ଶ୍ୱଶୁରଘରେ ପହଞ୍ଚିବା ପୂର୍ବରୁ ବିଧବା ହୋଇଗଲେ କନ୍ୟା, ବାହାଘର ପରେ ହେଲା କିଛି ଏମିତି ଯାହାଫଳରେ ବରର ହୋଇଗଲା ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ ଜୀବନର ସବୁଠାରୁ ସୁଖମୟ ଦିବସ ଅଟେ। ଏହା ଏକ ନୂତନ ଜୀବନର ଆରମ୍ଭ ଅଟେ। କିନ୍ତୁ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ କନିଆଁ ହାତର ମେହେନ୍ଦିର ରଙ୍ଗ ଠିକ ସେ ଛାଡ଼ି ନଥିଲା ତାକୁ ତା ସ୍ବାମୀର ଅର୍ଥି ଦେଖିବାକୁ ପଡ଼ିଲା। ସାତଫେରାର କିଛି ଘଣ୍ଟା ପରେ ହିଁ ତା ସୁହାଗ ଉଜୁଡି ଗଲା। ଏମିତି ହେଲାକି ବର ନିଜ ଜୀବନରୁ ହାତ ଧୋଇ ବସିଲେ? ଆସନ୍ତୁ ଜାଣିବା।

ସାତଫେରାର କିଛି ଘଣ୍ଟା ପରେ ବରଙ୍କ ମୃତ୍ୟୁ ହେଇଗଲା:-

ଏହି ଘଟଣା ଗାେଣ୍ଡା ଜିଲ୍ଲାର କର୍ଣାଲଗଂଜରେ ଥିବା ଆଦମପୂରର ଅଟେ। ଏଠାରେ ଥିବା ଯମୁନା ଭାରତୀ ନିଜ ଝିଅ ସୋନିଆର ବିବାହ ଛପୀୟାର ବଭନିରେ ରହୁଥିବା ପ୍ରଦୀପ ଭାରତୀ ସହ ଠିକ କରିଥିଲେ। ବିବାହର ତାରିଖ ୫ ଜୁନ ରବିବାର ଦିନ ଥିଲା। ନିର୍ଦ୍ଧାରିତ ସମୟରେ ବରଯାତ୍ରୀ ବାଣ ରୋଷଣୀ ସହ ପହଞ୍ଚିଲେ। ବରଯାତ୍ରୀମାନଙ୍କର ସମ୍ମାନର ସହିତ ସ୍ବାଗତ ମଧ୍ୟ ହେଲା।

ତାପରେ ବରମାଳ ପରିବର୍ତ୍ତନର କାର୍ଯ୍ୟକ୍ରମ ହେଲା। ବେଦୀରେ ସମସ୍ତେ ଆସି ବର କନ୍ୟା ପ୍ରଦୀପ ଓ ସୋନିଆଙ୍କୁ ନୂତନ ଜୀବନର ଅଭିନନ୍ଦନ ଦେଲେ। ତାପରେ ସମସ୍ତେ ପେଟ ଭରି ସ୍ଵାଦିଷ୍ଟ ଭୋଜନର ଆନନ୍ଦ ଉଠାଇଲେ। ତାପରେ ପ୍ରଦୀପ ସୋନିଆ ସିନ୍ଥିରେ ସିନ୍ଦୂର ଦେଲା ଓ ଅଗ୍ନିକୁ ସାକ୍ଷୀ ରଖି ସାତଦେରା ନେଲେ। ସାତ ଜନ୍ମ ପାଇଁ ସାଙ୍ଗରେ ରହିବାକୁ ବଚନ ନେଲେ। କିନ୍ତୁ ଫେରାକୁ ସାତ ଘଣ୍ଟା ମଧ୍ୟ ହେଲାଣି ପ୍ରଦୀପ ଦୁନିଆ ଛାଡ଼ି ଚାଲିଗଲା।

ବରକୁ ହେଲା ରକ୍ତ ବାନ୍ତି:-

ସୋମବାର ସକାଳେ ବର ପ୍ରଦୀପକୁ ରକ୍ତ ବାନ୍ତି ହେବାକୁ ଲାଗିଲା। ଘର ଲୋକମାନେ ପ୍ରଦୀପକୁ ଏକ ଚିହ୍ନା ଜଣା ଡାକ୍ତର ପାଖକୁ ନେଇଗଲେ।ସେ ଡାକ୍ତର ତାକୁ ଜିଲ୍ଲା ଡାକ୍ତରଖାନାକୁ ପଠାଇଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଗଲା। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଘରେ ବାଣ ରୋଷଣୀର ଶବ୍ଦରେ ଖୁସି ପାଳନ ହେଉଥିଲା ସେଠାରେ କାନ୍ଦ ବୋବାଳିରେ ଶୋକର ଛାୟା ହେଇଗଲା। ନୂଆ କନ୍ୟାକୁ ନିଜ ଫଟା କପାଳ ଉପରେ ବିଶ୍ୱାସ ହେଲାଣି। ବିବାହର ମାତ୍ର କିଛି ସମୟରେ ସେ ବିଧବା ହେଇଗଲା।

ବରର ହଠାତ ମୃତ୍ୟୁ ପାଇଁ ସବୁ ବରଯାତ୍ରୀ ଓ ଘର ଲୋକ ଅତ୍ୟନ୍ତ ଦୁଃଖୀ ଅଛନ୍ତି। କନ୍ୟାର ବାପା ଯମୁନା ଭାରତୀ କହିଲେକି ବର ପକ୍ଷ ପ୍ରଦୀପର ଅନ୍ତିମ ସଂସ୍କାର କରିବା ପାଇଁ ତାକୁ ତା ଘରକୁ ନେଇଗଲେ।ବରର ବାପା ରାମ ଭବନ ନିଜ ପୁଅର ଅନ୍ତିମ ସଂସ୍କାର କରିଲେ।ସେଠାରେ ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଘଟଣା ବାବଦରେ କିଛି ମଧ୍ୟ ରିପୋର୍ଟ ଦିଆ ଯାଇନାହିଁ।

Leave A Reply

Your email address will not be published.