୨୩ ସିଂହଙ୍କ ମଧ୍ୟରେ ଫସିଲା ଦଳରୁ ଅଲଗା ହୋଇଯାଇଥିବା ମଇଁଷି ଛୁଆ, ଖତରନାକ ତରିକାରେ କଲେ ଶିକାର !

0

Get real time updates directly on you device, subscribe now.

ଜଙ୍ଗଲରେ ପଶୁମାନଙ୍କ ମଧ୍ୟରେ ଫୁଡ ଚେନ ଏପରି ହୋଇଥାଏ ଯେ ତାଙ୍କ ଜୀବନ ସଦାବେଳେ ବିପଦପୂର୍ଣ୍ଣ|ଏମାନଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସିଂହ ଠାରୁ ବଞ୍ଚିକି ରହିବା|ଜଙ୍ଗଲର ରାଜା ସିଂହ ଛୋଟରୁ ବଡ ପଶୁମାନଙ୍କ ପାଇଁ ବିପଦ ରହିଥାଏ|ଦଳରେ ରହୁଥିବା କିଛି ଶକ୍ତିଶାଳୀ ପଶୁମାନେ ଏହାର ସାମ୍ନା କରିଥାନ୍ତି କିନ୍ତୁ ଯଦି କୌଣସି ଏକୁଟିଆ ପଶୁ ଦଳରୁ ଅଲଗା ହୋଇ ସିଂହ ମଧ୍ୟରେ ଫସିଯାଏ ତେଵେ ତାର ମୃତ୍ୟୁ ନିଶ୍ଚୟ|ଏଭଳି ଏକ ଭିଡିଓ ଆସିଛି କୃଗର ଜାତୀୟ ପାର୍କର ଯେଉଁଠି ଏଭଳି ଦେଖିବାକୁ ମିଳିଛି|

ବନ୍ୟପ୍ରାଣୀ ସିରିଜ ଦେଖାଯାଏ ତେଵେ ଏହି ଭିଡିଓରେ ଗୋଟିଏ ଜଙ୍ଗଲୀ ମଇଷି ଛୁଆ ଖରାପ ଭାଗ୍ୟ କାରଣରୁ ଦଳରୁ ଅଲଗା ହୋଇ
୨୩ ସିଂହଙ୍କ ମଧ୍ୟରେ ଫସି ଯାଇଥାଏ|ଏହି ଭୟଙ୍କର ଭିଡିଓକୁ ଲାଟେଷ୍ଟ ସାଇନିଙ୍ଗ ନାମକ ୟୁଟ୍ୟୁବ ଚାନେଲରେ ସେୟାର କରାଯାଇଛି|ଭିଡିଓରେ ମଇଷିକୁ ସିଂହଙ୍କ ମଧ୍ୟରେ ସଂଘର୍ଷ କରୁଥିବା ଦେଖାଯାଏ|ଯେଉଁଠି ସିଂହ ଭୋକ ମେଣ୍ଟେଇବାକୁ ଲଢୁଥାଏ ତ ମଇଷି ବଞ୍ଚିବାକୁ ଚେଷ୍ଟା କରୁଥାଏ|ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ|

ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ମଇଁଷିକୁ ପୋଖରୀ ପାଖରେ ପାଣିରେ ଠିଆହୋଇ ସିଂହଙ୍କ ଗୋଷ୍ଠୀ ସେଠାକୁ ପହଞ୍ଚି ଯାଇଥାଏ|ଏମିତିରେ ଯଦି ଜଙ୍ଗଲୀ ମଇଷି ଗୋଷ୍ଠୀରେ ଥାଆନ୍ତି ତେବେ ସିଂହକୁ ଡରାଇ ଭଗାଇ ଦିଅନ୍ତି|ତାଙ୍କ ବଳ ଓ ସିଙ୍ଗ ଆକ୍ରମଣ ସିଂହ ଅଧିକ ସମୟ ସହିପାରେ ନାହିଁ କିନ୍ତୁ ଏଠାରେ ମାମଲା ଓଲଟା|ମଇଷିକୁ ଗୋଷ୍ଠିରୁ ଅଲଗା ହୋଇଯିବା ଦେଖି ସିଂହ ଗୋଷ୍ଠୀ ସେଠାକୁ ପହଞ୍ଚେ ଓ ସଂଘର୍ଷ ଆରମ୍ଭ ହୋଇଥାଏ|ମଇଷି ସାହସ ଦେଖାଇ ତାଙ୍କ ଠାରୁ ବଞ୍ଚିବାକୁ ଚେଷ୍ଟା କରେ କିନ୍ତୁ ଶେଷରେ ମୁକାବିଲା କରି ନପାରି ତାଙ୍କ ଖାଦ୍ୟ ବନିଯାଏ|ଭିଡିଓ କ୍ରୁଗର ନେସନାଲ ପାର୍କର ନଗାଲା ପ୍ରାଇଭେଟ୍ ଗେମ ରିଜର୍ଭର ଅଟେ|

ଏହି ୱଇଲ୍ଡ ଲାଇଫ ଭିଡିଓକୁ ଲାଟେଷ୍ଟ ସାଇଟିଙ୍ଗ ନାମକ ୟୁଟ୍ୟୁବ ଚ୍ୟାନେଲ ସେୟାର କରିଛନ୍ତି|୧୧ ମେ ରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୯୧ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିଛନ୍ତି|ଏହାକୁ ପାଖାପାଖି ୫ ହଜାର ଲୋକ ଲାଇକ ଓ ୧ ହଜାରରୁ ଉର୍ଦ୍ଧ୍ଵ ଲୋକ କମେଣ୍ଟ କରିଛନ୍ତି|କିଛି ଲୋକ କହିଛନ୍ତି ଏହା ମଇଁଷିର ଖରାପ ଦିନ ଥିଲା କିଛି ଲୋକ କହିଛନ୍ତି ଏତେ ସିଂହଙ୍କ ପେଟରେ ଗୋଟିଏ ମଇଷିରେ ପେଟ ପୂରି ନଥିବ|କିଛି ଲୋକ କହିଛନ୍ତି ମଇଷି ପାଣିରୁ ବାହାରି ଭୁଲ କଲା|

Leave A Reply

Your email address will not be published.