ଉଦ୍‌ଘାଟନ ସମୟରେ ଭାଙ୍ଗିଗଲା ପୋଲ,ନାଳକୁ ଗଳି ପଡିଲେ ହେଲେ ମେୟର ଏବଂ ତାଙ୍କ ପତ୍ନୀ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍ । ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର । ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ । ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ହଠାତ୍ ଭାଙ୍ଗି ଯାଇଥିଲା । ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ ଥିବା ପ୍ରାୟ ୨୪ ଜଣ ଲୋକ ନାଳକୁ ଖସି ପଡ଼ିଥିଲେ । ସେହି ୨୪ ଜଣଙ୍କ ମଧ୍ୟରେ ସହରର କାଉନ୍‌ସିଲ୍‌ ମେମ୍ବର ତଥା ଅନ୍ୟ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଘଟଣା ସମୟର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣାଟି ଘଟିଛି ମେକ୍ସିକୋର କୁର୍ନିବାକାରେ । ଏକ ଛୋଟ ନଦୀ ପାର୍‌ କରିବାକୁ ତିଆରି କରା ଯାଇଥିଲା ନୂଆ କରି ଏକ ପୋଲ । ସହରର ମେୟର ନଦୀ ଉପରେ ନିର୍ମାଣ ହୋଇଥିବା ସେହି ଫୁଟ-ଓଭରବ୍ରିଜ୍ ଉଦଘାଟନ କରିବାକୁ ପହଞ୍ଚିଥିଲେ । ତାଙ୍କ ସହ ଥିଲେ ତାଙ୍କ ପତ୍ନୀ ଓ କିଛି ଅଧିକାରୀ ।

ତେବେ କାଠ ନିର୍ମିତ ବ୍ରିଜକୁ ଏକ ମୋଟା ଚେନ ସାହାଯ୍ୟରେ ଝୁଲା ଯାଇଥିବା ବେଳେ ଲୋକେ ଏହା ଉପରକୁ ଚଢ଼ିଯିବାରୁ ଚେନଟି ଛିଡ଼ି ଯାଇଥିଲା । ଏହା ଫଳରେ ବ୍ରିଜ ଉପରେ ଥିବା ମେୟର, ତାଙ୍କ ପତ୍ନୀ ଓ କିଛି ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରାୟ ୩ ମିଟର (୧୦ ଫୁଟ୍) ତଳକୁ ଖସି ପଡ଼ିଥିଲେ । ତଳେ ପଥର ଥିବାରୁ କିଛି ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

କିନ୍ତୁ ଏହି ଅଘଟଣରେ କାହାରି ମୃତ୍ୟୁ ହୋଇ ନଥିବା ସୂଚନା ରହିଛି । ତେବେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଏବେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି । ପ୍ରକାଶ ପାଇଥିବା ଏକ ରିପୋର୍ଟ ହିସାବରେ କ୍ଷମତାଠାରୁ ଅଧିକ ଲୋକେ ବ୍ରିଜ ଉପରକୁ ଚଢ଼ିବା ହେତୁ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରଠାରୁ ବେଶ୍ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ବହୁତ ଲୋକ ଦେଖି ସାରିଛନ୍ତି ।

Leave A Reply

Your email address will not be published.