଠିକାର ପ୍ରତ୍ୟେକ କୃଷକ ଅଲଗା ଅଲଗା ବଦଳରେ ଗ୍ରୁପ ହୋଇ ଚାଷ କରିବାକୁ ଲାଗିଲେ । ସାମୁହିକ ଚାଷ କାରଣରୁ ଲୋକଙ୍କର ବହୁତ୍ ଫାଇଦା ହେଲା । ଏହା ବ୍ୟତୀତ Huaxi ଗାଁ ନିଜର ଲୁହା ଏବଂ ଇସ୍ପାତ ଶିଳ୍ପକୁ ବିକଶିତ କଲା । 21 ତମ ଶତାବ୍ଦୀ ବେଳକୁ Huaxiରେ 100ରୁ ଅଧିକ କମ୍ପାନୀ ହୋଇଗଲା, ଯେଉଁଥିରେ ଲୁହା, ଇସ୍ପାତ, ତମ୍ବାର କାରବାର ସହ ଜଡ଼ିତ କମ୍ପାନୀ ସାମିଲ ଥିଲା ।

ଶିଳ୍ପରେ ହ୍ରାସ ଦେଖାଗଲା :-

ତେବେ 2008 ମସିହା ପରେ ଏଠାରେ ଇସ୍ପାତ ଶିଳ୍ପରେ ହ୍ରାସ ଦେଖାଗଲା ଏବଂ ଅଧିକ ଉତ୍ପାଦନ ଗୋଟିଏ ସମସ୍ୟା ପାଲଟିଗଲା । ଗତବର୍ଷ ଜାନୁଆରୀରେ ଆସିଥିବା ଗୋଟିଏ ରିପୋର୍ଟ୍ ଅନୁଯାୟୀ, Huaxi ଗାଁ 465 କୋଟି ଟଙ୍କାର ରୁଣୀ ଥିଲା । 2013 ମସିହାରେ Huaxi ର ନିର୍ମାତା ବୁ ରେନବାଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜିଏନ Huaxi ଗ୍ରୁପର ସିଇଓ ଭାବରେ ପଦ ସମ୍ଭାଲିଲେ । ଆଲୋଚନା କରାଯାଉଥିବା କଥା ଏହା ଯେ ଏହି ଗାଁ ବର୍ତ୍ତମାନ ‘ ଗୋଟିଏ ପରିବାର ଦ୍ଵାରା ଶାସିତ ଗୋଟିଏ ସାମନ୍ତି ଦୁନିଆ’ ପାଲଟି ଯାଇଛି ।

Leave A Reply

Your email address will not be published.