ଦଶମ ପାସ ପ୍ରାର୍ଥୀ ଙ୍କ ପାଇଁ ଆସିଲା ବଡ଼ ଖବର,BSF ରେ ବାହାରିଲା ୧୨୮ ପଦବୀ ପାଇଁ ନିଯୁକ୍ତି

0

Get real time updates directly on you device, subscribe now.

ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି। ଆପଣ ସବୁଆଡୁ କୃତଜ୍ଞତା ପାଇବେ। ତୋ ଏବେକା ଦୁନିଆରେ ସରକାରୀ ଚାକିରିଆ ମାନଙ୍କ ପାଇଁ କେତେ ଯେ ସୁବିଧା ସୁଯୋଗ ଉପଲବ୍ଧ ତାହା ମଧ୍ୟ ଆପଣ ମାନେ ଜାଣିଥିବେ ।ସେମିତି ଏକ ସରକାରୀ ଚାକିରୀ ସମ୍ପର୍କିତ କିଛି ତଥ୍ୟ ନେଇ ଆମ ପାଖରେ ଉପଲବ୍ଧ ଅଛି ଚାଲନ୍ତୁ ଦେଖିବା। ଯେଉଁ ପ୍ରାର୍ଥୀ ମାନେ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଚାହୁଁଛନ୍ତି, ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ର ଅନେକ ପୋଷ୍ଟରେ ନିଜୁକ୍ତି ଦେବାପାଇଁ ସୀମା ସୁରକ୍ଷା ବଳ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି ।

*ଖାଲିଥିବା ପଦବୀ ସଂଖ୍ୟା:

ମୋଟ ପଦବୀ ସଂଖ୍ୟା:-୨୮୧ ଟି

ସବ୍ ଇନ୍ସପେକ୍ଟର (ମାଷ୍ଟର) – ୮ ଟି ପୋଷ୍ଟ

ସବ୍ ଇନ୍ସପେକ୍ଟର (ଇଞ୍ଜିନ୍ ଡ୍ରାଇଭର) – ୬ ଟି ପୋଷ୍ଟ

ସବ୍ ଇନ୍ସପେକ୍ଟର (ୱାର୍କସଫ) – ୨ ଟି ପୋଷ୍ଟ

ହେଡ କନଷ୍ଟେବଲ (ମାଷ୍ଟର) – ୫୨ ଟି ପୋଷ୍ଟ

ହେଡ୍ କନଷ୍ଟେବଲ୍ (ଇଞ୍ଜିନ୍ ଡ୍ରାଇଭର) – ୬୪ ଟି ପୋଷ୍ଟ

ହେଡ୍ କନଷ୍ଟେବଲ୍ (ୱାର୍କସଫ) – ୧୯ ଟି ପୋଷ୍ଟ

କନଷ୍ଟେବଲ୍ (କ୍ରୁ) – ୧୩୦ ପୋଷ୍ଟ

*ଶିକ୍ଷାଗତ ଯୋଗ୍ୟତା :-

ଦଶମ କିମ୍ବା ଦ୍ୱାଦଶ ପାସ୍ କରିଥିବା ପ୍ରାର୍ଥୀମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ । ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ପୋଷ୍ଟଗୁଡିକରେ ଚୟନ କରାଯିବ ।

*ବୟସ ସୀମା:-

ସବ୍ ଇନ୍ସପେକ୍ଟର (ମାଷ୍ଟର ଏବଂ ଇଞ୍ଜିନ ଡ୍ରାଇଭର) ପାଇଁ ପ୍ରାର୍ଥୀଙ୍କ ବୟସ ୨୨ ରୁ ୨୮ ବର୍ଷ ଏବଂ ଅନ୍ୟ ସମସ୍ତ ପଦବୀ ପାଇଁ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ ।

*ଆବେଦନ ତାରିଖ:-

ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୮ ଜୁନ୍ ୨୦୨୨ ମଧ୍ୟରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ୩୦ ମଇରୁ ଆରମ୍ଭ ହୋଇଛି ।

*ଚୟନ ପ୍ରକ୍ରିୟା :-

ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟେସନ୍, ଶାରୀରିକ ମାପ ପରୀକ୍ଷା, ଶାରୀରିକ ଦକ୍ଷତା ପରୀକ୍ଷା, ଟ୍ରେଡ଼ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ଆଧାରରେ ଏହି ନିଯୁକ୍ତି ଡ୍ରାଇଭ୍ ପାଇଁ ଆବେଦନକାରୀଙ୍କୁ ଚୟନ କରାଯିବ ।

*ପରୀକ୍ଷା ପାଟର୍ନ :-

ଲିଖିତ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ୧୦୦ ମାର୍କର ପ୍ରଶ୍ନ ପଚରାଯିବ । ଏହି ପ୍ରଶ୍ନଗୁଡିକର ଉତ୍ତର ଦେବା ପାଇଁ ପ୍ରାର୍ଥୀଙ୍କୁ ୨ ଘଣ୍ଟା ସମୟ ଦିଆଯିବ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀଙ୍କୁ ସର୍ବନିମ୍ନ ୩୫% ମାର୍କ ରଖିବାକୁ ପଡିବ । ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ rectt.bsf.gov.in ଭିଜିଟ କରି ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ

Leave A Reply

Your email address will not be published.