ହାଇସ୍କୁଲରେ ୨୬ ଥର ଫେଲ ହୋଇଛନ୍ତି ବ୍ୟକ୍ତି ଜଣକ, ତାଙ୍କର ଅସଲ ପ୍ରୋଫାଇଲ ଜାଣିବାପରେ ଆପଣ ନିଜ ମୁଣ୍ଡରେ ହାତ ଦେଇଦେବେ

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାରର ଫୋଟୋ ଭାଇରାଲ ହୋଇ ରହୁଥାଏ। କିନ୍ତୁ କଣ ଆପଣ କେବେ ଭାବିଥାନ୍ତି ସେହି ଫୋଟୋରେ କେତେ ସତ୍ୟତା ରହିଥାଏ? ପୋଷ୍ଟ ଦେଖି ଏହାକୁ ସତ ଭାବି ତୁରନ୍ତ ଭାବରେ ଲୋକେ ସୋସିଆଲ ମିଡ଼ିଆରେ ଏହାକୁ ଶେୟର କରିବାରେ ଲାଗି ପଡ଼ନ୍ତି। କେତେଥର ତ ସୋସିଆଲ ମିଡ଼ିଆର ଟ୍ରୋଲର୍ସ ଆକାଉଣ୍ଟ ମଧ୍ୟ ଅସଲ କାହାଣୀ ବିଷୟରେ ନଜାଣି ଏହାକୁ ପୋଷ୍ଟ କରି ଦେଇଥାନ୍ତି ଯାହାଦ୍ୱାରା ଲୋକେ ଏହାକୁ ସତ ବୋଲି ମାନି ନେଇଥାନ୍ତି। ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବ୍ୟାଜଟି ଜଣକ ବୋର୍ଡ଼ରେ ୨୬ ଥର ଫେଲ ହେବାପରେ ବିଶ୍ୱ ରେକର୍ଡ଼ ବନାଇବାର ଦାବି କରିଛନ୍ତି। ଏହିକଥାରେ କେତେ ସତ୍ୟତା ରହିଛି ଆମେ ଆପଣଙ୍କୁ ଆଗକୁ ବତାଇବାକୁ ଯାଉଛୁ।

୨୬ ଥର ହାଇସ୍କୁଲରେ ଫେଲ ହୋଇଥିବା ପଛର ସତ୍ୟତା:-

ଜୁନ 6 ତାରିଖରେ ୟୁପି ବୋର୍ଡ଼ର ରେଜଲ୍ଟ ଘୋଷଣା କରାଯାଇଥିଲାଏହାମଧ୍ୟରେ ଉମେଶ ଚନ୍ଦ୍ର ସତି ନାମକ ଫେସବୁକ ଆକାଉଣ୍ଟରୁ ଏକ ଫୋଟ ଶେୟର ହୋଇଥିଲା। ଯେଉଁଥିରେ ଲେଖାଥିଲା, ହାଇସ୍କୁଲରେ ୨୬ ଥର ଫେଲ ହୋଇ ବିଶ୍ବରେକର୍ଡ଼ ହାସଲ କରିଥିବାରୁ ଫୁଲମାଳରେ ସ୍ୱାଗତ କରାଯାଉଛି। ଏଥିରେ ଆହୁରି ଲେଖାଥିଲା ସମସ୍ତଙ୍କୁ ଧନ୍ୟବାଦ ଏମିତି ଆହୁରି ଆଗକୁ ପ୍ରଚେଷ୍ଟା ଜାରି ରହିବ। ଯେତେବେଳେ ଏହି ମାମଲା ଉପରୁ ସତ୍ୟତା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା ସେତେବେଳେ କିଛି ମାମଲା ସାମ୍ନାକୁ ଆସିଥିଲା ଓ ଜଣାପଡ଼ିଲା ଏହା ସମ୍ପୂର୍ଣ୍ଣ ଭାବରେ ଫେକ ଅଟେ।

ଫୁଲ ମାଳା ଥିବା ଫୋଟ ବହୁତ ପୁରୁଣା:-

ଯେତେବେଳେ ଉମେଶ ଚନ୍ଦ୍ର ସତିଙ୍କ ଫେସବୁକ ଆକାଉଣ୍ଟକୁ ଛାନଭିନ କରାଗଲା ସେତେବେଳେ ଦେଖିବାକୁ ମିଳିଲା କି, ଏହି ପୋଷ୍ଟଟି ବହୁତ ପୁରୁଣା ଏହାକୁ ପ୍ରଥମେ 31 ଅକ୍ଟୋବର ଓ ନଭେମ୍ବର 1 ତାରିଖ 2021 ରେ ଶେୟର କରାଯାଇଥିଲା। ବର୍ତ୍ତମାନ ଏହାକୁ ରିଶେୟର କରାଯାଇଛି। ଏହାସହ ଲୋକେ କମେଣ୍ଟ ବକ୍ସରେ ତାଙ୍କର ସତ୍ୟତା ବିଷୟରେ କହିଥିଲେ। ଫେସବୁକ ଆକାଉଣ୍ଟ ମୁତାବିକ, ଉମେଶ ଚନ୍ଦ୍ର ଉତ୍ତରାଖଣ୍ଡର ଚମେଲି ସ୍ଥିତ ପିପଲକୋଟି ଗ୍ରାମର ନିବାସୀ ଅଟନ୍ତି।

ଉମେଶ ଦ୍ୱାରା ଶେୟର କରାଯାଇଥିବା ଫୋଟ ମଧ୍ୟ ଫେକ ଥିଲା:-

ମିଡ଼ିଆ ରିପୋର୍ଟସ ମୁତାବିକ, ଏହି ଫୋଟକୁ ଉମେଶ ଚନ୍ଦ୍ର କେବଳ ମଜାଳିଆ ଅନ୍ଦାଜରେ ଶେୟର କରିଥିଲା। ଯାହାକି 24 ଘଣ୍ଟା ମଧ୍ୟରେ ଭାଇରାଲ ହୋଇଗଲା ଓ ଲୋକେ ତାଙ୍କୁ ସ୍ବାଗତ କରିଥିଲେ। ଏଥିରେ ଦିଆଯାଇଥିବା ମାର୍କସିଟ ମଧ୍ୟ ତାଙ୍କର ନୁହେଁ। ଉମେଶଙ୍କ ମୁତାବିକ, ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଓ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଛନ୍ତି। ତାଙ୍କର ଦଶମ ସାର୍ଟିଫିକେଟ ହଜି ଯାଇଛି ବୋଲି ମିଡ଼ିଆ ପକ୍ଷରୁ ଜାଣିବାକୁ ମିଳିଛି।

Leave A Reply

Your email address will not be published.