ରାସନ କାର୍ଡରେ କେମିତି ଯୋଡ଼ିବେ ଘରର ଜଣେ ନୁଆଁ ସଦସ୍ୟଙ୍କ ନାଁ,ଜାଣନ୍ତୁ ପୁରା ପ୍ରକ୍ରିୟା

0

Get real time updates directly on you device, subscribe now.

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ଦେଶରେ ୱାନ ନେସନ ୱାନ କାର୍ଡ ଲାଗୁ ହେବା ପରେ ଲୋକଙ୍କ ପାଇଁ ରାସନ କାର୍ଡ ରହିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି ।

ଏହା କେବଳ ଶସ୍ତା ରାସନ ପାଇବା ପାଇଁ ବ୍ୟବହୃତ ହୁଏ ନାହିଁ, ବରଂ ଏହା ଏକ ପରିଚୟ ପତ୍ର ଭାବରେ ମଧ୍ୟ କାମ କରେ। ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ, ଯେକୌଣସି ରାଜ୍ୟରୁ ଜଣେ ବ୍ୟକ୍ତି ଶସ୍ତା ମୂଲ୍ୟରେ ଦେଶର ଯେକୌଣସି ସ୍ଥାନରୁ ରାସନ ନେଇପାରିବେ । ତେବେ ରାସନ କାର୍ଡରେ ଜଣେ ନୂତନ ସଦସ୍ୟଙ୍କ ନାମ ଯୋଡିବା କଷ୍ଟକର କାର୍ଯ୍ୟ ନୁହେଁ । ବର୍ତ୍ତମାନ ଅନେକ ରାଜ୍ୟ ଅନଲାଇନରେ ଏହି ସେବା ଯୋଗାଇବା ଆରମ୍ଭ କରିଛନ୍ତି ।

ତେବେ ରାସନ୍ କାର୍ଡ ରେ ବର୍ତମାନ ସରକାର ଙ୍କ ର ଅନେକ ସୁବିଧା ମିଳୁଚି । ପିଲା ଙ୍କ ପାଠ ପଢ଼ିବା ହେଉ ବା ହସ୍ପିଟାଲ ରେ ରୋଗୀ ସେବା ରେ ହେଉ , ରାସନ କାର୍ଡ ଥିଲେ ଗୋଟିଏ ପଇସା ପଡୁନାହିଁ ଏସବୁ ସୁବିଧା ପାଇବା ପାଇଁ । ତେବେ ଯଦି ଜଣେ ନବଜାତ ଶିଶୁ କିମ୍ବା ନୂତନ ବିବାହିତ ସ୍ତ୍ରୀ ଙ୍କ ନାମ ମଧ୍ୟ ରେସନ କାର୍ଡରେ ନାହିଁ ତେବେ କିପରି କରିବେ ଜାଣନ୍ତୁ ।

ବର୍ତ୍ତମାନ ଅନେକ ରାଜ୍ୟ ଅନଲାଇନରେ ଏହି ସେବା ଯୋଗାଇବା ଆରମ୍ଭ କରିଛନ୍ତି । ତେବେ ନବଜାତ ଶିଶୁ ଙ୍କୁ ଯୋଡିବା ପାଇଁ ପିତା ଙ୍କ ରାସନ କାର୍ଡ, ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ଶିଶୁର ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ ହେବ । ସେହିପରି ନୂତନ ବୋହୂର ନାମ ରେସନ କାର୍ଡରେ ପଞ୍ଜୀକୃତ କରିବାକୁ ହେଲେ ବିବାହର ପ୍ରମାଣ ପତ୍ର , ସ୍ୱାମୀଙ୍କ ରାସନ କାର୍ଡ, ସ୍ତ୍ରୀ ଙ୍କ ଆଧାର କାର୍ଡ ଯେଉଁଠି ସ୍ବାମୀ ଙ୍କ ନାମ ଥିବ , ଏସବୁ ପ୍ରମାଣ ପତ୍ର ଦରକାର ହୋଇଥାଏ । ତେବେ ନାମ ପଞ୍ଜିକରଣ ପାଇଁ ଖାଦ୍ୟ ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଯାଇ ଏକ ପଞ୍ଜିକରଣ ଫର୍ମ ନେଇ ଫର୍ମ ରେ ମାଗିଥିବା ସମସ୍ତ ତଥ୍ୟ ଠିକ୍ ଭାବେ ପୁରଣ କରିବା ଆବଶ୍ୟକ । ଏହା ସହିତ ଆବଶ୍ୟକ ପ୍ରମାଣ ପତ୍ର ଗୁଡ଼ିକୁ ସଂଲଗ୍ନ କରନ୍ତୁ ଏବଂ ଏହାକୁ ଖାଦ୍ୟ ଯୋଗାଣ କେନ୍ଦ୍ରରେ ଦାଖଲ କରନ୍ତୁ ।

Leave A Reply

Your email address will not be published.