‘ଗୋଟେ ରାତି ଚାଲିଆସ’ ଫେସବୁକରେ ସ୍ତ୍ରୀଙ୍କ ସହିତ ଖରାପ କଥା ହେଉଥିଲେ ପୋଲିସ ବାବୁ, ବର୍ତ୍ତମାନ କୋର୍ଟ ଦେଲା ଏହି ଆଦେଶ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶ ଇନ୍ଦୋରରେ ରଙ୍ଗିନ ମିଜାଜ ଏକ ପୋଲିସକୁ ତାଙ୍କର ସ୍ତ୍ରୀଙ୍କୁ ଉଚିତ ଦଣ୍ଡ ଶିଖାଇଲେ। ପୋଲିସ ବାବୁଙ୍କର ଅତ୍ୟାଚାର ଓ ରଙ୍ଗୀନ ମିଜାଜରେ ବିରକ୍ତ ହୋଇଯାଇଥିବା ପତ୍ନୀ ଫେସବୁକ ସାହାରାରେ ନିଜର ସ୍ୱାମୀଙ୍କର ପର୍ଦାଫାସ କରିଦେଲେ। ପୀଡ଼ିତା ସ୍ତ୍ରୀ ସର୍ବପ୍ରଥମେ ଫେସବୁକରେ ଏକ ନକଲି ନାମରେ ଆଇଡି ତିଆରି କରିଲେ। ଏହାପରେ ସ୍ୱାମୀଙ୍କୁ ରିକ୍ୱେଷ୍ଟ ପଠାଇଲେ। ସ୍ବାମୀ ରିକ୍ୱେଷ୍ଟକୁ ଏକସେପ୍ଟ କରିବା ମାତ୍ରେ ଦୁଇଜଣ କଥା ହେବାକୁ ଲାଗିଲେ। କଥା ହେଉଥିବା ସମୟରେ ପୋଲିସକର୍ମୀ ସ୍ତ୍ରୀଙ୍କୁ ଅନ୍ୟ ଯୁବତୀ ଭାବି କିସ ଓ ସେକ୍ସର ଡିମାଣ୍ଡ କରିଦେଲେ। ସ୍ତ୍ରୀ ଯେତେବେଳେ ବାସ୍ତବ କଥା କହିଲେ ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା। ଆସନ୍ତୁ ସମ୍ପୂର୍ଣ ମାମଲା ବିଷୟରେ ଜାଣିବା।

ଇନ୍ଦୋରର ସୁଖଳିୟା ନିବାସୀ ମନୀଷା ଚାବଣ୍ଡଙ୍କର ପଞ୍ଚମର ଫୌଲରେ ରହୁଥିବା ଯବାନ ସତ୍ୟମ ବହଲଙ୍କ ସହିତ ୨୦୧୯ ମସିହାରେ ବିବାହ ହୋଇଥିଲା। କିଛିଦିନ ପର୍ଯ୍ୟନ୍ତ ସତ୍ୟମ ମନୀଷାଙ୍କୁ ବହୁତ ଖୁସିରେ ରଖିଲେ। ତାପରେ ପୋଲିସ ଯବାନ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ରୂପରେ ପ୍ରତାଡ଼ିତ କରିବାକୁ ଲାଗିଲେ। ସ୍ତ୍ରୀଙ୍କୁ ସାମାନ୍ୟ ସାମାନ୍ୟ କଥାରେ ବାଥରୁମରେ ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ କରି ରଖିଦେଉଥିଲେ। ଅନେକ ସମୟ ପର୍ଯ୍ୟନ୍ତ ତଳେ ବସାଇ ମାରପିଟ ମଧ୍ୟ କରୁଥିଲେ।

ବିରକ୍ତ ହୋଇ ଯୁବତୀ ନିଜର ପିତା-ମାତାଙ୍କୁ ଅଭିଯୋଗ କରିଲେ, ଯାହାକୁ ନେଇ ମହିଳା ଥାନାରେ ଆରୋପୀ ସ୍ୱାମୀର ରିପୋର୍ଟ ରୁଜ୍ଜୁ କରାଇଲେ। ୨୮ନଭେମ୍ବର ୨୦୨୦ରେ ରୁଜ୍ଜୁ ହୋଇଥିବା ଏଫଆଇଆରରେ ଲେଖାଗଲାକି ସ୍ବାମୀ ଘରେ ଖବରକାଗଜ ମଧ୍ୟ ପଢିବାକୁ ଦିଅନ୍ତି ନାହିଁ। ଲଗାତାର ମହିଳାଙ୍କୁ ଯୌତୁକ ଦେବା ପାଇଁ ଦାବି କରାଯାଉଥିଲା। ଏହି ମାମଲାରେ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ଆଦେଶ ଦିଆଯାଇଥିଲା। ଆରୋପୀ ବେଲରେ ବର୍ତ୍ତମାନ ବାହାରେ ଅଛନ୍ତି। କୋର୍ଟରେ ମାମଲା ଚାଲୁଅଛି।

ବାପଘରେ ରହୁଥିବା ସମୟରେ ପୀଡ଼ିତା ମନୀଷାଙ୍କୁ ନିଜର ସ୍ବାମୀଙ୍କ ଉପରେ ସନ୍ଦେହ ହେଲା ସେଥିପାଇଁ ସେ ଫେସବୁକରେ ଏକ ନକଲି ଆଇଡି ତିଆରି କରି ସେଥିରେ ସେ ରିକ୍ୱେଷ୍ଟ ପଠାଇଲେ। ନିଜକୁ ସୋସିଆଲ ମିଡିଆରେ ସିଙ୍ଗେଲ କହୁଥିବା ସତ୍ୟମ ବର୍ତ୍ତମାନ ପ୍ରତ୍ୟେକ ଦିନ ମହିଳାଙ୍କ ସହିତ କଥା ହେବାକୁ ଲାଗିଲା। ଇତି ମଧ୍ୟରେ ଗୋଟିଏ ଦିନ ନିଜର ସ୍ତ୍ରୀକୁ ଅନ୍ୟ ଏକ ଯୁବତୀ ଭାବି ତାଙ୍କୁ କିସ ଓ ସେକ୍ସର ଦାବି କରିଲେ। ପୀଡ଼ିତା ସ୍ତ୍ରୀ କୋର୍ଟରେ ହ୍ୱାଟସଆପରେ ହୋଇଥିବା ଚାଟକୁ ପ୍ରମାଣ ସ୍ୱରୂପ ଦେଲେ। ଯାହା ଉପରେ ଜିଲ୍ଲା ନ୍ୟାୟାଳୟ ସଂଜ୍ଞାନ ନିଆଗଲା।

ଏହି ନିର୍ଦ୍ଦେଶ ଦେଲା କୋର୍ଟ:-

ପୀଡ଼ିତାର ଅଭିଯୋଗରେ ଇନ୍ଦୋର ଜିଲ୍ଲା କୋର୍ଟ ଦୋଷୀମାନଙ୍କ ବିରୁଦ୍ଧରେ ଘରୋଇ ହିଂସାର ସଂରକ୍ଷଣ ଥିବା ଆଇନ ଜରିଆରେ ଅଭିଯୋଗ ଲଗେଇଲେ। ଯାଚିକାର ଶୁଣାଣୀରେ କୋର୍ଟ ଗତ ସୋମବାରରେ ଖାଇବା ଖର୍ଚ୍ଚ ବାବଦରେ ୨ ଲକ୍ଷ ଟଙ୍କା, ତାସହିତ ପ୍ରତି ମାସରେ ଭରଣ ପୋଷଣ ପାଇଁ ୭ ହଜାର ଟଙ୍କା ମହିଳାଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଲା।

ଓକିଲ କୃଷ୍ଣ କୁମାର କୁଂହରେ କହିଲେକି ୨୦୨୦ ମସିହାରେ ପୀଡ଼ିତା ଜଣକ ଅଭିଯୋଗ ଆଣିଥିଲେ ଓ କୋର୍ଟରେ ଆବେଦନ ଦେଇଥିଲେ, ଯାହା ଉପରେ ଜିଲ୍ଲା ନ୍ୟାୟାଳୟ ନିଷ୍ପତି ନେଇ ସ୍ବାମୀକୁ ୭୦୦୦ ଟଙ୍କା ପ୍ରତି ମାସରେ ଦେବାକୁ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବ ମୋଟ ୨ ଲକ୍ଷ ୩ ହଜାର ଟଙ୍କା ହୋଇଯାଇଛି।

ପୀଡ଼ିତା ସ୍ତ୍ରୀ ନିଜ ସ୍ବାମୀର ସତ୍ୟ ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ମିଛରେ ଅନ୍ୟ ଯୁବତୀ ହୋଇ ତା ସହିତ ଫେସବୁକ ଓ ହ୍ୱାଟସଆପରେ ଚାଟିଂ କରିଲା, ଯେଉଁଥିରେ ସ୍ପେଶାଲ ବ୍ରାଞ୍ଚର ଅଧିକାରୀ ଯବାନ ସତ୍ୟମ୍ ବହାଲ ପୀଡ଼ିତାଙ୍କ ସହ ଅଶ୍ଳୀଳ କଥା କହିଲେ। ତେଣୁ ପୀଡ଼ିତା ପୋଲିସର ବରିଷ୍ଠ ଅଧିକାରୀଙ୍କ ପାଖରେ ଉଚିତ ନ୍ୟାୟ ପାଇଁ ଗୁହାରୀ କରୁଛି।

Leave A Reply

Your email address will not be published.