କ୍ଲାସରୁମରେ ଶିକ୍ଷୟତ୍ରୀ ଜଣକ ଶାନ୍ତିରେ ଶୋଇଯାଇଛନ୍ତି ଓ ପିଲାମାନେ ବିଞ୍ଚୁଛନ୍ତି, ଦେଖନ୍ତୁ ଏହି ଲଜ୍ଜ୍ୟାଜନକ ଭିଡ଼ିଓ !

0

Get real time updates directly on you device, subscribe now.

ଏହି ଦୁନିଆରେ ଶିକ୍ଷକଙ୍କ ପେସାକୁ ସବୁଠାରୁ ଭଲ ପେସା ରୂପରେ ମନାଯାଏ। କାରଣ ଶିକ୍ଷକ କାହାରି ଜୀବନକୁ ସୃଷ୍ଟି କରିବାରେ ନିଃସ୍ଵାର୍ଥ ଭାବରେ ନିଜର ସେବା ଦେଇଥାନ୍ତି। ଶିକ୍ଷକ ସିଏ ହୋଇଥାନ୍ତି, ଯିଏ ନିଜର ସମସ୍ତ ବିଦ୍ୟାର୍ଥୀଙ୍କର ଧ୍ୟାନ ରଖନ୍ତି। ପ୍ରାୟତଃ ଦେଖାଯାଇଛିକି ଯେତେବେଳେ କ୍ଲାସରୁମରେ କୌଣସି ପିଲା ବଦମାସୀ କରନ୍ତି ସେତେବେଳେ ଶିକ୍ଷକ ତାଙ୍କୁ ବୁଝାଇଥାନ୍ତି।

ଯଦି ଆମେ ସରକାରୀ ସ୍କୁଲ ବିଷୟରେ କଥାବାର୍ତ୍ତା କରିବୁ, ତେବେ ଏଠାରେ ଆପଣ ଦେଖିଥିବେ ପିଲା କ୍ଲାସରୁମରେ ବଦମାସୀ କରନ୍ତି। ଓ ଶିକ୍ଷକଙ୍କୁ ଆଦୌ ଚିନ୍ତା ନଥାଏ। ସରକାରୀ ସ୍କୁଲର ଶିକ୍ଷକ ପିଲାଙ୍କ କଥା ଚିନ୍ତା ନକରି ଆରାମ କରନ୍ତି ଓ ନିଜର କାମକୁ କରନ୍ତି। ଇତି ମଧ୍ୟରେ ସୋସିଆଲ ମିଡ଼ିଆ ଦୁନିଆରେ ଏକ ଲଜ୍ଜାଜନକ ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି।

ଏହି ଭିଡିଓ ବିହାରର ଏକ ସରକାରୀ ସ୍କୁଲର ଅଟେ, ଯେଉଁଥିରେ ଦେଖାଯାଇପାରିବକି ଏକ ଟିଚର ପୂର୍ଣ୍ଣ କ୍ଲାସରେ ଘୋଡ଼ା ବିକ୍ରି କରି ଶୋଇଛନ୍ତି। ଜଣେ ଛାତ୍ର ତାଙ୍କୁ ବିଞ୍ଚୁଥିବାର ଆପଣ ଦେଖିପାରିବେ। କେହିଜଣେ ଲୁଚି ଏହି ସମୟର ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ଛାଡ଼ି ଦେଇଛନ୍ତି। ବର୍ତ୍ତମାନ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକ ମହିଳା ଶିକ୍ଷୟତ୍ରୀଙ୍କୁ ଗାଳି ଦେଉଥିବାର ନଜର ଆସୁଛି।

ବିହାରର କୌଣସି ସରକାରୀ ସ୍କୁଲର ବୋଲି ଭିଡ଼ିଓରେ କୁହାଯାଉଛି:-

ଆପଣଙ୍କୁ ଜଣାଇଦେଉଛୁକି ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି। ତାହା ବିହାରର କୌଣସି ସରକାରୀ ସ୍କୁଲର ବୋଲି କୁହାଯାଉଛି। ଏହି ଭିଡିଓ ସରକାରୀ ସ୍କୁଲର ବାସ୍ତବତା ବୟାନ କରୁଅଛି। ଆପଣ ସମସ୍ତେ ଏହି ଭିଡ଼ିଓରେ ଦେଖିପାରିବେକି କ୍ଲାସ ରୁମରେ ପିଲାମାନେ ତଳେ ବସିଛନ୍ତି।

ପାଖରେ ଏକ ଚେୟାର ଅଛି। ସେହି ଚେୟାର ଉପରେ ମହିଳା ଶିକ୍ଷୟତ୍ରୀ ଜଣକ ବସିଥିବାର ଦେଖାଯାଉଥିବ। ସେହିପରି ନିକଟରେ ଏକ ପିଲା ମଧ୍ୟ ଛିଡା ହୋଇଛି। ଯଦି ଆପଣ ଏହି ଭିଦିଓକୁ ଧ୍ୟାନ ସହକାରେ ଦେଖିବେ, ତେବେ ଆପଣଙ୍କୁ ଜଣାପଡ଼ିବକି ମହିଳା ଶିକ୍ଷୟତ୍ରୀ ଜଣକ ଚେୟାରରେ ବସି ଆରାମରେ ଶୋଇଛନ୍ତି।

ଭିଡିଓ ହେଉଅଛି ଭାଇରାଲ:-

View this post on Instagram

A post shared by Baat Bihar Ki (@baatbiharki)

ଭିଡିଓରେ ଏହା ଦେଖିପାରିବେକି ଶିକ୍ଷକ ଶୋଇବା ସମୟରେ ଉତ୍ତାପ ଅନୁଭବ ନ କରନ୍ତୁ, ତେଣୁ ସେ ଜଣେ ଛାତ୍ରଙ୍କୁ ବିଞ୍ଚିବା ପାଇଁ ଛିଡା କରିଛନ୍ତି। ଏହି ସମୟରେ କେହି ଜଣେ ଗୁପ୍ତରେ ତାଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ବିହାରର ବେଟିଆ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ବୋଲି କୁହାଯାଉଛି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହୁଛନ୍ତିଯେ ମହିଳା ଶିକ୍ଷକ ପିଲାମାନଙ୍କର ଭବିଷ୍ୟତକୁ ଅନ୍ଧକାରରେ ରଖି ଶାନ୍ତିରେ ଶୋଇଛନ୍ତି।

ଆପଣଙ୍କୁ ଜଣାଇଦଦେଛୁକି ଏହି ଭିଦିଓକୁ ସୋସିଆଲ ମିଡ଼ିଆର ଅଲଗା ଅଲଗା ପ୍ଲାଟଫର୍ମରେ ବହୁତ ସେୟାର କରୁଛନ୍ତି। ଏହି ଭିଦିଓକୁ ଇନଷ୍ଟାଗ୍ରାମରେ baatbhikari ନାମକ ଏକାଉଣ୍ଟରେ ୫ଜୁନରେ ପୋଷ୍ଟ କରାଯାଇଥିଲା। ଏହି ଭିଡିଓକୁ ସେୟାର କରିବା ସହିତ କ୍ୟାପସନରେ ସେଲଖା ହୋଇଥଲା “ବିହାରର ପିଲାଙ୍କର ଭବିଷ୍ୟତକୁ ଅନ୍ଧାରରେ ରଖି ଶାନ୍ତିରେ ଶୋଇଛନ୍ତି ଶିକ୍ଷୟତ୍ରୀ।” ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକଙ୍କର ପ୍ରତିକ୍ରିୟା ଦେଉଛନ୍ତି।

Leave A Reply

Your email address will not be published.